ବିସିସିଆଇ ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦେଶରେ କ୍ରିକେଟର ବିକାଶ ପାଇଁ କିଛି ପଦକ୍ଷେପ ନେଉ ନ ଥିବାରୁ ବୋର୍ଡ ଅଫ୍‌ କ୍ରିକେଟ୍ କଣ୍ଟ୍ରୋଲ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) କୁ ମଙ୍ଗଳବାର କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହିତ ୧୧ଟି ରାଜ୍ୟକୁ କ୍ରିକେଟ୍‌ର ଉନ୍ନତି ପାଇଁ ଟଙ୍କାଟିଏ ବି ଦେଇ ନ ଥିବାରୁ ବିସିସିଆଇକୁ ସମାଲୋଚନା କରିଛନ୍ତି କୋର୍ଟ। ମୁଖ୍ୟ ବିଚାରପତି ଟି.ଏସ୍‌ ଠାକୁରଙ୍କ ଅଧ୍ୟକ୍ଷତାର ଗଠିତ ଏକ ଖଣ୍ଡପୀଠ ଏ ସଂପର୍କିତ ଏକ ମାମଲାର ଶୁଣାଣି କରି କହିଥିଲେ,“କାହିଁକି ୧୧ଟି […]

bcci

Rakesh Mallick
  • Published: Tuesday, 05 April 2016
  • , Updated: 05 April 2016, 12:59 PM IST

ନୂଆଦିଲ୍ଲୀ: ଦେଶରେ କ୍ରିକେଟର ବିକାଶ ପାଇଁ କିଛି ପଦକ୍ଷେପ ନେଉ ନ ଥିବାରୁ ବୋର୍ଡ ଅଫ୍‌ କ୍ରିକେଟ୍ କଣ୍ଟ୍ରୋଲ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) କୁ ମଙ୍ଗଳବାର କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହିତ ୧୧ଟି ରାଜ୍ୟକୁ କ୍ରିକେଟ୍‌ର ଉନ୍ନତି ପାଇଁ ଟଙ୍କାଟିଏ ବି ଦେଇ ନ ଥିବାରୁ ବିସିସିଆଇକୁ ସମାଲୋଚନା କରିଛନ୍ତି କୋର୍ଟ।

ମୁଖ୍ୟ ବିଚାରପତି ଟି.ଏସ୍‌ ଠାକୁରଙ୍କ ଅଧ୍ୟକ୍ଷତାର ଗଠିତ ଏକ ଖଣ୍ଡପୀଠ ଏ ସଂପର୍କିତ ଏକ ମାମଲାର ଶୁଣାଣି କରି କହିଥିଲେ,“କାହିଁକି ୧୧ଟି ରାଜ୍ୟର ହାତ ଖାଲି ଅଛି? କାହିଁକି ସେମାନଙ୍କୁ କୌଣସି ପାଣ୍ଠି ଯୋଗାଇ ଦିଆଯାଇ ନାହିଁ? ସେମାନଙ୍କୁ ନ୍ୟାୟ ମିଳିବା ଦରକାର।”

କୋର୍ଟ କହିଥିଲେ,“କ୍ରିକେଟ୍ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ତୁମେ (ବିସିସିଆଇ) ରାଜ୍ୟ କ୍ରିକେଟ୍ ଆସୋସିଏସନ ଗୁଡ଼ିକୁ ବାର୍ଷିକ ୪୮୦ କୋଟି ଟଙ୍କା ଦେଉଛ। ଏମିତି ହିସାବ କଲେ ୨୦ ବର୍ଷରେ ୨୦୦୦ କୋଟିରୁ ଅଧିକ ଟଙ୍କା ଦେଇସାରିଥିବ। କିନ୍ତୁ ଏହାର କିଭଳି ଉପଯୋଗ ହେଉଛି ସେନେଇ କେବେ ସମୀକ୍ଷା କରିଛ? ସତରେ ଭିତ୍ତିଭୂମିର ବିକାଶ କରାଯାଉଛି ନା ନାହିଁ  ତାହା ତଦାରଖ କରିବା ପାଇଁ କେବେ କୌଣସି କମିଟି ଗଠନ କରିଛ?”

ଏହା ସହିତ ଗତ ୫ ବର୍ଷରେ ନାଗାଲାଣ୍ଡ, ମଣିପୁର ଓ ତ୍ରିପୁରା ଭଳି ରାଜ୍ୟଗୁଡ଼ିକୁ କେତେ ପାଣ୍ଠି ଦିଆଯାଇଛି ସେ ନେଇ ତଥ୍ୟ ଦେବାକୁ କୋର୍ଟ ବିସିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

ବିସିସିଆଇର କାର୍ଯ୍ୟକଳାପକୁ କଡ଼ା ସମାଲୋଚନା କରି ସୁପ୍ରିମ୍‌କୋର୍ଟ କହିଥିଲେ,“ ବିସିସିଆଇ ଏମିତି ଏକ ସମାଜ ସୃଷ୍ଟି କରିଛି ଯାହା ଆପୋଷ ବୁଝାମଣାରେ ଫାଇଦାରେ ଚାଲିଛି।”

Related story