ନିଜକୁ ଏମିତି ଦଣ୍ଡିତ କଲେ ଷ୍ଟିଭ୍ ସ୍ମିଥ୍‌

ସିଡନୀ: ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ଦୁଇଅଙ୍କ ଛୁଇଁବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଯାଇଥିଲେ। ଆଶେସ୍ ସିରିଜରେ ଚମତ୍କାର ବ୍ୟାଟିଂ କରିଥିବା ସ୍ମିଥଙ୍କୁ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟର ବିଫଳତା ଖୁବ୍ ବାଧିଛି। ଏହି ବିଫଳତା ପାଇଁ ସେ ନିଜକୁ ଦଣ୍ଡିତ କରିଛନ୍ତି। ରବିବାର ଗାବାରେ ପ୍ରଥମ ଟେଷ୍ଟ ଶେଷ ହେବା ପରେ ସ୍ମିଥ୍ ନିଜ ଟିମ୍ ବସ୍ ମିସ୍ କରିଥିଲେ, ଯେଉଁକାରଣରୁ ସେ ତିନି କିଲୋମିଟର୍ ଚାଲି […]

smith

Ranjit Kumar Jena
  • Published: Tuesday, 26 November 2019
  • , Updated: 26 November 2019, 06:20 PM IST

ସିଡନୀ: ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ଦୁଇଅଙ୍କ ଛୁଇଁବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଯାଇଥିଲେ। ଆଶେସ୍ ସିରିଜରେ ଚମତ୍କାର ବ୍ୟାଟିଂ କରିଥିବା ସ୍ମିଥଙ୍କୁ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟର ବିଫଳତା ଖୁବ୍ ବାଧିଛି। ଏହି ବିଫଳତା ପାଇଁ ସେ ନିଜକୁ ଦଣ୍ଡିତ କରିଛନ୍ତି।

ରବିବାର ଗାବାରେ ପ୍ରଥମ ଟେଷ୍ଟ ଶେଷ ହେବା ପରେ ସ୍ମିଥ୍ ନିଜ ଟିମ୍ ବସ୍ ମିସ୍ କରିଥିଲେ, ଯେଉଁକାରଣରୁ ସେ ତିନି କିଲୋମିଟର୍ ଚାଲି ଚାଲି ନିଜ ହୋଟେଲ୍ ରୁମକୁ ଯାଇଥିଲେ। ସ୍ମିଥ୍ ଯଦି ଚାହିଁଥାନ୍ତେ, ତାହେଲେ ଅନ୍ୟ ଗାଡ଼ି ସାହାଯ୍ୟରେ ହୋଟେଲ ରୁମକୁ ଯାଇପାରିଥାନ୍ତେ। କିନ୍ତୁ ବ୍ରିସବେନ୍ ଟେଷ୍ଟର ବିଫଳତା ତାଙ୍କୁ ବ୍ୟଥିତ କରିଥିଲା ଏବଂ ଏହି କାରଣରୁ ସେ ନିଜକୁ ଦଣ୍ଡିତ କରିବାକୁ ଚାହୁଁଥିଲେ।

ଏ ନେଇ ମଙ୍ଗଳବାର ସ୍ମିଥକ କହିଛନ୍ତି, "ଯେତେବେଳେ ମୁଁ କୌଣସି ମ୍ୟାଚରେ ଶତକ ମାରେ, ସେହିଦିନ ରାତିରେ ନିଜକୁ ଏକ ଚକୋଲେଟ୍ ବାର୍ ଉପହାର ଦେଇଥାଏ। କିନ୍ତୁ ଯେତେବେଳେ ମୁଁ ରନ୍ ନ କରିପାରେ, ସେହି ସମୟରେ ନିଜକୁ ଦଣ୍ଡିତ କରେ। ଯେତେବେଳେ ମୁଁ ରନ୍ ନ କରେ, ମୁଁ ଦୌଡ଼ିବାକୁ ପସନ୍ଦ କରେ କିମ୍ବା ଜିମ୍ କିମ୍ବା ଅନ୍ୟ କୌଣସି କାମ କରି ନିଜକୁ ଦଣ୍ଡିତ କରିଥାଏ।"

ସୂଚନାଯୋଗ୍ୟ, ସ୍ମିଥ୍ ବ୍ରିସବେନ୍ ଟେଷ୍ଟରେ ମାତ୍ର ୪ ରନ୍ କରି ପାକିସ୍ତାନ ସ୍ପିନର୍ ୟାସିର୍ ଶାହଙ୍କ ଶିକାର ହୋଇଥିଲେ। ସ୍ମିଥଙ୍କ ବିଫଳତା ସତ୍ତ୍ୱେ ଅଷ୍ଟ୍ରେଲିଆ ଏହି ଟେଷ୍ଟର ପ୍ରଥମ ଇନିଂସରେ ୫୮୦ ରନର ବିଶାଳ ସ୍କୋର ଛିଡ଼ା କରିଥିଲା ଏବଂ ପାକିସ୍ତାନକୁ ଇନିଂସ୍ ଓ ୫ ରନରେ ହରାଇଥିଲା।

Related story