୭୦ତମ ରାଜ୍ୟ ପୋଲିସ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଯାପିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପୋଲିସର ୭୦ତମ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଫେବ୍ରୁଆରୀ ୨ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ସୋମବାର ଶେଷ ହୋଇଛି। ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ମୋଟ ୫୨ଟି ଟିମ୍ ଭାଗନେଥିଲା, ଯେଉଁଥିରେ ସାମିଲ ଥିଲେ ୯୯୦ ପ୍ରତିଯୋଗୀ। ଏମାନଙ୍କ ମଧ୍ୟରେ ୧୩୫ ଜଣ ମହିଳା ପ୍ରତିଯୋଗୀ ମଧ୍ୟ ସାମିଲ ଥିଲେ। ପୁରୁଷ ବିଭାଗରେ ୨୩ ଇଭେଣ୍ଟ ଓ ମହିଳା ବିଭାଗର ୧୩ଟି ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା। […]

vlcsnap-6529-01-14-10h24m38s741

Ordigital Desk
  • Published: Tuesday, 06 February 2018
  • , Updated: 06 February 2018, 10:57 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପୋଲିସର ୭୦ତମ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଫେବ୍ରୁଆରୀ ୨ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ସୋମବାର ଶେଷ ହୋଇଛି। ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ମୋଟ ୫୨ଟି ଟିମ୍ ଭାଗନେଥିଲା, ଯେଉଁଥିରେ ସାମିଲ ଥିଲେ ୯୯୦ ପ୍ରତିଯୋଗୀ। ଏମାନଙ୍କ ମଧ୍ୟରେ ୧୩୫ ଜଣ ମହିଳା ପ୍ରତିଯୋଗୀ ମଧ୍ୟ ସାମିଲ ଥିଲେ।

ପୁରୁଷ ବିଭାଗରେ ୨୩ ଇଭେଣ୍ଟ ଓ ମହିଳା ବିଭାଗର ୧୩ଟି ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ସିନ୍ଥେଟିକ୍ ଟ୍ରାକରେ ଏହି ପ୍ରତିଯୋଗିତା ଖେଳାଯାଇଛି। ଉଦ୍‌ଯାପନୀ ଉତ୍ସବରେ ପୋଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Related story