ରାଞ୍ଚି: ଚଳିତ ଦେଓଧର ଟ୍ରଫିରେ ଇଣ୍ଡିଆ-ସି' କ୍ୟାପଟେନ୍ ଶୁବମାନ୍ ଗିଲ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଗିଲ୍ ସବୁଠାରୁ କନିଷ୍ଠ କ୍ୟାପଟେନ୍ ଭାବେ ଦେଓଧର ଟ୍ରଫି ଫାଇନାଲରେ ଟିମର ନେତୃତ୍ୱ ବହନ କରିଛନ୍ତି। ଏହି ମାମଲାରେ ସେ ଭାରତୀୟ ଦଳର କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ପଛରେ ପକାଇଛନ୍ତି।
କୋହଲି ୧୦ ବର୍ଷ ତଳେ ଅର୍ଥାତ୍ ୨୦୦୯-୧୦ ସଂସ୍କରଣର ଫାଇନାଲରେ ମାତ୍ର ୨୧ ବର୍ଷ ୧୨୪ ଦିନରେ ନର୍ଥ ଜୋନ୍ ଟିମର କ୍ୟାପଟେନ୍ ହୋଇଥିଲେ। ଗିଲ୍ ମାତ୍ର ୨୦ ବର୍ଷ ୫୭ ଦିନରେ ଇଣ୍ଡିଆ-ସି'ର କ୍ୟାପଟେନ୍ ଭାବେ ଏହି ରେକର୍ଡ ଭାଙ୍ଗିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ୨୦୧୫-୧୬ରେ ଉନ୍ମୁକ୍ତ ଚାନ୍ଦ ୨୨ ବର୍ଷ ୩୧୦ ଦିନରେ ଇଣ୍ଡିଆ-ବି' ଦଳର କ୍ୟାପଟେନ୍ ହୋଇଥିବା ବେଳେ ୨୦୧୭-୧୮ରେ ଶ୍ରେୟସ ଆୟର୍ ୨୩ ବର୍ଷ ୯୨ ଦିନରେ ଇଣ୍ଡିଆ-ବି' ଟିମର ନେତୃତ୍ୱ ନେଇଥିଲେ। ଚଳିତ ଟୁର୍ଣ୍ଣାମେଣ୍ଟରେ ଭଲ ଫର୍ମରେ ଥିବା ଗିଲ୍ ଫାଇନାଲରେ ନିରାଶ କରିଛନ୍ତି। ସେ ମାତ୍ର ୧ ରନ୍ କରି ମହମ୍ମଦ ସିରାଜଙ୍କ ବଲରେ ଆଉଟ୍ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କିନ୍ନରଙ୍କୁ ପ୍ରେମ ବିବାହ କରିବାକୁ ନିଷ୍ପତ୍ତି ନେଲା ପୁଅ, ଜୀବନ ହାରିଦେଲେ ବାପା-ମା’
ଘରର ଏକମାତ୍ର ପୁଅର ଏପରି କିନ୍ନର ପ୍ରେମକୁ ବାପା ମା’ ବିରୋଧ କରିଥିଲେ। ସେମାନେ ପୁଅକୁ ବୁଝାସୁଝା ମଧ୍ୟ କରିଥିଲେ।
National
ସେଲେବ୍ରିଟିମାନେ ଫ୍ୟାନ୍ମାନଙ୍କୁ ନିୟନ୍ତ୍ରଣରେ ରଖିବା ଦରକାର: ରେବନ୍ତ ରେଡ୍ଡୀ
ଅଲ୍ଲୁ ଅର୍ଜୁନଙ୍କ ବାପା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଭେଟିଛନ୍ତି। ତାଙ୍କ ସହ ଟଲିଉଡ ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି।
National
ଅଳ୍ପକେ ବର୍ତ୍ତିଲେ ଶିଶୁ, ହେଲିକପ୍ଚର ରାଇଡ୍ ଚାଲିଥିବା ସମୟରେ ଖୋଲିଗଲା ଡୋର୍
ମେଳାରେ ଛୋଟ ପିଲାଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିବା ହେଲିକପ୍ଚର ରାଇଡ ଚାଲିଥିବା ସମୟରେ ଖୋଲିଗଲା ଡୋର୍।
National
ନିର୍ବାଚନ ପୂର୍ବରୁ ଫାଟ, 'ଇଣ୍ଡି ବ୍ଲକ୍'ରୁ କଂଗ୍ରେସକୁ ଆଉଟ୍ କରିବାକୁ ଚାହୁଁଛି ଆପ୍
ଦିଲ୍ଲୀ ନିର୍ବଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଇଣ୍ଡିଆ ମେଣ୍ଟରୁ କଂଗ୍ରେସକୁ ବାହାର କରିବାକୁ ଚାହୁଁଛି। ଏଥିପାଇଁ ସେ ଅନ୍ୟ ଦଳ ସହ କଥା ହେବ।
National
୨୦୨୩-୨୪ ବର୍ଷରେ ବି ବିଜେପି ମାଲେମାଲ, ପାଇଛି ୨,୨୪୪ କୋଟି ଚାନ୍ଦା
୨୦୨୩-୨୪ ବର୍ଷରେ ବିଜେପି ସର୍ବାଧିକ ୨,୨୪୪ କୋଟି ଟଙ୍କା ପାଇଥିବାବେଳେ ପୂର୍ବତନ ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସ ଦ୍ୱିତୀୟ ସ୍ଥାନରେ ରହିଛି।