ସିନ୍ଧୁ ଜିତିଲେ ଚାଇନା ଓପନ୍‌ ବ୍ୟାଡମିଣ୍ଟନ ଟାଇଟଲ

ଫୁଝୋଉ: ରିଓ ଅଲିମ୍ପିକ ସିଲଭର ମେଡାଲିଷ୍ଟ ପିଭି ସିନ୍ଧୁ ଚାଇନା ସୁପର ସିରିଜ ପ୍ରିମିୟର ବ୍ୟାଡମିଣ୍ଟନ ଚାମ୍ପିଅନ ହୋଇଛନ୍ତି। ଆଜି ଖେଳାଯାଇଥିବା ଫାଇନାଲରେ ସିନ୍ଧୁ ଚାଇନାର ସନ୍ ୟୁଙ୍କୁ ୨୧-୧୧, ୧୭-୨୧ ଓ ୨୧-୧୧ ସେଟ୍‌ରେ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି। ୨୧ ବର୍ଷିୟ ସିନ୍ଧୁ ଏହି ଟାଇଟଲ ଜିତିବାକୁ ଏକ ଘଣ୍ଟା ୯ ମିନିଟ୍‌ ସମୟ ନେଇଥିଲେ। ପ୍ରଥମ ସେଟ୍‌କୁ ସିନ୍ଧୁ ୨୧-୧୧ରେ ଜିତିଥିବା ବେଳେ ସୁନ୍‌ ୟୁ ଦମ୍‌ଦାର ପ୍ରଦର୍ଶନ କରି ଦ୍ୱିତୀୟ ସେଟ୍‌ […]

sindhu

Rakesh Mallick
  • Published: Sunday, 20 November 2016
  • , Updated: 20 November 2016, 05:39 PM IST

ଫୁଝୋଉ: ରିଓ ଅଲିମ୍ପିକ ସିଲଭର ମେଡାଲିଷ୍ଟ ପିଭି ସିନ୍ଧୁ ଚାଇନା ସୁପର ସିରିଜ ପ୍ରିମିୟର ବ୍ୟାଡମିଣ୍ଟନ ଚାମ୍ପିଅନ ହୋଇଛନ୍ତି। ଆଜି ଖେଳାଯାଇଥିବା ଫାଇନାଲରେ ସିନ୍ଧୁ ଚାଇନାର ସନ୍ ୟୁଙ୍କୁ ୨୧-୧୧, ୧୭-୨୧ ଓ ୨୧-୧୧ ସେଟ୍‌ରେ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି।

୨୧ ବର୍ଷିୟ ସିନ୍ଧୁ ଏହି ଟାଇଟଲ ଜିତିବାକୁ ଏକ ଘଣ୍ଟା ୯ ମିନିଟ୍‌ ସମୟ ନେଇଥିଲେ। ପ୍ରଥମ ସେଟ୍‌କୁ ସିନ୍ଧୁ ୨୧-୧୧ରେ ଜିତିଥିବା ବେଳେ ସୁନ୍‌ ୟୁ ଦମ୍‌ଦାର ପ୍ରଦର୍ଶନ କରି ଦ୍ୱିତୀୟ ସେଟ୍‌ ୨୧-୧୭ରେ ଜିତି ନେଇଥିଲେ। ତେବେ ନିର୍ଣ୍ଣାୟକ ତଥା ତୃତୀୟ ସେଟ୍‌କୁ ସିନ୍ଧୁ ୨୧-୧୧ରେ ଜିତି ଟାଇଟଲ ହାସଲ କରିଥିଲେ।

ଏହାକୁ ମିଶାଇ ସିନ୍ଧୁ ସନ୍‌ଙ୍କ ବିରୋଧରେ ୬ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଛନ୍ତି।

Related story