ଇପୋ(ମାଲେସିଆ): ସପ୍ତମ ଥର ପାଇଁ ସୁଲତାନ ଆଜଲାନ ଶାହ କପ୍ ଫାଇନାଲରେ ପହଞ୍ଚିଛି ଭାରତ। ଆଜି ୬-୧ରେ ଆୟୋଜକ ମାଲେସିଆକୁ ହରାଇ ଭାରତ ଫାଇନାଲ୍ରେ ପହଞ୍ଚିଛି। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ରେ ଦଳ ଅଷ୍ଟ୍ରେଲିଆକୁ ଭେଟିବ।
ଆଜିର ମ୍ୟାଚ୍ରେ ଏସ୍ଭି ସୁନୀଲ(୨ୟ ମିନିଟ୍), ହରଜିତ ସିଂହ(୭ମ ମିନିଟ୍),ରମଣଦୀପ୍ ସିଂହ (୨୫ ଓ ୩୯ ତମ ମିନିଟ୍), ଡି ମୁଜତାବା(୨୭ତମ ମିନିଟ୍) ଓ ତଲୱିନ୍ଦର ସିଂହ(୫୦ତମ ମିନିଟ୍) ଭାରତ ପାଇଁ ଗୋଲ୍ କରିଥିଲେ। ମାଲେସିଆ ପକ୍ଷରୁ ଶାହ୍ରିଲ ଶାବହା(୪୬ତମ ମିନିଟ୍)ରେ ଗୋଟିଏ ମାତ୍ର ଗୋଲ୍ ଦେଇଥିଲେ।
ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ୬ଟି ମ୍ୟାଚ୍ରୁ ୧୮ ପଏଣ୍ଟ୍ ପାଇ ଶୀର୍ଷରେ ଥିବା ବେଳେ ଭାରତ ୬ଟି ମ୍ୟାଚ୍ ଖେଳି ୧୨ ପଏଣ୍ଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ୬ଟି ମ୍ୟାଚ୍ରୁ ୧୧ ପଏଣ୍ଟ୍ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ମାଲେସିଆ ୮ ପଏଣ୍ଟ୍ ସହିତ ଚତୁର୍ଥ ସ୍ଥାନରେ ରହିଛି।
ବ୍ରୋଞ୍ଜ୍ ପଦକ ପାଇଁ ଆସନ୍ତାକାଲି ମାଲେସିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ।
ସୂଚନାଯୋଗ୍ୟ, ଭାରତ ୫ ଥର ସୁଲତାନ ଆଜଲାନ ଶାହ କପ୍ ବିଜୟୀ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।
Politics
କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ମୋଦିଙ୍କ କୋର୍ଟକୁ ବଲ ଫିଙ୍ଗିଲେ ଏକନାଥ ସିନ୍ଦେ
ବିଜେପି ହାଇକମାଣ୍ଡଙ୍କ କଥା ସିନ୍ଦେ ମାନିବେ ବୋଲି କହି ସାରିଥିବାରୁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାରର ସ୍ପଷ୍ଟ ହୋଇସାରିଛି।
Politics
ହଜମ ହେଉନି ପରାଜୟ, EVM ହଟାଅ ଅଭିଯାନ ଆରମ୍ଭ କରିବେ ବିରୋଧୀ!
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି, ଶିବସେନା ଓ ଏନସିପିକୁ ନେଇ ଗଠିତ ମହାୟୁତିର ବିଜୟ ହୋଇଛି। ହେଲେ ଏହାକୁ ଆରମ୍ଭରୁ ହିଁ ବିରୋଧୀ ଏମଭିଏ ବିରୋଧ କରି ଆସୁଛି।
National
ରାପ୍ପର ବାଦଶାହଙ୍କ କ୍ଲବ ଆଗରେ ବିସ୍ଫୋରଣ, ନିଜକୁ ଦାୟୀ କଲା ଏହି ଗ୍ୟାଙ୍ଗଷ୍ଟର
ବିସ୍ଫୋରଣ ପଛର କାରଣ ଜଣପଡ଼ି ନଥିବା ବେଳେ ଏବେ ଏଥିପାଇଁ କାନାଡାରେ ରହିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ନିଜକୁ ଦାୟୀ କରିଛି।