ସାଉଥ୍ ଏସିଆନ୍ ଗେମ୍ସ: ଶ୍ରୀୟଙ୍କାଙ୍କୁ ଡବଲ୍ ମେଡାଲ୍‌

କାଠମାଣ୍ଡୁ: ଓଡ଼ିଆ ଶୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ଚଳିତ ୧୩ଶ ସାଉଥ୍ ଏସିଆନ୍ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରି ଡବଲ୍ ମେଡାଲ୍ ଜିତିଛନ୍ତି। ଶ୍ରୀୟଙ୍କା ୧୦ ମିଟର୍ ଏୟାର୍ ରାଇଫଲ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ବେଳେ ମେହୁଲି ଘୋଷ ଓ ଶ୍ରେୟା ଅଗ୍ରୱାଲଙ୍କ ସହ ମିଶି ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ବ୍ୟକ୍ତିଗତ ବିଭାଗରେ ଶ୍ରୀୟଙ୍କା ୨୫୦.୮ ସ୍କୋର ସହ ରୌପ୍ୟ ପଦକ ଅକ୍ତିଆର କରିଥିଲେ। ଏହି ଇଭେଣ୍ଟରେ ମେହୁଲି ଘୋଷ ୨୫୩.୩ ସ୍କୋର […]

sriyanka

Ranjit Kumar Jena
  • Published: Tuesday, 03 December 2019
  • , Updated: 03 December 2019, 08:23 PM IST

କାଠମାଣ୍ଡୁ: ଓଡ଼ିଆ ଶୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ଚଳିତ ୧୩ଶ ସାଉଥ୍ ଏସିଆନ୍ ଗେମ୍ସରେ ଚମତ୍କାର ପ୍ରଦର୍ଶନ କରି ଡବଲ୍ ମେଡାଲ୍ ଜିତିଛନ୍ତି। ଶ୍ରୀୟଙ୍କା ୧୦ ମିଟର୍ ଏୟାର୍ ରାଇଫଲ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ବେଳେ ମେହୁଲି ଘୋଷ ଓ ଶ୍ରେୟା ଅଗ୍ରୱାଲଙ୍କ ସହ ମିଶି ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ବ୍ୟକ୍ତିଗତ ବିଭାଗରେ ଶ୍ରୀୟଙ୍କା ୨୫୦.୮ ସ୍କୋର ସହ ରୌପ୍ୟ ପଦକ ଅକ୍ତିଆର କରିଥିଲେ।

ଏହି ଇଭେଣ୍ଟରେ ମେହୁଲି ଘୋଷ ୨୫୩.୩ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତି ବିଶ୍ୱ ରେକର୍ଡ କରିଛନ୍ତି । ସେ ଭାରତର ଅନ୍ୟତମ ଶୁଟର ଅପୂର୍ବୀ ଚାନ୍ଦେଲାଙ୍କ (୨୫୨.୯ ସ୍କୋର) ରେକର୍ଡକୁ ପଛରେ ପକାଇଛନ୍ତି। ଭାରତର ଶ୍ରେୟା ୨୨୭.୨ ସ୍କୋର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ଭାରତ ଏହି ଇଭେଣ୍ଟରେ ସବୁଯାକ ପଦକ ନିଜ ନାଁରେ କରିଛି। ଫାଇନାଲରେ ମେହୁଲି ଓ ଶ୍ରୀୟଙ୍କା ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା। କିନ୍ତୁ ଶ୍ରୀୟଙ୍କାଙ୍କ ତୁଳନାରେ ମେହୁଲି ଟାର୍ଗେଟକୁ ସଠିକ୍ ଲଗାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ଚଳିତ ବର୍ଷ ମେ' ମାସରେ ଶ୍ରୀୟଙ୍କା ଚେକ୍ ଗଣରାଜ୍ୟରେ ଆୟୋଜିତ ୫୦ତମ ଗ୍ରାଁ ପ୍ରି ଲିବରେସନ୍ ଶୁଟିଂ ପ୍ରତିଯୋଗିତାରେ ଗଗନ ନାରଙ୍ଗଙ୍କ ସହ ମିଶି ୧୦ ମିଟର୍ ଏୟାର ରାଇଫଲ୍ ମିକ୍ସଡ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ମଧ୍ୟ ଶ୍ରୀୟଙ୍କା ନାରଙ୍ଗଙ୍କ ସହ ମିଶି ୫୦ ମିଟର୍ ମିକ୍ସଡ୍ ରାଇଫଲ୍ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ।

Related story