କାଲି ଗ୍ରାଣ୍ଡ ଫିନାଲେ: କଳିଙ୍ଗ ଷ୍ଟାଡିୟମରେ ବେଙ୍ଗଳୁରୁ FC ଓ ଇଷ୍ଟ ବେଙ୍ଗଲ ମଧ୍ୟରେ ଟାଇଟଲ୍‌ ଟକ୍କର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପର କପ୍ ଗ୍ରାଣ୍ଡ ଫିନାଲେରେ ସାମ୍ନାସାମ୍ନି ହେବେ ବେଙ୍ଗାଲୁରୁ ଏଫ୍.ସି ଏବଂ ଇଷ୍ଟ ବେଙ୍ଗଲ ଟିମ୍। ଚଳିତ ଇଣ୍ଡିଆନ୍ ସୁପର ଲିଗ ସିଜିନର ରନର୍ସ ଅପ ଟିମ୍ ହେଉଛି ବେଙ୍ଗାଲୁରୁ ଏଫ.ସି। ସୁପର କପରେ ସୁପର ସୋ ଦେଖାଇବା ଟାର୍ଗେଟରେ ଉଭୟ ଦଳ। ତେବେ ଟାଇଟଲ ଫେବରିଟ୍ ହେଉଛି ସୁନୀଲ ଛେତ୍ରୀଙ୍କ ବେଙ୍ଗାଲୁରୁ ଏଫ.ସି। ସୁପର କପ ସେମିଫାଇନାଲରେ ମୋହନ ବାଗାନକୁ  ୪-୨ ଗୋଲରେ ପରାସ୍ତ କରି ବେଙ୍ଗାଲୁରୁ ଫାଇନାଲରେ ପ୍ରବେଶ କରିଥିଲା। ସେପେଟ […]

stadium

Rakesh Mallick
  • Published: Thursday, 19 April 2018
  • , Updated: 19 April 2018, 07:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପର କପ୍ ଗ୍ରାଣ୍ଡ ଫିନାଲେରେ ସାମ୍ନାସାମ୍ନି ହେବେ ବେଙ୍ଗାଲୁରୁ ଏଫ୍.ସି ଏବଂ ଇଷ୍ଟ ବେଙ୍ଗଲ ଟିମ୍। ଚଳିତ ଇଣ୍ଡିଆନ୍ ସୁପର ଲିଗ ସିଜିନର ରନର୍ସ ଅପ ଟିମ୍ ହେଉଛି ବେଙ୍ଗାଲୁରୁ ଏଫ.ସି। ସୁପର କପରେ ସୁପର ସୋ ଦେଖାଇବା ଟାର୍ଗେଟରେ ଉଭୟ ଦଳ। ତେବେ ଟାଇଟଲ ଫେବରିଟ୍ ହେଉଛି ସୁନୀଲ ଛେତ୍ରୀଙ୍କ ବେଙ୍ଗାଲୁରୁ ଏଫ.ସି। ସୁପର କପ ସେମିଫାଇନାଲରେ ମୋହନ ବାଗାନକୁ  ୪-୨ ଗୋଲରେ ପରାସ୍ତ କରି ବେଙ୍ଗାଲୁରୁ ଫାଇନାଲରେ ପ୍ରବେଶ କରିଥିଲା। ସେପେଟ ବୋଙ୍ଗାଲୁରୁ ଏଫ.ସିକୁ ମଧ୍ୟ ଟକ୍କର ଦେବା ପାଇଁ ପୂରା ପ୍ରସ୍ତୁତ ଇଷ୍ଟ ବେଙ୍ଗଲ। ଏହି ଟିମ୍‌ ସେମିଫାଇନାଲରେ ଏଫ.ସି ଗୋଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।

ସେପେଟ ବେଙ୍ଗାଲୁରୁ ଏଫ.ସିକୁ ମଧ୍ୟ ଟକ୍କର ଦେବା ପାଇଁ ପୂରା ପ୍ରସ୍ତୁତ ଇଷ୍ଟ ବେଙ୍ଗଲ। କ୍ୱାର୍ଟରରେ ଇଷ୍ଟ ବେଙ୍ଗଲ ୧-୦ ଗୋଲରେ ଆଇଜଲ ଏଫ.ସିକୁ ହରାଇଥିବା ସହ  ପ୍ରି-କ୍ୱାର୍ଟରରେ ୨-୧ ଗୋଲରେ ମୁମ୍ବାଇ ସିଟି ଏଫସିକୁ ମାତ ଦେଇଥିଲା। ତେବେ ଫାଇନାଲ ମ୍ୟାଚରେ ଡୁଡୁଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ ଇଷ୍ଟ ବେଙ୍ଗଲ। ସୁପର କପରେ ଇଣ୍ଡିଆନ୍ ସୁପର ଲିଗର ୮ଟି ଏବଂ ଆଇ-ଲିଗର ୮ଟି ଟିମ୍  ଭାଗନେଇଥିବା ବେଳେ ସମସ୍ତ ମ୍ୟାଚ ନକ ଆଉଟ ଭିତ୍ତିରେ ଖେଳାଯାଇଥିଲା।

 

Related story