ଇପୋ(ମାଲେସିଆ): ସୁଲତାନ ଆଜଲାନ ଶାହ କପ୍ର ଫାଇନାଲରେ ଆଜି ଭାରତକୁ ୪-୦ରେ ହରାଇ ନବମ ଥର ପାଇଁ ଚାମ୍ପିଅନ୍ ହୋଇଛି ଅଷ୍ଟ୍ରେଲିଆ।
ଅଷ୍ଟ୍ରେଲିଆର ୱିଲିୟମ୍ କ୍ରେଗ୍(୨୫ ଓ ୩୫ ମିନିଟ୍) ଓ ମାଟ୍ ଗୋହଡେସ୍( ୪୩ ଓ ୫୭ ମିନିଟ୍)ଙ୍କ ଦୁଇଟି ଲେଖାଏଁ ଗୋଲ ବଳରେ ଦଳ ଚାମ୍ପିଅନ୍ ହୋଇଛି।
ଭାରତ ଭଲ ଆରମ୍ଭ କରିଥିଲେ ମଧ୍ୟ ମଧ୍ୟାନ୍ତର ଓ ଶେଷାର୍ଦ୍ଧରେ ଏହାକୁ ବଜାୟ ରଖିପାରି ନ ଥିଲା। ଫଳରେ ଦଳ ପରାଜୟ ବରଣ କରିଛି।
ଗତକାଲି ମାଲେସିଆକୁ ୬-୧ରେ ହରାଇ ସପ୍ତମ ଥର ପାଇଁ ଭାରତୀୟ ଦଳ ଏହି କପ୍ର ଫାଇନାଲ୍ରେ ପ୍ରବେଶ କରିଥିଲା।
ଭାରତ ୫ ଥର ଏହି କପ୍ ଜିତିଛି। ଦଳ ୧୯୮୫, ୧୯୯୧, ୧୯୯୫, ୨୦୦୯ ଓ ୨୦୧୦ ମସିହାରେ ଏହି କପ୍ ହାତେଇ ଥିଲା। ୨୦୦୮ରେ ଭାରତୀୟ ଦଳ ଏହି କପ୍ରେ ରନର୍ସଅପ୍ ହୋଇଥିଲା। ସେହିପରି ୧୯୮୩, ୨୦୦୦, ୨୦୦୬, ୨୦୦୭, ୨୦୧୨ ଓ ୨୦୧୫ରେ ଦଳ ତୃତୀୟ ସ୍ଥାନରେ ରହିଥିଲା।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏହାକୁ ମିଶାଇ ମୋଟ ୯ ଥର ଏହି ଟାଇଟଲ୍ ଜିତିଛି। ୧୯୮୩, ୧୯୯୬, ୨୦୦୪, ୨୦୦୫, ୨୦୦୭, ୨୦୧୧, ୨୦୧୩ ଓ ୨୦୧୪ରେ ଦଳ ଏହି କପ୍ ଜିତି ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।
Politics
କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ମୋଦିଙ୍କ କୋର୍ଟକୁ ବଲ ଫିଙ୍ଗିଲେ ଏକନାଥ ସିନ୍ଦେ
ବିଜେପି ହାଇକମାଣ୍ଡଙ୍କ କଥା ସିନ୍ଦେ ମାନିବେ ବୋଲି କହି ସାରିଥିବାରୁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାରର ସ୍ପଷ୍ଟ ହୋଇସାରିଛି।
Politics
ହଜମ ହେଉନି ପରାଜୟ, EVM ହଟାଅ ଅଭିଯାନ ଆରମ୍ଭ କରିବେ ବିରୋଧୀ!
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି, ଶିବସେନା ଓ ଏନସିପିକୁ ନେଇ ଗଠିତ ମହାୟୁତିର ବିଜୟ ହୋଇଛି। ହେଲେ ଏହାକୁ ଆରମ୍ଭରୁ ହିଁ ବିରୋଧୀ ଏମଭିଏ ବିରୋଧ କରି ଆସୁଛି।