ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା ,ଜାଡେଜାଙ୍କୁ ମିଳିଲା ସୁଯୋଗ

ଲିଡ୍ସ: ଶ୍ରୀଲଙ୍କା ବିପକ୍ଷ ଲିଗ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ୍‌ କୋହଲି ଟସ୍‌ ହାରିଛନ୍ତି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହା ଚଳିତ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କାର ଶେଷ ଲିଗ୍‌ ମ୍ୟାଚ୍‌। ଭାରତ ପୂର୍ବରୁ ହିଁ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିନେଇଛି।  ତେବେ ଆଜିର ମ୍ୟାଚ୍‌ ଜିତି ଦଳ ସେମିଫାଇନାଲ୍‌ରେ ନିଜର ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରିବ। ଆଜିର ମ୍ୟାଚ୍‌ରେ ଭାରତ […]

q

Hemant Lenka
  • Published: Saturday, 06 July 2019
  • , Updated: 06 July 2019, 03:31 PM IST

ଲିଡ୍ସ: ଶ୍ରୀଲଙ୍କା ବିପକ୍ଷ ଲିଗ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ୍‌ କୋହଲି ଟସ୍‌ ହାରିଛନ୍ତି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହା ଚଳିତ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କାର ଶେଷ ଲିଗ୍‌ ମ୍ୟାଚ୍‌।

ଭାରତ ପୂର୍ବରୁ ହିଁ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିନେଇଛି।  ତେବେ ଆଜିର ମ୍ୟାଚ୍‌ ଜିତି ଦଳ ସେମିଫାଇନାଲ୍‌ରେ ନିଜର ମନୋବଳ ବୃଦ୍ଧି କରିବାକୁ ଚେଷ୍ଟା କରିବ।

ଆଜିର ମ୍ୟାଚ୍‌ରେ ଭାରତ ୨ଟି ପରିବର୍ତ୍ତନ କରିଛି। ୟୁଜବେନ୍ଦର ଚହଲ ଓ ମହମ୍ମଦ ଶାମିଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ଦିଆଯାଇଛି। ଏହି ଦୁଇ ଖେଳାଳିଙ୍କ ବଦଳରେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କୁ ସୁଯୋଗ ଦିଆଯାଇଛି। ଏହା ଜାଡେଜାଙ୍କ ଚଳିତ ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌।

ଅନ୍ୟପକ୍ଷରେ ଶ୍ରୀଲଙ୍କା ପୂର୍ବରୁ ହିଁ ବିଶ୍ୱକପ୍‌ ସେମି ଫାଇନାଲ୍‌ ରେସ୍‌ରୁ ବାଦ ପଡ଼ିଛି।

Related story