ଶ୍ରୀଲଙ୍କା ଗସ୍ତରେ ବି ସ୍ଥାନ ପାଇପାରନ୍ତି ଭଜି

ନୂଆଦିଲ୍ଲୀ: ପ୍ରଥମେ ବାଂଲାଦେଶ, ପରେ ଜିମ୍ବାୱେ। ଆଉ ଏବେ ଶ୍ରୀଲଙ୍କା ଗସ୍ତରେ ମଧ୍ୟ ହରଭଜନ ସିଂ ଟିମରେ ସାମିଲ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ବାଂଲାଦେଶ ବିରୋଧରେ ଏକ ମାତ୍ର ଟେଷ୍ଟରେ ହରଭଜନ ୩ଟି ୱିକେଟ ନେଇଥିଲେ। ଏହି ମ୍ୟାଚ ଖେଳି ସେ ଚାରିବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିଥିଲେ । ସେହିପରି ବାଂଲାଦେଶ ଗସ୍ତରୁ ଫେରିବା ପରେ ଭଜିଙ୍କୁ ଜିମ୍ବାୱେ ବିପକ୍ଷ ୩ଟି ଦିନିକିଆ ଓ ଦୁଇଟି  ଟି-ଟ୍ୱଣ୍ଟି ମ୍ୟାଚ ପାଇଁ  ମଧ୍ୟ ଟିମରେ […]

harbhajansingh

Rakesh Mallick
  • Published: Wednesday, 22 July 2015
  • , Updated: 23 July 2015, 02:51 AM IST

ନୂଆଦିଲ୍ଲୀ: ପ୍ରଥମେ ବାଂଲାଦେଶ, ପରେ ଜିମ୍ବାୱେ। ଆଉ ଏବେ ଶ୍ରୀଲଙ୍କା ଗସ୍ତରେ ମଧ୍ୟ ହରଭଜନ ସିଂ ଟିମରେ ସାମିଲ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ବାଂଲାଦେଶ ବିରୋଧରେ ଏକ ମାତ୍ର ଟେଷ୍ଟରେ ହରଭଜନ ୩ଟି ୱିକେଟ ନେଇଥିଲେ। ଏହି ମ୍ୟାଚ ଖେଳି ସେ ଚାରିବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିଥିଲେ । ସେହିପରି ବାଂଲାଦେଶ ଗସ୍ତରୁ ଫେରିବା ପରେ ଭଜିଙ୍କୁ ଜିମ୍ବାୱେ ବିପକ୍ଷ ୩ଟି ଦିନିକିଆ ଓ ଦୁଇଟି  ଟି-ଟ୍ୱଣ୍ଟି ମ୍ୟାଚ ପାଇଁ  ମଧ୍ୟ ଟିମରେ ସାମିଲ ହଖଇଥିଲେ । ଏସବୁ ମ୍ୟାଚରେ ସେ ୱିକେଟ ନେଇ ତାଙ୍କ ପାଖରେ ଆହୁରି କ୍ରିକେଟ ବାକି ଥିବାର ପ୍ରମାଣ ଦେଇଥିଲେ । ଏହାକୁ ଆଧାର କରି ଆସନ୍ତା ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତ ପାଇଁ ଚୟନ ହେବାକୁ ଥିବା ଟିମରେ ତାଙ୍କୁ ସାମିଲ କରାଯାଇପାରେ ବୋଲି କୁହାଯାଉଛି। ଏବେ ରବୀଚନ୍ଦ୍ରନ ଅଶ୍ୱିନୀ ଟିମରେ ସ୍ପିନରଙ୍କ ନେତୃତ୍ୱ ନେଉଛନ୍ତି। ତେବେ ଅନ୍ତର୍ଜାତୀୟ କ୍ରିକେଟ ରେ ୭୦୦ରୁ ଅଧିକ ୱିକେଟ ନେଇଥିବା ହରଭଜନଙ୍କୁ ହେୟଜ୍ଞାନ କରାଯାଇ ପାରିବ ନାହିଁ । ରବୀନ୍ଦ୍ର ଜାଡେଜା ଫର୍ମରେ ନାହାନ୍ତି । ଅକ୍ସର ପଟେଲ, କରନ ଶର୍ମା, କୁନଦୀପ ଯାଦବ ପ୍ରମୁଖ ଅନ୍ତର୍ଜାତୀୟ ମ୍ୟାଚରେ ନିଜର ଦବଦବା ସାବ୍ୟସ୍ତ କରିପାରି ନାହାନ୍ତି । ଏଭଳି ସ୍ଥିତିରେ ଶ୍ରୀଲଙ୍କାର ଧୀମା ଓ ଟର୍ଣ୍ଣିଂ ପିଚରେ ଭଜିଙ୍କ ଅଭିଜ୍ଞତା କାମରେ ଲାଗିବ ବୋଲି ଚୟନକର୍ତ୍ତା ଚିନ୍ତା କରୁଥିବା ଜଣାପଡିଛି ।

ଆସନ୍ତାକାଲି ବିସିସିଆଇ ଚୟନକର୍ତ୍ତା ଶ୍ରୀଲଙ୍କା ଗସ୍ତ ପାଇଁ ଟିମ ଚୟନ କରିବେ । ବିରାଟ କୋହିଲଙ୍କ ନେତୃତ୍ୱରେ ଭରତୀୟ ଦଳ ଶ୍ରୀଲଙ୍କା ସହିତ ୩ଟି ଟେଷ୍ଟ ଖେଳିବ । ପ୍ରଥମ ଟେଷ୍ଟ ଗଲେରେ ଅଗଷ୍ଟ ୧୨ରୁ ଆରମ୍ଭ ହେବ । ସେହିପରି ଅନ୍ୟ ଦୁଇଟି ଟେଷ୍ଟ ଯଥାକ୍ରମେ ଅଗଷ୍ଟ ୨୦ ଓ ୨୮ରେ ତାମିଲ ୟୁନିୟନ ଓଭାଲ ଓ କଲୋମ୍ବରେ ଖେଳାଯିବ ।

Related story