ଶ୍ରୀଲଙ୍କା ଗସ୍ତ ପାଇଁ ଟେଷ୍ଟ୍ ଟିମ୍ ଘୋଷଣା: ଭଜି ରହିଲେ, ୪ ବର୍ଷ ପରେ ଫେରିଲେ ଅମିତ

ନୂଆଦିଲ୍ଲୀ: ଆଗାମୀ ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା ହୋଇଛି ଟିମ୍ ଇଣ୍ଡିଆ। ବାଂଲାଦେଶ ଗସ୍ତରେ ଯେଉଁ ଟେଷ୍ଟ୍ ଟିମ୍ ଯାଇଥିଲା ସେଥିରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ। କେବଳ କର୍ଣ୍ଣ ଶର୍ମାଙ୍କ ବଦଳରେ ଅମିତ ଶର୍ମାଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ହରଭଜନ ସିଂହ ଟେଷ୍ଟ ଦଳରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଏହା ହେବ ତାଙ୍କ ପାଇଁ ଏକ ପୂର୍ଣ୍ଣ ଟେଷ୍ଟ୍ ସିରିଜ୍। କାରଣ ବାଂଲାଦେଶ ବିରୁଦ୍ଧରେ ସେ ମାତ୍ର ଗୋଟିଏ ଟେଷ୍ଟ୍ ମ୍ୟାଚ୍ ଖେଳା ଯାଇଥିଲା। […]

AmitMishra

Rakesh Mallick
  • Published: Thursday, 23 July 2015
  • , Updated: 23 July 2015, 09:53 AM IST

ନୂଆଦିଲ୍ଲୀ: ଆଗାମୀ ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା ହୋଇଛି ଟିମ୍ ଇଣ୍ଡିଆ। ବାଂଲାଦେଶ ଗସ୍ତରେ ଯେଉଁ ଟେଷ୍ଟ୍ ଟିମ୍ ଯାଇଥିଲା ସେଥିରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ। କେବଳ କର୍ଣ୍ଣ ଶର୍ମାଙ୍କ ବଦଳରେ ଅମିତ ଶର୍ମାଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ହରଭଜନ ସିଂହ ଟେଷ୍ଟ ଦଳରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଏହା ହେବ ତାଙ୍କ ପାଇଁ ଏକ ପୂର୍ଣ୍ଣ ଟେଷ୍ଟ୍ ସିରିଜ୍। କାରଣ ବାଂଲାଦେଶ ବିରୁଦ୍ଧରେ ସେ ମାତ୍ର ଗୋଟିଏ ଟେଷ୍ଟ୍ ମ୍ୟାଚ୍ ଖେଳା ଯାଇଥିଲା। ଶ୍ରୀଲଙ୍କା ବିରୁଦ୍ଧରେ ତିନିଟି ଟେଷ୍ଟ୍ ଖେଳାଯିବ। ସେହିପରି ୪ ବର୍ଷ ପରେ ଟେଷ୍ଟ୍ ଦଳକୁ ଫେରିଛନ୍ତି ଅମିତ।

ବରାଟ କୋହଲିଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଯିବାକୁ ଥିବା ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି- ଶିଖର ଧାୱନ, ରୋହିତ ଶର୍ମା, ଏମ୍ ବିଜୟ, ଆଜିଙ୍କ୍ୟ ରାହାଣେ, ହରଭଜନ ସିଂହ, ଆର୍ ଅଶ୍ୱିନୀ, ଭୁବନେଶ୍ୱର କୁମାର, ବରୁଣ ଆରୋନ, ଚେତେଶ୍ୱର ପୂଜାରା, ରିଦ୍ଧିମାନ ଶାହା, ଇଶାନ୍ତ ଶର୍ମା, ଅମିତ ମିଶ୍ର, ଉମେଶ ଯାଦବ ଓ କେଏଲ ରାହୁଲ।

ଅଗଷ୍ଟ ୧୨ରୁ ଶ୍ରୀଲଙ୍କାରେ ଏହି ଟେଷ୍ଟ୍ ସିରିଜ ଆରମ୍ଭ ହେବ। ପ୍ରଥମ ଟେଷ୍ଟ୍ ଅଗଷ୍ଟ ୧୨ ତାରିଖରେ ଗାଲେରେ ଅନୁଷ୍ଠିତ ହେବ। ସେହିପରି ଅନ୍ୟ ଦୁଇଟି ଟେଷ୍ଟ୍ ଯଥାକ୍ରମେ ଅଗଷ୍ଟ ୨୦ ଓ ୨୮ ତାରିଖରେ ଖେଳା ଯିବ। ୨୦ ତାରିଖରେ ତାମିଲ ୟୁନିୟନ ଓଭାଲ ଓ କଲମ୍ବୋରେ ଖେଳାଯିବ।

ସୂଚନାଯୋଗ୍ୟ, କର୍ଣ୍ଣ ଶର୍ମା ବାଂଲାଦେଶ ଟେଷ୍ଟ ଟିମରେ ସାମିଲ ହୋଇଥିଲେ। କିନ୍ତୁ ଆହତ ଯୋଗୁ ସେ ଯାଇ ପାରିନଥିଲେ।

Related story