ଭୁବନେଶ୍ୱର: କଟକ ସ୍ପୋର୍ଟ୍ସ ହଷ୍ଟେଲକୁ ୨-୦ ଗୋଲରେ ହରାଇ ୟୁନିଟ୍ ୬ ଆଥଲେଟିକ୍ ଆସୋସିଏସନ୍ ସେମିଫାଇନାଲରେ ପହଞ୍ଚିଲା । ୟୁନିଟ୍ ୬ ଆଥଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ଚାଲିଥିବା ୧୯ତମ ଟାଟା ଉତ୍କଳିକା ଫୁଟ୍ବଲ ଟୁର୍ଣ୍ଣାମେଣ୍ଟର ଆଜିଥିଲା ଉଦ୍ଘାଟନୀ ମ୍ୟାଚ । ଏହି ମ୍ୟାଚ୍ରେ ୟୁନିଟ୍ ୬ ପକ୍ଷରୁ ରାଜେଶ ନାୟକ ୨୯ ମିନିଟ୍ରେ ଏକ ଗୋଲ୍ ସ୍କୋର କରିଥିବା ବେଳେ ସୋମନାଥ ନାୟକ ୩୮ ମିନିଟ୍ରେ ଦ୍ୱିତୀୟ ଗୋଲ କରିଥିଲେ । ଆଜିର ମ୍ୟାଚ୍ରେ ରାଜେଶ ନାୟକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଶିବସଂକର ପଣ୍ଡା,ଏମ୍ ରାଓ ଓ ,ପ୍ରକାସ ଦାସ ଆଜିର ମ୍ୟାଚ୍ ପରିଚାଳନା କରିଥିଲେ ।