ରିଓ ଅଲିମ୍ପିକ୍‌: କ୍ୱାର୍ଟରରେ ହାରିଲେ ଶ୍ରୀକାନ୍ତ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ବ୍ୟାଡମିଣ୍ଟନ୍‌ ପୁରୁଷ ଏକକ ବର୍ଗରେ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିବା କିଦାମ୍ବୀ ଶ୍ରୀକାନ୍ତ ସେମି ଫାଇନାଲ୍‌କୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି। ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲ୍‌ରେ ସେ ଡିଫେଣ୍ଡିଂ ଚାମ୍ପିଅନ୍ ଲିନ୍ ଡାନ୍‌ଙ୍କଠାରୁ ୨୧-୬, ୧୧-୨୧, ୨୧-୮ରେ ହାରି ଯାଇଛନ୍ତି। ସେମି ଫାଇନାଲ୍‌ରେ ଲିନ୍ ଡାନ୍ ମାଲେସିଆର ଲି ଚୋଙ୍ଗ ୱିଙ୍କୁ ଭେଟିବେ। ସୂଚନାଯୋଗ୍ୟ, ପି.ଭି ସିନ୍ଧୁ ବ୍ୟାଡମିଣ୍ଟନର ମହିଳା ଏକକ ବର୍ଗର ସେମି ଫାଇନାଲ୍‌ରେ ପହଞ୍ଚିଛନ୍ତି। ଅନ୍ୟତମ […]

kidambi

Rakesh Mallick
  • Published: Wednesday, 17 August 2016
  • , Updated: 17 August 2016, 08:31 PM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ବ୍ୟାଡମିଣ୍ଟନ୍‌ ପୁରୁଷ ଏକକ ବର୍ଗରେ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିବା କିଦାମ୍ବୀ ଶ୍ରୀକାନ୍ତ ସେମି ଫାଇନାଲ୍‌କୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି। ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲ୍‌ରେ ସେ ଡିଫେଣ୍ଡିଂ ଚାମ୍ପିଅନ୍ ଲିନ୍ ଡାନ୍‌ଙ୍କଠାରୁ ୨୧-୬, ୧୧-୨୧, ୨୧-୮ରେ ହାରି ଯାଇଛନ୍ତି।

ସେମି ଫାଇନାଲ୍‌ରେ ଲିନ୍ ଡାନ୍ ମାଲେସିଆର ଲି ଚୋଙ୍ଗ ୱିଙ୍କୁ ଭେଟିବେ।

ସୂଚନାଯୋଗ୍ୟ, ପି.ଭି ସିନ୍ଧୁ ବ୍ୟାଡମିଣ୍ଟନର ମହିଳା ଏକକ ବର୍ଗର ସେମି ଫାଇନାଲ୍‌ରେ ପହଞ୍ଚିଛନ୍ତି। ଅନ୍ୟତମ ଭାରତୀୟ ବ୍ୟାଡମିଣ୍ଟନ୍‌ ତାରକା ସାଇନା ନେହୱାଲ ଯୋଗ୍ୟତା ପର୍ଯ୍ୟାୟରୁ ବିଦା ହୋଇଯାଇଥିଲେ।

Related story