ରାଜସ୍ଥାନକୁ ସେମିଫାଇନାଲରେ ପହଞ୍ଚାଇଲେ ଦୀପକ ଚହର୍

ସୁରତ: କ୍ୟାପଟେନ୍ ଦୀପକ ଚହରଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ରାଜସ୍ଥାନ ଚଳିତ ସୟଦ ମୁସ୍ତାକ୍ ଅଲୀ ଟ୍ରଫିର ସୁପର୍ ଲିଗ୍ ମ୍ୟାଚରେ ଦିଲ୍ଲୀକୁ ୨ ରନରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ବୁଧବାର ସିବି ପଟେଲ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୩ ରନ୍ କରିଥିଲେ। ରାଜସ୍ଥାନ ଏକ ସମୟରେ ୫୦ ରନରେ ୫ ୱିକେଟ୍ […]

deepak-chahar

Ranjit Kumar Jena
  • Published: Wednesday, 27 November 2019
  • , Updated: 27 November 2019, 08:57 PM IST

ସୁରତ: କ୍ୟାପଟେନ୍ ଦୀପକ ଚହରଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ରାଜସ୍ଥାନ ଚଳିତ ସୟଦ ମୁସ୍ତାକ୍ ଅଲୀ ଟ୍ରଫିର ସୁପର୍ ଲିଗ୍ ମ୍ୟାଚରେ ଦିଲ୍ଲୀକୁ ୨ ରନରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ବୁଧବାର ସିବି ପଟେଲ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୩ ରନ୍ କରିଥିଲେ।

ରାଜସ୍ଥାନ ଏକ ସମୟରେ ୫୦ ରନରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଦୀପକ ସଲମାନ୍ ଖାନ୍, ଚନ୍ଦ୍ରପଲ୍ ସିଂହ (୩) ଓ ନିଜ ଭାଇ ରାହୁଲ ଚହର (୧*) ଙ୍କ ସହ ଉପଯୋଗୀ ପାର୍ଟନରଶିପ୍ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଦୀପକ ୪୨ ବଲରେ ୭ ଛକା ସହ ୫୫ ରନ୍ କରି ଅପରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜେଶ ବିଷ୍ଣୋଇ ୩୬, ସଲମାନ୍ ୨୩ ରନ୍ କରିଥିଲେ। ଦିଲ୍ଲୀ ପକ୍ଷରୁ ସୁବୋଥ ଭଟି ଓ ନୀତୀଶ ରାଣା ୨ଟି ଲେଖାଏ ୱିକେଟ୍ ନେଇଥିଲେ।

୧୩୪ ରନର ସହଜ ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୧୩୧ ରନ୍ କରି ମାତ୍ର ୨ ରନରେ ପରାସ୍ତ ହୋଇଥିଲା। ଟିମ୍ ପକ୍ଷରୁ ଋଷଭ ପନ୍ତ ୩୦, ଲଲିତ ଯାଦବ ୩୦, ବରୁନ୍ ସୁଦ୍ ୨୪ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ରାଜସ୍ଥାନ ପକ୍ଷରୁ ଅର୍ଜିତ ଗୁପ୍ତା ୩ଟି ୱିକେଟ୍ ନେଇଥିବା ବେଳେ ଅନିକେତ ଚୌଧୁରୀ, ଖଲୀଲ ଅହମ୍ମଦ ଓ ରାହୁଲ ଚହର୍ ୨ଟି ଲେଖାଏ ୱିକେଟ୍ ପାଇଥିଲେ।

Related story