ଇଣ୍ଡିଆ ଓପନ୍: ସେମିରେ ଶ୍ରୀକାନ୍ତ ଓ କଶ୍ୟପ୍

ନୂଆଦିଲ୍ଲୀ: ଭାରତୀୟ ଶଟଲର କିଦାମ୍ବୀ ଶ୍ରୀକାନ୍ତ ଓ ପରୁପଲ୍ଲୀ କଶ୍ୟପ ଚଳିତ ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଅବତୀର୍ଣ୍ଣ ହୋଇଛନ୍ତି। ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟରଫାଇନାଲରେ ଶ୍ରୀକାନ୍ତ ନିଜ ଦେଶର ବି. ସାଇ ପ୍ରଣୀତଙ୍କୁ ୨୧-୨୩, ୨୧-୧୧, ୨୧-୧୯ ଗେମରେ ପରାସ୍ତ କରିଥିବା ବେଳେ କଶ୍ୟପ ଚାଇନିଜ ତାଇପେଇର ୱାଙ୍ଗ ଜୁ ୱେଇଙ୍କୁ ସିଧାସଳଖ ୨୧-୧୬, ୨୧-୧୧ ଗେମରେ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି। ଶ୍ରୀକାନ୍ତ ନିଜର ଶେଷ ୯ ଟୁର୍ଣ୍ଣାମେଣ୍ଟରେ ୮ଥର କ୍ୱାର୍ଟରଫାଇନାଲ ମୁକାବିଲା […]

bad

bad

Ranjit Kumar Jena
  • Published: Friday, 29 March 2019
  • Updated: 29 March 2019, 08:19 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଶଟଲର କିଦାମ୍ବୀ ଶ୍ରୀକାନ୍ତ ଓ ପରୁପଲ୍ଲୀ କଶ୍ୟପ ଚଳିତ ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଅବତୀର୍ଣ୍ଣ ହୋଇଛନ୍ତି। ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟରଫାଇନାଲରେ ଶ୍ରୀକାନ୍ତ ନିଜ ଦେଶର ବି. ସାଇ ପ୍ରଣୀତଙ୍କୁ ୨୧-୨୩, ୨୧-୧୧, ୨୧-୧୯ ଗେମରେ ପରାସ୍ତ କରିଥିବା ବେଳେ କଶ୍ୟପ ଚାଇନିଜ ତାଇପେଇର ୱାଙ୍ଗ ଜୁ ୱେଇଙ୍କୁ ସିଧାସଳଖ ୨୧-୧୬, ୨୧-୧୧ ଗେମରେ ହରାଇ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି।

ଶ୍ରୀକାନ୍ତ ନିଜର ଶେଷ ୯ ଟୁର୍ଣ୍ଣାମେଣ୍ଟରେ ୮ଥର କ୍ୱାର୍ଟରଫାଇନାଲ ମୁକାବିଲା ଜିତିଛନ୍ତି। ଆଜି ଶ୍ରୀକାନ୍ତଙ୍କୁ କ୍ୱାର୍ଟରରେ ପ୍ରଣୀତ କଡ଼ା ଟକ୍କର ଦେଇଥିଲେ। ପ୍ରଥମ ଗେମରେ ଶ୍ରୀକାନ୍ତ ଏକ ସମୟରେ ୧-୭ରେ ପଛୁଆ ଥିଲେ। ଏହା ପରେ ଶ୍ରୀକାନ୍ତ ସଫଳ ପ୍ରତ୍ୟାବର୍ତ୍ତନ କରି ଗେମକୁ ୧୩-୧୩ରେ ପହଞ୍ଚାଇଥିଲେ।

ଦୁହିଁଙ୍କ ମଧ୍ୟରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ସ୍କୋର ୧୯-୧୯ରେ ଥିବା ବେଳେ ପ୍ରଣୀତ ଚାରି ପଏଣ୍ଟ ହାସଲ କରି ଗେମକୁ ଜିତି ନେଇଥିଲେ। ପ୍ରଥମ ଗେମ ହାରିବା ପରେ ଶ୍ରୀକାନ୍ତ ପରବର୍ତ୍ତୀ ଦୁଇଟି ଗେମରେ ଜବରଦସ୍ତ ପ୍ରଦର୍ଶନ କରି ମ୍ୟାଚକୁ ଜିତି ନେଇଥିଲେ।

ଅନ୍ୟପକ୍ଷରେ କଶ୍ୟପଙ୍କୁ ନିଜ ମୁକାବିଲାରେ ସେତେଟା ସଂଘର୍ଷ କରିବାକୁ ପଡ଼ିନଥିଲା। ପ୍ରଥମ ଗେମଟି ଏକ ସମୟରେ ୧୬-୧୬ରେ ଥିବା ବେଳେ କଶ୍ୟପ ଲଗାତାର ୫ ପଏଣ୍ଟ ହାସଲ କରି ଗେମକୁ ଜିତି ନେଇଥିଲେ। ଦ୍ୱିତୀୟ ଗେମକୁ ସହଜରେ ଜିତି କଶ୍ୟପ ମ୍ୟାଚକୁ କବଜା କରିନେଇଥିଲେ।

ସେହିପରି ଭାରତର ଅନ୍ୟତମ ତାରକା ଏଚଏସ ପ୍ରଣୟ କ୍ୱାର୍ଟରଫାଇନାଲରେ ଡେନମାର୍କର ଭିକ୍ଟର ଆକ୍ସେଲସେନଙ୍କଠାରୁ ୧୦-୨୧, ୧୬-୨୧ ଗେମରେ ହାରି ବିଦାୟ ନେଇଛନ୍ତି। ସେମିରେ ଶ୍ରୀକାନ୍ତଙ୍କ ସାମ୍ନା ଜୁଜିଆଙ୍ଗ ହୁଆଙ୍କ ସହ ଏବଂ କଶ୍ୟପଙ୍କ ସାମ୍ନା ଭିକ୍ଟରଙ୍କ ସହ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos