୧୪୨ ରନ୍‌ରେ ଅଟକିଲା ହାଇଦ୍ରାବାଦ

ଅବୁଧାବି: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ସନ ରାଇଜର୍ସ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୪୨ ରନ୍‌ କରିଛି। ଫଳରେ ଆଇପିଏଲ ୨୦୨୦ ୮ମ ମୁକାବିଲାକୁ ଜିତିବା ପାଇଁ କୋଲକାତା ନାଇଟ ରାଇଡର୍ସ ଆଗରେ ଚ୍ୟାଲେଞ୍ଜିଂ ୧୪୩ ରନ୍‌ର ଟାର୍ଗେଟ ରହିଛି। ହାଇଦ୍ରାବାଦ ପକ୍ଷରୁ ମନୀଷ ପାଣ୍ଡେ ୫୧ ରନ୍‌ର ଇନିଂସ୍‌ ଖେଳିଥିବା ବେଳେ ରିଦ୍ଧିମାନ ସାହା ୩୦ ରନ୍‌ କରିଛନ୍ତି। ସେହିପରି ଡାଭିଡ ୱାର୍ଣ୍ଣର ୩୬ ଓ ଜିନ୍ନି ବେୟାରଷ୍ଟୋ […]

vvg

Hemant Lenka
  • Published: Saturday, 26 September 2020
  • , Updated: 26 September 2020, 09:33 PM IST

ଅବୁଧାବି: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ସନ ରାଇଜର୍ସ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୪୨ ରନ୍‌ କରିଛି। ଫଳରେ ଆଇପିଏଲ ୨୦୨୦ ୮ମ ମୁକାବିଲାକୁ ଜିତିବା ପାଇଁ କୋଲକାତା ନାଇଟ ରାଇଡର୍ସ ଆଗରେ ଚ୍ୟାଲେଞ୍ଜିଂ ୧୪୩ ରନ୍‌ର ଟାର୍ଗେଟ ରହିଛି।

ହାଇଦ୍ରାବାଦ ପକ୍ଷରୁ ମନୀଷ ପାଣ୍ଡେ ୫୧ ରନ୍‌ର ଇନିଂସ୍‌ ଖେଳିଥିବା ବେଳେ ରିଦ୍ଧିମାନ ସାହା ୩୦ ରନ୍‌ କରିଛନ୍ତି। ସେହିପରି ଡାଭିଡ ୱାର୍ଣ୍ଣର ୩୬ ଓ ଜିନ୍ନି ବେୟାରଷ୍ଟୋ ମାତ୍ର ୫ ରନ୍‌ କରିଛନ୍ତି। ମହମ୍ମଦ ନାବି ୧୧ ଓ ଅଭିଷେକ ଶର୍ମା ୨ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିଲେ।

କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୫ ରନ୍‌ ଦେଇ ଗୋଟିଏ ୱିକେଟ ନେଇଥିବା ବେଳେ ଆଇପିଏଲ ୨୦୨୦ର ସବୁଠାରୁ ମହଙ୍ଗା ବୋଲର ପ୍ୟାଟ କମିନ୍ସ ୪ ଓଭରରେ ୧୯ ରନ ବ୍ୟୟ କରି ଗୋଟିଏ ୱିକେଟ ନେଇଛନ୍ତି। ଆନ୍ଦ୍ରେ ରସେଲଙ୍କୁ ଗୋଟିଏ ୱିକେଟ ମିଳିଛି।

Related story