ଯୁବିଙ୍କୁ କ୍ରୀଡ଼ା ଜଗତର ସଲାମ୍

ନୂଆଦିଲ୍ଲୀ: ଆଜି କ୍ରିକେଟକୁ ଅଲବିଦା କହିଥିବା ଯୁବରାଜ ସିଂହଙ୍କୁ ପୂରା କ୍ରିକେଟ୍ ଜଗତ ସଲାମ୍ କରିଛି। ଏଥିରେ ସାମିଲ୍ ହୋଇଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍ କୋହଲି, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ଭିଭିଏସ୍ ଲକ୍ଷ୍ମଣ, ସୁରେଶ ରାଇନା, ଗୌତମ ଗମ୍ଭୀର, ପ୍ରଜ୍ଞାନ ଓ ମହମ୍ମଦ କୈଫ। ଆଉ କିଛି କ୍ରୀଡ଼ାବିତ୍ ମଧ୍ୟ ଯୁବରାଜଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସେହିପରି ଇଂଲଣ୍ଡର କେଭିନ୍ ପିଟରସନ, ଷ୍ଟୁଆର୍ଟ ବ୍ରଡ୍, ଭାରତର ଆକାଶ ଚୋପ୍ରା, ଆରପି ସିଂହ, ଈଶାନ୍ତ ଶର୍ମା, […]

sachin and virat

Hemant Lenka
  • Published: Monday, 10 June 2019
  • , Updated: 10 June 2019, 10:51 PM IST

ନୂଆଦିଲ୍ଲୀ: ଆଜି କ୍ରିକେଟକୁ ଅଲବିଦା କହିଥିବା ଯୁବରାଜ ସିଂହଙ୍କୁ ପୂରା କ୍ରିକେଟ୍ ଜଗତ ସଲାମ୍ କରିଛି। ଏଥିରେ ସାମିଲ୍ ହୋଇଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍ କୋହଲି, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ଭିଭିଏସ୍ ଲକ୍ଷ୍ମଣ, ସୁରେଶ ରାଇନା, ଗୌତମ ଗମ୍ଭୀର, ପ୍ରଜ୍ଞାନ ଓ ମହମ୍ମଦ କୈଫ।

ଆଉ କିଛି କ୍ରୀଡ଼ାବିତ୍ ମଧ୍ୟ ଯୁବରାଜଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସେହିପରି ଇଂଲଣ୍ଡର କେଭିନ୍ ପିଟରସନ, ଷ୍ଟୁଆର୍ଟ ବ୍ରଡ୍, ଭାରତର ଆକାଶ ଚୋପ୍ରା, ଆରପି ସିଂହ, ଈଶାନ୍ତ ଶର୍ମା, ଉମେଶ ଯାଦବ, ଋଷଭ ପନ୍ତ୍ ଏବଂ ଶଟଲର ସାଇନା ନେହ୍ୱାଲ ମଧ୍ୟ ଟ୍ୱିଟର୍ ଜରିଆରେ ଯୁବିଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ବିରାଟ୍ କୋହଲି: ଏକ ସଫଳ କ୍ରିକେଟ୍ କ୍ୟାରିୟର ପାଇଁ ଅଭିନନ୍ଦନ। ତୁମେ ଆମକୁ ଅନେକ ମୁହୂର୍ତ୍ତ ଓ ବିଜୟ ଭେଟି ଦେଇଛ। ତୁମର ଭବିଷ୍ୟତ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି। ବାସ୍ତବରେ ତୁମେ ଜଣେ ଚାମ୍ପିଅନ୍।

ସଚିନ ତେନ୍ଦୁଲକର: ଯୁବରାଜ ଆପଣଙ୍କ କ୍ୟାରିୟର ବହୁତ ଚମତ୍କାର ରହିଛି। ଯେତେବେଳେ ଟିମକୁ ଆବଶ୍ୟକ ହୋଇଛି, ଆପଣ ଚାମ୍ପିଅନ୍ ଭଳି ଖେଳିଛନ୍ତି । ମଇଦାନ ବାହାରେ ଓ ଭିତରେ ଆପଣ ଜଣେ ଯୋଦ୍ଧା ଭାବେ ଖେଳିଛନ୍ତି। ଆପଣଙ୍କୁ ଦ୍ୱିତୀୟ ଇନିଂସ୍ ପାଇଁ ଶୁଭକାମନା ଏବଂ ଆପଣ କ୍ରିକେଟକୁ ଯାହା ଦେଇଛନ୍ତି, ସେଥିପାଇଁ ଧନ୍ୟବାଦ।

ବୀରେନ୍ଦ୍ର ସେହ୍ୱାଗ: ଅନେକ ଖେଳାଳି ଆସିଛନ୍ତି ଏବଂ ଯାଇଛନ୍ତି, କିନ୍ତୁ ଯୁବିଙ୍କ ଭଳି ଖେଳାଳି ବିରଳ। ଜୀବନରେ ଅନେକ ସଂଘର୍ଷ କରିଛନ୍ତି, କିନ୍ତୁ ରୋଗ, ବୋଲରଙ୍କୁ ପ୍ରହାର ଓ କୋଟି କୋଟି ପ୍ରଶଂସକଙ୍କ ଦୃହୟ ଜିଣିପାରିଛନ୍ତି। ଏହାଛଡ଼ା ତୁମେ ଅନେକ ଲୋକଙ୍କ ପାଇଁ ପ୍ରେରଣା। ତୁମର ଆଗାମୀ ଜୀବନ ପାଇଁ ଶୁଭେଚ୍ଛା।

ଗୌତମ ଗମ୍ଭୀର: ଦମଦାର କ୍ୟାରିୟର ପାଇଁ ଯୁବିଙ୍କୁ ଅଭିନନ୍ଦନ। ଭାରତ ପାଇଁ ଦିନିକିଆ କ୍ରିକେଟରେ ଆପଣ ଶ୍ରେଷ୍ଠ। ମୁଁ ଚାହେଁ ବିସିସିଆଇକୁ ୧୨ ନମ୍ବର ଜର୍ସିକୁ ରିଟାୟର କରୁ। ମୁଁ ବି ଆପଣଙ୍କ ଭଳି ଚାମ୍ପିଅନ୍ ହେବାକୁ ଚାହେଁ।

ଭିଭିଏସ୍ ଲକ୍ଷ୍ମଣ: ଯୁବିଙ୍କ ସହ ଖେଳିବା ମୋ ପାଇଁ ଗର୍ବର କଥା। ତୁମେ କ୍ରିକେଟ୍ ଇତିହାସର ଅନ୍ୟତମ ସର୍ବଶ୍ରେଷ୍ଠ ଖେଳାଳି । କ୍ରିକେଟ ମଇଦାନରେ ତୁମେ ଯେଉଁ ନିଷ୍ଠାପର ଦେଖାଇଛ, ତାହା ଆମକୁ ପ୍ରେରଣା ଯୋଗାଇଛି।

ମହମ୍ମଦ କୈଫ: କ୍ରିକେଟ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ମ୍ୟାଚ୍ ବିଜେତାଙ୍କୁ ଅଭିନନ୍ଦନ। ଦେଶ ପାଇଁ ତୁମେ ଯାହା କିଛି ବି କରିବ, ସେଥି ପାଇଁ ଆମେ ଗର୍ବିତ।

Related story