ରାଜସ୍ଥାନକୁ ହରାଇଲା ହାଇଦ୍ରାବାଦ

ଜୟପୁର: ଆଇପିଏଲ୍‌ର ୨୮ ତମ ମ୍ୟାଚ୍‌ରେ ସନ୍‌ରାଇଜର ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧୧ ରନ୍‌ରେ ପରାସ୍ତ କରିଛି। ସବାଇ ମାନସିଂହ ଷ୍ଟେଡିୟମରେ ଏହି ମ୍ୟାଚ୍‌ ଖେଳା ଯାଇଥିଲା। ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ ହରାଇ ୧୫୧ ରନ୍‌ ସଂଗ୍ରହ କରିଥିଲା। ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ୨୦ ଓଭର ଖେଳି ମାତ୍ର ୧୪୦ ରନ୍‌ କରିପାରିଥିଲା।

ହାଇଦ୍ରାବାଦ୍‌ ପକ୍ଷରୁ ୱିଲିୟମସନ୍‌ ୬୩ ରନ୍‌ ଓ ଏଲେକ୍ସ ହେଲ୍ସ ୪୫ ରନ୍‌ ସଂଗ୍ରହ କରିଥିଲେ। ସେହିପରି ରାଜସ୍ଥାନ ରୟାଲ୍ସ ପକ୍ଷରୁ ଅଧିନାୟକ ଅଜିଙ୍କ୍ୟା ରାହାଣେ ୫୩ଟି ବଲ ଖେଳି ସର୍ବାଧିକ ୬୫ ରନ୍‌ କରିଥିବା ବେଳେ ସଞ୍ଜୁ ସାମସଙ୍ଗ ୪୦ ରନ୍‌ ସଂଗ୍ରହ କରିଥିଲେ।

ଏହି ବିଜୟ ସହିତ ହାଇଦ୍ରାବାଦ ଲଗାତାର ଭାବେ ତିନୋଟି ମ୍ୟାଚ୍‌ ଜିତିଛି। ଏଥିସହିତ ମୋଟ ୮ଟି ମ୍ୟାଚ୍‌ ଖେଳି ୬ଟିରେ ବିଜୟ ସହ ୧୨ ଅଙ୍କ ପାଇ ପଏଣ୍ଟ ଟେବୁଲ୍‌ରେ ଶୀର୍ଷରେ ରହିଛି। ସେହିପରି ରାଜସ୍ଥାନ ମୋଟ ୭ଟି ମ୍ୟାଚ୍ ଖେଳି ୪ଟିରେ ପରାଜୟ ହୋଇଛି।