ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ୍ ଫାଇନାଲରେ ସିନ୍ଧୁ

ଜାକର୍ତ୍ତା: ଭାରତର ଟପ୍‌ ଶଟଲର୍ ତଥା ବିଶ୍ୱର ୫ନଂ ସିଡ୍‌ ପିଭି ସିନ୍ଧୁ ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ତାଙ୍କର ବିଜୟ ଧାରା ଅବ୍ୟାହତ ରଖିଛନ୍ତି। ଆଜି ସେମି ଫାଇନାଲରେ ସିନ୍ଧୁଙ୍କ ମୁକାବିଲା ବିଶ୍ୱର ଦ୍ୱିତୀୟ ସିଡ୍‌ ଚେନ୍‌ ୟୁ ଫେଇଙ୍କ ସହ ହୋଇଥିଲା। ତେବେ ମ୍ୟାଚ୍‌ ଆରମ୍ଭରୁ ସିନ୍ଧୁ ନିଜର ଦବଦବା ଦେଖାଇଥିଲେ। ସେ ମାତ୍ର ୪୬ ମିନିଟ୍‌ ମଧ୍ୟରେ ଫେଇଙ୍କୁ ସିଧାସଳଖ ୨୧-୧୯ ଓ ୨୧-୧୦ରେ ପରାସ୍ତା କରି ଫାଇନାଲ୍‌ରେ ପ୍ରବେଶ କରିଥିଲେ। ସିନ୍ଧୁ […]

s

Hemant Lenka
  • Published: Saturday, 20 July 2019
  • , Updated: 20 July 2019, 06:08 PM IST

ଜାକର୍ତ୍ତା: ଭାରତର ଟପ୍‌ ଶଟଲର୍ ତଥା ବିଶ୍ୱର ୫ନଂ ସିଡ୍‌ ପିଭି ସିନ୍ଧୁ ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ତାଙ୍କର ବିଜୟ ଧାରା ଅବ୍ୟାହତ ରଖିଛନ୍ତି।

ଆଜି ସେମି ଫାଇନାଲରେ ସିନ୍ଧୁଙ୍କ ମୁକାବିଲା ବିଶ୍ୱର ଦ୍ୱିତୀୟ ସିଡ୍‌ ଚେନ୍‌ ୟୁ ଫେଇଙ୍କ ସହ ହୋଇଥିଲା। ତେବେ ମ୍ୟାଚ୍‌ ଆରମ୍ଭରୁ ସିନ୍ଧୁ ନିଜର ଦବଦବା ଦେଖାଇଥିଲେ।

ସେ ମାତ୍ର ୪୬ ମିନିଟ୍‌ ମଧ୍ୟରେ ଫେଇଙ୍କୁ ସିଧାସଳଖ ୨୧-୧୯ ଓ ୨୧-୧୦ରେ ପରାସ୍ତା କରି ଫାଇନାଲ୍‌ରେ ପ୍ରବେଶ କରିଥିଲେ।

ସିନ୍ଧୁ ଆସନ୍ତାକାଲି ଫାଇନାଲ୍‌ରେ ତୃତୀୟ ସିଡ୍‌ ଆକେନ୍‌ ୟାମାଗୁଚିଙ୍କୁ ଭେଟିବେ। ୟାମାଗୁଚି ଆଜି ସେମି ଫାଇନାଲ୍‌ରେ ବିଶ୍ୱର ୧ ନଂ ସିଡ୍‌ ତାଇ ତୁଜ ୟାଙ୍ଗଙ୍କୁ ପରାସ୍ତ କରିଛନ୍ତି।

Related story