ୱିମ୍ବଲଡନ୍‌: ସେରେନାଙ୍କୁ ହରାଇ ଇତିହାସ ରଚିଲେ ହାଲେପ

ଲଣ୍ଡନ: ରୋମାନିଆର ପ୍ରଥମ ଟେନିସ ଖେଳାଳି ଭାବେ ସିମୋନା ହାଲେପ୍‌ ଇତିହାସ ରଚିଛନ୍ତି। ପ୍ରସିଦ୍ଧ ୱିମ୍ବଲଡନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ହାଲେପ୍‌ ୨୩ଥର ଗ୍ରାଣ୍ଡ ସ୍ଲାମ ଚାମ୍ପିୟନ ସେରେନା ୱିଲିୟମ୍ସଙ୍କୁ ଫାଇନାଲରେ ପରାସ୍ତ କରିଛନ୍ତି। ଆଜିର ମୁକାବିଲା ରୋମାଞ୍ଚକର ହେବ ବୋଲି ସମସ୍ତେ ଆଶା କରିଥିଲେ। ସତକୁ ସତ ୨୭ ବର୍ଷୀୟ ହାଲେପ୍‌ ଆରମ୍ଭରୁ ନିଜର ଦବଦବା ଦେଖାଇଥିଲେ। ସେ ୬-୨, ୬-୨ ସେଟ୍‌ରେ ସେରେନାଙ୍କୁ ପରାସ୍ତ କରି ୱିମ୍ବଲଡନ୍‌ ଇତିହାସରେ ନିଜ ନାଁ ଲିପିବଦ୍ଧ କରିଛନ୍ତି। ୩୭ […]

sn

Hemant Lenka
  • Published: Saturday, 13 July 2019
  • , Updated: 13 July 2019, 08:41 PM IST

ଲଣ୍ଡନ: ରୋମାନିଆର ପ୍ରଥମ ଟେନିସ ଖେଳାଳି ଭାବେ ସିମୋନା ହାଲେପ୍‌ ଇତିହାସ ରଚିଛନ୍ତି। ପ୍ରସିଦ୍ଧ ୱିମ୍ବଲଡନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ହାଲେପ୍‌ ୨୩ଥର ଗ୍ରାଣ୍ଡ ସ୍ଲାମ ଚାମ୍ପିୟନ ସେରେନା ୱିଲିୟମ୍ସଙ୍କୁ ଫାଇନାଲରେ ପରାସ୍ତ କରିଛନ୍ତି।

ଆଜିର ମୁକାବିଲା ରୋମାଞ୍ଚକର ହେବ ବୋଲି ସମସ୍ତେ ଆଶା କରିଥିଲେ। ସତକୁ ସତ ୨୭ ବର୍ଷୀୟ ହାଲେପ୍‌ ଆରମ୍ଭରୁ ନିଜର ଦବଦବା ଦେଖାଇଥିଲେ। ସେ ୬-୨, ୬-୨ ସେଟ୍‌ରେ ସେରେନାଙ୍କୁ ପରାସ୍ତ କରି ୱିମ୍ବଲଡନ୍‌ ଇତିହାସରେ ନିଜ ନାଁ ଲିପିବଦ୍ଧ କରିଛନ୍ତି।

୩୭ ବର୍ଷୀୟ ସେରେନା ୭ଥର ୱିମ୍ବଲଡନ୍‌ ଟ୍ରଫି ଜିତିଛନ୍ତି। ସେହିପରି ୨୩ଥର ବିଭିନ୍ନ ଗ୍ରାଣ୍ଡସ୍ଲାମରେ ଚାମ୍ପିୟନ ମଧ୍ୟ ହୋଇଛନ୍ତି। ହେଲେ ଆଜିର ମୁକାବିଲାରେ ସେରେନା ଫିକା ପଡ଼ିଯାଇଛନ୍ତି। ପ୍ରଥମ ସେଟରେ ହାଲେପ ଏକତରଫା ଭାବେ ୬-୨ରେ ବିଜୟୀ ହୋଇଥିଲେ।

ଦ୍ୱିତୀୟ ସେଟ୍‌ରେ କିନ୍ତୁ ସେରେନା କମ୍‌ବ୍ୟାକ୍‌ କରି ସ୍ଥିତି ୧-୧ରେ ବରାବର କରିଥିଲେ। ଏହାପରେ ସ୍ଥିତିକୁ ୨-୧ କରିଥିଲେ। କିନ୍ତୁ ଏହାପରେ ହାଲେପ୍‌ ଜବରଦସ୍ତ କମ୍‌ବ୍ୟାକ୍‌ କରି ୬-୨ରେ ବିଜୟୀ ହୋଇଥିଲେ।

ଏହା ହାଲେପ୍‌ଙ୍କ ସେକେଣ୍ଡ ମେଜର ଟ୍ରଫି। ଗତବର୍ଷ ସେ ରୋନାଲ୍ଡୋ ଗ୍ରାସୋ ଟ୍ରଫି ଜିତିଥିଲେ। ଆଜିର ମ୍ୟାଚ୍‌ରେ ସେରେନା ୨୬ଥର ଭୁଲ କରିଥିବା ବେଳେ ହାଲେପ ମାତ୍ର ୨ଟି ଭୁଲ କରିଛନ୍ତି।

ଏଥିପାଇଁ ସେରେନା ବିଶ୍ୱ ରେକର୍ଡ ସମକକ୍ଷ ହେବାରୁ ବଞ୍ଚିତ ହୋଇଛନ୍ତି। କାରଣ ସେରେନା ଆଜିର ମ୍ୟାଚ୍‌ ଜିତିଥିଲେ, ୨୪ ଥର ଗ୍ରାଣ୍ଡସ୍ଲାମ ବିଜେତା ହୋଇଥାଆନ୍ତେ। ତାଙ୍କ ପୂର୍ବରୁ ମାରଗାରେଟ କୋର୍ଟ ୨୪ଟି ଗ୍ରାଣ୍ଡସ୍ଲାମ ଜିତିଥିଲେ।

Related story