ଆଇସିସି ବିଶ୍ୱକପ୍: ଶ୍ରୀଲଙ୍କାର ଭଲ ଆରମ୍ଭ

ଚେଷ୍ଟର-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ୩୯ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଭଲ ଆରମ୍ଭ କରିଛି। ଦୁଇ ଓପ୍ନର ତଥା ଅଧିନାୟକ ଦିମୁତ କରୁଣାରତ୍ନେ ଓ କୁଶଲ ପରେରା ଦମଦାର ବ୍ୟାଟିଂ କରି ପ୍ରଥମ ୱିକେଟ୍ ପାଇଁ ୯୩ ରନ୍ ଯୋଡ଼ିଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଶ୍ରୀଲଙ୍କା […]

sri

Hemant Lenka
  • Published: Monday, 01 July 2019
  • , Updated: 01 July 2019, 04:17 PM IST

ଚେଷ୍ଟର-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ୩୯ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଭଲ ଆରମ୍ଭ କରିଛି। ଦୁଇ ଓପ୍ନର ତଥା ଅଧିନାୟକ ଦିମୁତ କରୁଣାରତ୍ନେ ଓ କୁଶଲ ପରେରା ଦମଦାର ବ୍ୟାଟିଂ କରି ପ୍ରଥମ ୱିକେଟ୍ ପାଇଁ ୯୩ ରନ୍ ଯୋଡ଼ିଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଶ୍ରୀଲଙ୍କା ୧  ୱିକେଟ୍ ହରାଇ ୯୪ ରନ୍ କରିଛି। କରୁଣାରତ୍ନେ ୩୨ ରନ୍ କରି ଆଉଟ୍ ହୋଇଥିବା ବେଳେ ପରେରା ୫୮ ରନରେ ବ୍ୟାଟିଂ କରୁଛନ୍ତି।

ୱେଷ୍ଟଇଣ୍ଡିଜର ବିଶ୍ୱକପ୍ ସେମିଫାଇନାଲ୍ ଆଶା ଶେଷ ହୋଇଯାଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ପାଇଁ ଏବେବି ଆଶା ଉଜ୍ଜୀବିତ ରହିଛି। ତେବେ ଶ୍ରୀଲଙ୍କା ତା'ର ଶେଷ ଦୁଇଟି ମ୍ୟାଚ୍ ଜିତିଲେ ସେମିଫାଇନାଲ୍ ପହଞ୍ଚିପାରିବ ନାହିଁ। ସେମିରେ ପହଞ୍ଚିବାକୁ ହେଲେ ଶ୍ରୀଲଙ୍କାକୁ ବାକି ଟିମର ସହଯୋଗ ଦରକାର।

Related story