ଟି-୨୦ କ୍ରିକେଟ୍ ଖେଳିବା ଜାରି ରଖିବେ ମାଲିଙ୍ଗା

କଲମ୍ବୋ: ଶ୍ରୀଲଙ୍କାର ଅଭିଜ୍ଞ ପେସ୍ ବୋଲର ଲାସିଥ ମାଲିଙ୍ଗା ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍ ପରେ ସେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଯିବେ, କିନ୍ତୁ ଟି-୨୦ କ୍ରିକେଟ୍ ଖେଳିବା ଜାରି ରଖିବେ। ମାଲିଙ୍ଗା ଶୁକ୍ରବାର କଲମ୍ବୋର ଆର୍ ପ୍ରେମସାଦା ଷ୍ଟାଡିୟମରେ ହେବାକୁଥିବା ବିଦାୟୀ ଦିନିକିଆ ମ୍ୟାଚ୍ ଦେଖିବା ପାଇଁ ପ୍ରଶଂସକଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମାଲିଙ୍ଗା ନିଜ ପତ୍ନୀଙ୍କ ଫେସବୁକ୍ ପେଜରେ ଏକ ଭିଡିଓ ପୋଷ୍ଟ କରି ପ୍ରଶଂସକଙ୍କୁ […]

malinga

Ranjit Kumar Jena
  • Published: Tuesday, 23 July 2019
  • , Updated: 23 July 2019, 06:28 PM IST

କଲମ୍ବୋ: ଶ୍ରୀଲଙ୍କାର ଅଭିଜ୍ଞ ପେସ୍ ବୋଲର ଲାସିଥ ମାଲିଙ୍ଗା ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍ ପରେ ସେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଯିବେ, କିନ୍ତୁ ଟି-୨୦ କ୍ରିକେଟ୍ ଖେଳିବା ଜାରି ରଖିବେ।

ମାଲିଙ୍ଗା ଶୁକ୍ରବାର କଲମ୍ବୋର ଆର୍ ପ୍ରେମସାଦା ଷ୍ଟାଡିୟମରେ ହେବାକୁଥିବା ବିଦାୟୀ ଦିନିକିଆ ମ୍ୟାଚ୍ ଦେଖିବା ପାଇଁ ପ୍ରଶଂସକଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମାଲିଙ୍ଗା ନିଜ ପତ୍ନୀଙ୍କ ଫେସବୁକ୍ ପେଜରେ ଏକ ଭିଡିଓ ପୋଷ୍ଟ କରି ପ୍ରଶଂସକଙ୍କୁ କହିଛନ୍ତି, ମୋତେ ଟିମରୁ ବାହାର କରିବାକୁ ପ୍ରୟାସ କରୁଥିବା ଅଫିସିଆଲ୍ସ କିମ୍ବା ଖେଳାଳିମାନଙ୍କ ପ୍ରତି ମୋର କୌଣସି ଅନୁତାପ ନାହିଁ।

୩୫ ବର୍ଷୀୟ ଏହି ଖେଳାଳି କହିଛନ୍ତି, ଦୁଇବର୍ଷ ପୂର୍ବେ ତାଙ୍କୁ ଟିମରୁ ବାହାର କରିଦିଆଯାଇଥିଲା କିନ୍ତୁ ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ନିଜ ଦକ୍ଷତାକୁ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି। ମାଲିଙ୍ଗା ଆହୁରି କହିଛନ୍ତି, ଶୁକ୍ରବାର ଆପଣମାନେ ମୋତେ ଶେଷଥର ପାଇଁ ଦିନିକିଆ ମ୍ୟାଚ୍ ଖେଳୁଥିବାର ଦେଖିବାକୁ ପାଇବେ। ଯଦି ସମ୍ଭବ, ତାହେଲେ ମ୍ୟାଚ୍ ଦେଖିବାକୁ ପହଞ୍ଚିବେ।"

ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ଅଭ୍ୟାସ ସେସନରେ ମାଲିଙ୍ଗା କହିଛନ୍ତି, ମୁଁ ଅଷ୍ଟ୍ରେଲିଆରେ ୨୦୨୦ରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ଖେଳିବାକୁ ଚାହୁଁଛି। ଆଶା କରୁଛି ମୋତେ ଏହି ଫର୍ମାଟରେ ଖେଳିବାକୁ ସୁଯୋଗ ମିଳିବ, କିନ୍ତୁ ଯଦି ମୋ'ଠାରୁ କେହି ଉନ୍ନତ ଖେଳାଳି ଉପଲବ୍ଧ ଅଛନ୍ତି, ତାହେଲେ ମୋତେ ବାହାର ହେବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ମାଲିଙ୍ଗା କହିଛନ୍ତି। ନିଜର ୧୫ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ମାଲିଙ୍ଗା ୨୨୫ ଦିନିକିଆ ଖେଳି ୩୩୫ ୱିକେଟ୍ ନେଇଛନ୍ତି। ସେହିପରି ଟେଷ୍ଟ କ୍ରିକେଟରେ ସେ ୩୦ ମ୍ୟାଚରେ ୧୦୧ ୱିକେଟ୍ ହାସଲ କରିଛନ୍ତି।

Related story