ଇମୋସନାଲ୍‌ ମେସେଜ୍‌ ପୋଷ୍ଟ୍‌ କଲେ ଧୱନ, ଦେଖନ୍ତୁ ଭିଡିଓ

ଲଣ୍ଡନ୍‌: ଆହତ ଯୋଗୁ ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନଙ୍କ ୨୦୧୯ ବିଶ୍ୱକପ୍‌ ଅଭିଯାନ  ଶେଷ ହୋଇଯାଇଛି। ଆଜି ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ଧୱନଙ୍କୁ ବାଦ୍‌ ଦେଇ ରିଷଭ ପନ୍ତଙ୍କୁ ସ୍କ୍ୱାଡ୍‌ରେ ସାମିଲ କରିଛି। ଏହି ଖବର ସାମ୍ନାକୁ ଆସିବା ପରେ ଧୱନ ଏକ ଇମୋସନାଲ ବାର୍ତ୍ତା ସମଗ୍ର ଦେଶର କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ପୋଷ୍ଟ କରିଛନ୍ତି। ନିଜ ଟ୍ୱିଟର ଆକାଉଣ୍ଟରେ ଧୱନ ୫୪ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ବେଶ ହତାଶ […]

rtt

Hemant Lenka
  • Published: Wednesday, 19 June 2019
  • , Updated: 19 June 2019, 08:58 PM IST

ଲଣ୍ଡନ୍‌: ଆହତ ଯୋଗୁ ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନଙ୍କ ୨୦୧୯ ବିଶ୍ୱକପ୍‌ ଅଭିଯାନ  ଶେଷ ହୋଇଯାଇଛି। ଆଜି ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ଧୱନଙ୍କୁ ବାଦ୍‌ ଦେଇ ରିଷଭ ପନ୍ତଙ୍କୁ ସ୍କ୍ୱାଡ୍‌ରେ ସାମିଲ କରିଛି। ଏହି ଖବର ସାମ୍ନାକୁ ଆସିବା ପରେ ଧୱନ ଏକ ଇମୋସନାଲ ବାର୍ତ୍ତା ସମଗ୍ର ଦେଶର କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ପୋଷ୍ଟ କରିଛନ୍ତି।

ନିଜ ଟ୍ୱିଟର ଆକାଉଣ୍ଟରେ ଧୱନ ୫୪ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ବେଶ ହତାଶ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଏଥିସହ ସେ ପୋଷ୍ଟ କରିଥିବା ଭିଡିଓ ତଳେ ଲେଖିଛନ୍ତି ଯେ “ମୁଁ ଆଉ ୨୦୧୯ ବିଶ୍ୱକପ୍‌ରେ ଖେଳି ପାରିବିନି ନାହିଁ। ଏହା ଘୋଷଣା କରିବା ମୋ ପାଇଁ ବେଶ କଷ୍ଟକର। ଦୁର୍ଭାଗ୍ୟର କଥା ଯେ ଧାର୍ଯ୍ୟ ସମୟସୀମା ମଧ୍ୟରେ ମୋ ଆଙ୍ଗୁଠି ଠିକ୍‌ ହୋଇପାରିବ ନାହିଁ। କିନ୍ତୁ ଦି ଶୋ’ ମଷ୍ଟ ଗୋ ଅନ୍‌। ମୋତେ ସମର୍ଥନ ଓ ଭଲ ପାଇବା ଦେଇଥିବା ମୋ ଟିମ୍‌, ଫ୍ୟାନ୍‌ ଓ ଦେଶବାସୀଙ୍କୁ କୃତଜ୍ଞତା ଜଣାଉଛି।”

ଦେଖନ୍ତୁ ଧୱନଙ୍କ ଭିଡିଓ
https://twitter.com/i/status/1141351063381041157

Related story