ଶୋଭେ ଦେଙ୍କ ମନ୍ତବ୍ୟକୁ କ୍ରୀଡାବିତଙ୍କ ନିନ୍ଦା

ମୁମ୍ବାଇ: ରିଓ ଅଲିମ୍ପିକ୍‌ରେ ଭାରତୀୟ କ୍ରୀଡାବିତ୍‌ ଏପର୍ଯ୍ୟନ୍ତ କୌଣସି ମେଡାଲ ଜିତି ନ ପାରିବାକୁ ନେଇ ଲେଖିକା ଶୋଭା ଦେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ମହଲରେ ଏହାକୁ ନାପସନ୍ଦ କରାଯାଇଛି। ମୁଖ୍ୟତଃ କ୍ରୀଡାବିତମାନେ ଏହାକୁ କାଡ଼ା ଭାଷାରେ ନିନ୍ଦା କରିଛନ୍ତି। ଗତକାଲି ରାତିରେ ଶୋଭା ତାଙ୍କ ଟ୍ୱିଟର ପେଜ୍‌ରେ କହିଛନ୍ତି,“ଅଲିମ୍ପିକ୍‌ରେ ଭାରତୀୟ ଟିମ୍‌ର ଗୋଲ ହେଉଛ: ରିଓ ଯାଅ। ସେଲ୍‌ଫି ନିଅ। ଖାଲି ହାତରେ ସ୍ୱଦେଶକୁ ଫେର। ଖାଲି […]

shobha-de

Rakesh Mallick
  • Published: Tuesday, 09 August 2016
  • , Updated: 09 August 2016, 06:07 PM IST

ମୁମ୍ବାଇ: ରିଓ ଅଲିମ୍ପିକ୍‌ରେ ଭାରତୀୟ କ୍ରୀଡାବିତ୍‌ ଏପର୍ଯ୍ୟନ୍ତ କୌଣସି ମେଡାଲ ଜିତି ନ ପାରିବାକୁ ନେଇ ଲେଖିକା ଶୋଭା ଦେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ମହଲରେ ଏହାକୁ ନାପସନ୍ଦ କରାଯାଇଛି। ମୁଖ୍ୟତଃ କ୍ରୀଡାବିତମାନେ ଏହାକୁ କାଡ଼ା ଭାଷାରେ ନିନ୍ଦା କରିଛନ୍ତି।

ଗତକାଲି ରାତିରେ ଶୋଭା ତାଙ୍କ ଟ୍ୱିଟର ପେଜ୍‌ରେ କହିଛନ୍ତି,“ଅଲିମ୍ପିକ୍‌ରେ ଭାରତୀୟ ଟିମ୍‌ର ଗୋଲ ହେଉଛ: ରିଓ ଯାଅ। ସେଲ୍‌ଫି ନିଅ। ଖାଲି ହାତରେ ସ୍ୱଦେଶକୁ ଫେର। ଖାଲି ପଇସା ଓ ସୁଯୋଗର ଅପବ୍ୟହାର କର। କେବଳ ଆଶା।” ଜର୍ମାନୀଠାରୁ ଭାରତୀୟ ପୁରୁଷ ହକି ଦଳ ୧-୨ରେ ହାରିବା ପରେ ସେ ଏହି ମନ୍ତବ୍ୟ ଦେଇଥିଲେ॥ ଏସମ୍ପର୍କରେ ଅଭିନବ ବିନ୍ଦ୍ରା, କୁସ୍ତିଯୋଦ୍ଧା ସୁଶୀଲ କୁମାର ଓ ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା, ଟେନିସ୍‌ ଷ୍ଟାର ସୋମଦେବ ଦେବବର୍ମନ, ଲଙ୍ଗଜମ୍ପ ତାରକା ଅଞ୍ଜୁ ବୋବି ଓ ହକି ଦଳର ପୂର୍ବତନ ଅଧିନାୟକ ବିରେନ୍‌ ରସକିନା ପ୍ରମୁଖ ତୀବ୍ର ନିନ୍ଦା କରିଛନ୍ତି।

ଏହି ମନ୍ତବ୍ୟ ନେଇ ଶୋଭା ଦେ କ୍ଷମା ପ୍ରାର୍ଥନା କରିବେ ନାହିଁ କହିଛନ୍ତି।

Related story