କରୋନା ପାଇଁ ଶୁଟିଂ ବିଶ୍ୱକପରୁ ଓହରିଲେ ଚାଇନା ସମେତ ୬ ଦେଶ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଆତଙ୍କିତ କରିଥିବା ‘କରୋନା’ ଭାଇରସ୍ ପାଇଁ ସବୁ ଚିନ୍ତିତ। କରୋନା ଭାଇରସ୍ ଭୟରେ ଚାଇନା ସମେତ ୬ ଦେଶ ଆସନ୍ତାମାସରେ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବା ନ୍ୟାଶନାଲ୍ ରାଇଫଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏନଆରଏଆଇ) ପକ୍ଷରୁ ବୁଧବାର କୁହାଯାଇଛି। ଆଇଏସଏସଏଫ୍ ବିଶ୍ୱକପର ଆୟୋଜନ ସ୍ଥାନୀୟ କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ ମାର୍ଚ୍ଚ ୧୫ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବ। ଏନଆରଏଆଇ ସଭାପତି ରନିନ୍ଦର ସିଂହ କହିଛନ୍ତି, କିଛି ଦେଶ […]

shooting

shooting

Ranjit Kumar Jena
  • Published: Wednesday, 26 February 2020
  • Updated: 26 February 2020, 08:23 PM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଆତଙ୍କିତ କରିଥିବା 'କରୋନା' ଭାଇରସ୍ ପାଇଁ ସବୁ ଚିନ୍ତିତ। କରୋନା ଭାଇରସ୍ ଭୟରେ ଚାଇନା ସମେତ ୬ ଦେଶ ଆସନ୍ତାମାସରେ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବା ନ୍ୟାଶନାଲ୍ ରାଇଫଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏନଆରଏଆଇ) ପକ୍ଷରୁ ବୁଧବାର କୁହାଯାଇଛି। ଆଇଏସଏସଏଫ୍ ବିଶ୍ୱକପର ଆୟୋଜନ ସ୍ଥାନୀୟ କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ ମାର୍ଚ୍ଚ ୧୫ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବ।

ଏନଆରଏଆଇ ସଭାପତି ରନିନ୍ଦର ସିଂହ କହିଛନ୍ତି, କିଛି ଦେଶ ଭାରତରେ ବିଶ୍ୱକପ୍ ଖେଳିବାକୁ ଆସିଥାନ୍ତେ, କିନ୍ତୁ କରୋନା ଭାଇରସ୍ ବ୍ୟାପିବା ଭୟରେ ସେମାନେ ନିଜର ଜାତୀୟ ନୀତି ଅନୁଯାୟୀ ଏଭଳି କରିପାରିନାହାନ୍ତି। ଏହି କ୍ଷେତ୍ରରେ ଚାଇନା ସଠିକ୍ ନିଷ୍ପତ୍ତି ନେଇଛି। ଅନ୍ୟ ଲୋକଙ୍କୁ ଯେପରି ଏହି ଭାଇରସ୍ ସଂକ୍ରମିତ ନହୁଏ, ତାକୁ ଦୃଷ୍ଟିରେ ରଖି ଚାଇନା ଭାରତ ଆସିବାକୁ ମନା କରିଛି।

ଚାଇନା ବ୍ୟତୀତ ତାଇୱାନ୍‌, ହଂକଂ, ମକାଉ, ଉତ୍ତର କୋରିଆ ଓ ତୁର୍କମେନିସ୍ତାନ ମଧ୍ୟ ଜାତୀୟ ନୀତି କାରଣରୁ ଏଠାକୁ ନଆସିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନଆରଏଆଇର ସଭାପତି ଆହୁରି କହିଛନ୍ତି ଯେ ପାକିସ୍ତାନର ଶୁଟରମାନେ ମଧ୍ୟ ଶୁଟିଂ ବିଶ୍ୱକପରେ ଭାଗ ନେଇପାରିବେ ନାହିଁ, କାରଣ ସେମାନଙ୍କର ଦେଶର ଶୁଟର ନୂଆ କୋଚ୍ ସହ ଟ୍ରେନିଂ ନେବାରେ ବ୍ୟସ୍ତ ଅଛନ୍ତି। ଗତବର୍ଷ ବିଶ୍ୱକପରେ ପାକିସ୍ତାନୀ ଶୁଟରମାନଙ୍କୁ ଭିସା ଦିଆଯାଇନଥିଲା, ଯେଉଁକାରଣରୁ ଭାରତକୁ ସାମୟିକ ଭାବେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାରୁ ନିଲମ୍ବନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos