ସୟଦ ମୋଦି ଇଣ୍ଟରନ୍ୟାଶନାଲ୍‌: କ୍ୱାର୍ଟରରେ ଶ୍ରୀକାନ୍ତ ଓ ସୌରଭ

ଲକ୍ଷ୍ନୌ: ପୂର୍ବତନ ଚାମ୍ପିୟନ୍ କିଦାମ୍ବୀ ଶ୍ରୀକାନ୍ତ ଓ ସୌରଭ ବର୍ମା ବିଜୟଧାରା ଅବ୍ୟାହତ ରଖି ଚଳିତ ସୟଦ ମୋଦି ଇଣ୍ଟରନ୍ୟାଶନାଲ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ଯୁବ ତାରକା ଲକ୍ଷ୍ୟ ସେନ୍ ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ୨୦୧୬ରେ ଏଠାରେ ଟାଇଟଲ୍ ଜିତିଥିବା ତୃତୀୟ ସିଡ୍ ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ ଦୁଇଥରର ଚାମ୍ପିୟନ୍ ତଥା ନିଜ ଦେଶର ପରୁପଲ୍ଲୀ କଶ୍ୟପଙ୍କୁ ୧୮-୨୧, ୨୨-୨୦, ୨୧-୧୬ ଗେମରେ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ପକ୍କା […]

srikant

Ranjit Kumar Jena
  • Published: Thursday, 28 November 2019
  • , Updated: 28 November 2019, 06:41 PM IST

ଲକ୍ଷ୍ନୌ: ପୂର୍ବତନ ଚାମ୍ପିୟନ୍ କିଦାମ୍ବୀ ଶ୍ରୀକାନ୍ତ ଓ ସୌରଭ ବର୍ମା ବିଜୟଧାରା ଅବ୍ୟାହତ ରଖି ଚଳିତ ସୟଦ ମୋଦି ଇଣ୍ଟରନ୍ୟାଶନାଲ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ଯୁବ ତାରକା ଲକ୍ଷ୍ୟ ସେନ୍ ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ୨୦୧୬ରେ ଏଠାରେ ଟାଇଟଲ୍ ଜିତିଥିବା ତୃତୀୟ ସିଡ୍ ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ ଦୁଇଥରର ଚାମ୍ପିୟନ୍ ତଥା ନିଜ ଦେଶର ପରୁପଲ୍ଲୀ କଶ୍ୟପଙ୍କୁ ୧୮-୨୧, ୨୨-୨୦, ୨୧-୧୬ ଗେମରେ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ଶ୍ରୀକାନ୍ତଙ୍କ ସାମ୍ନା ସପ୍ତମ ସିଡ୍ କୋରିଆ ତାରକା ସନ୍ ୱାନ୍ ହୋ'ଙ୍କ ସହ ହେବ।

ହାଇଦ୍ରାବାଦ ଓ ଭିଏତନାମରେ ଲଗାତାର ଦୁଇଟି ସୁପର୍‌-୧୦୦ ଇଭେଣ୍ଟ ଜିତିଥିବା ସୌରଭ ନିଜ ଦେଶର ଆଲାପ୍ ମିଶ୍ରଙ୍କୁ ସିଧାସଳଖ ୨୧-୧୧, ୨୧-୧୮ ଗେମରେ ହରାଇଛନ୍ତି। କ୍ୱାର୍ଟରରେ ସେ ଥାଲଇ୍ୟାଣ୍ଡର କୁନଲାଭୁତ୍ ଭିତିଦସାର୍ନଙ୍କୁ ଭେଟିବ, ଯିଏ ପ୍ରି-କ୍ୱାର୍ଟରଫାଇନାଲରେ ବିଶ୍ୱ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା ବି. ସାଇ ପ୍ରଣୀତଙ୍କୁ ୨୧-୧୧୧, ୨୧-୧୭ ଗେମରେ ହରାଇଛନ୍ତି।

ନିକଟରେ ବେଲଜିଆନ୍ ଇଣ୍ଟରନ୍ୟାଶନାଲ୍‌, ଡଚ୍ ଓପନ୍‌, ସାର୍ଲୋରଲକ୍ସ ଓପନ୍ ଓ ସ୍କଟିଶ ଓପନ୍ ଟାଇଟଲ୍ ଜିତିଥିବା ୧୮ ବର୍ଷୀୟ ଲକ୍ଷ୍ୟ ପୂର୍ବତନ ଏକ ନମ୍ବର ଖେଳାଳି ସନ୍ ୱାନ୍ ହୋ'ଙ୍କଠାରୁ ପରାସ୍ତ ହୋଇଛନ୍ତି। ଲକ୍ଷ୍ୟଙ୍କ ବ୍ୟତୀତ ଅଜୟ ଜୟରାମ, ସିରିଲ୍ ବର୍ମା ପ୍ରି-କ୍ୱାର୍ଟରରେ ହାରି ବିଦାୟ ନେଇଛନ୍ତି। ଅଜୟ ଚାଇନାର ଝାଓ ଜୁନ୍ ପେଙ୍ଗଙ୍କଠାରୁ ୧୮-୨୧, ୨୧-୧୪, ୨୨-୨୪ ଏବଂ ସିରିଲ୍ କୋରିଆର ହିଓ କ୍ୱାଙ୍ଗ ହୀ'ଙ୍କ ନିକଟରୁ ୯-୨୧, ୨୨-୨୪ ଗେମରେ ହାରିଯାଇଛନ୍ତି।

ମହିଳା ଡବଲ୍ସରେ ଅଶ୍ୱିନୀ ପୋନ୍ନାପ୍ପା ଓ ଏନ୍ ସିକ୍କି ରେଡ୍ଡି ମ୍ୟାଚର ପ୍ରଥମ ଗେମରେ ୦-୨ରେ ପଛୁଆ ଥିବା ବେଳେ ରିଟାୟର୍ଡ ହର୍ଟ ହୋଇଥିଲେ, ଯେଉଁକାରଣରୁ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀ କ୍ଲୋଇ ବିର୍ଚ ଓ ଲରେନ୍ ସ୍ମିଥଙ୍କୁ ବିଜୟୀ ଘୋଷିତ କରାଯାଇଥିଲା। ଯୁବ ମହିଳା ଯୋଡ଼ି ସିମରନ୍ ସିଙ୍ଘି ଓ ରିତିକା ଠାକର୍ ନିଜ ଦେଶର ରିୟା ମୁକାର୍ଜୀ ଓ ଅନୁରା ପ୍ରଭୁଦେଶାଇଙ୍କୁ ୨୧-୧୨, ୨୧-୧୫ରେ ହରାଇ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।

Related story