ହାମିଲଟନ୍: ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ବୁଧବାର ଏଠାରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ହେବାକୁଥିବା ତୃତୀୟ ଟି-୨୦ ମ୍ୟାଚରେ ଆଉ ଏକ ରେକର୍ଡ ନିଜ ନାଁରେ କରିବାକୁ ମଇଦାନକୁ ଓହ୍ଲାଇବେ। କୋହଲି ଯଦି ଏହି ମ୍ୟାଚରେ ୨୫ ରନ୍ କରନ୍ତି, ତାହେଲେ କ୍ୟାପଟେନ୍ ଭାବେ ଟି-୨୦ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଟପିଯିବେ।
କୋହଲି ବର୍ତ୍ତମାନ ଟି-୨୦ରେ କ୍ୟାପଟେନ୍ ଭାବେ ସର୍ବାଧିକ ରନ୍ କରିବା ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ଧୋନି କ୍ୟାପଟେନ୍ ଭାବେ ୧୧୧୨ ରନ୍ କରି ତୃତୀୟ ସ୍ଥାନରେ ରହିଛନ୍ତି।
ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ ୧୧୪୮ ରନ୍ ସହ ଦ୍ୱିତୀୟ ଏବଂ ଦକ୍ଷିଣ ଆଫ୍ରିକାର ଫାଫ୍ ଡୁପ୍ଲେସିସ୍ ୧୨୭୩ ରନ୍ ସହ ପ୍ରଥମ ସ୍ଥାନରେ ରହିଛନ୍ତି। କୋହଲି କ୍ୟାପଟେନ୍ ଭାବେ ୩୫ ମ୍ୟାଚରେ ୧୦୮୮ ରନ୍ କରିଛନ୍ତି ଏବଂ ଆଉ ୨୫ ରନ୍ ଯୋଡ଼ିଲେ, ଧୋନିଙ୍କୁ ପଛରେ ପକାଇ ଦେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର, ଫସଲ ବୀମା ସହାୟତା ରାଶି ବଢାଇଲେ ମୋଦି ସରକାର
ଡିଏପି ସାର ଉପରେ ମିଶିବ ଅତିରିକ୍ତ ସବସିଡି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯୋଡ଼ିହେବେ ଆଉ ୪ କୋଟି କୃଷକ।
Weather
୧୯୦୧ ମସିହା ପରେ ସବୁଠୁ ଉତ୍ତପ୍ତ ବର୍ଷ ଥିଲା ୨୦୨୪
୨୦୨୪ ଅକ୍ଟୋବର-ନଭେମ୍ବର ବି ଭାଙ୍ଗିଛି ଗରମର ସବୁ ରେକର୍ଡ। ୨୦୧୬ ତାପମାତ୍ରା ରେକର୍ଡକୁ ମଧ୍ୟ ଏହା ଅତିକ୍ରମ କରିଛି।
National
କେଉଁଠି ହେବ ମନମୋହନଙ୍କ ସ୍ମାରକ ସ୍ଥଳୀ? ଏହି ସବୁ ସ୍ଥାନ ନେଇ ପରିବାରକୁ ପ୍ରସ୍ତାବ ଦେଲା କେନ୍ଦ୍ର
ଗତ ଡିସେମ୍ବର ୨୬ ତାରିଖରେ ୯୨ ବର୍ଷ ବୟସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଘଟିଥିଲା।
Crime
ଭାରତ ଆସିବ ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ
ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାକୁ ଭାରତ ପଠାଇବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Crime
'ମାଆ ଓ ଭଉଣୀଙ୍କ ସମ୍ମାନ ବଞ୍ଚାଇଲି'; ଲକ୍ଷ୍ନୌ ହତ୍ୟାକାଣ୍ଡ ଅଭିଯୁକ୍ତର ଭିଡିଓ ଭାଇରାଲ
ନିଜ ମାଆ ଓ ୪ ଭଉଣୀଙ୍କୁ ମାରିବା ପରେ ଭିଡିଓ କରି ଅଭିଯୁକ୍ତ କହିଲା ସେମାନଙ୍କୁ ଦଲାଲମାନେ ବିକ୍ରି କରିଦେଇଥାନ୍ତେ। ତାଙ୍କ ସମ୍ମାନ ବଞ୍ଚାଇବାକୁ ଯାଇ ମାରିଦେଲି।