ନ୍ୟୁଜିଲ୍ୟାଣ୍ଡକୁ ହରାଇଲେ ଇତିହାସ ରଚିବ ଭାରତ

ନଟିଂହ୍ୟାମ: ଇଂଲଣ୍ଡର ନଟିଂହ୍ୟାମରେ ଆଜି ଖେଳାଯିବାକୁ ଥିବା ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ବିଭିନ୍ନ ଦୃଷ୍ଟିକୋଣରୁ ଭାରତ ପାଇଁ ଗୁରୁତ୍ୱ ବହନ କରୁଛି। ଉଭୟ ଦଳ ଚଳିତ ବିଶ୍ୱକପରେ ଏଯାଏ ଅପରାଜେୟ ରହିଛନ୍ତି। କିନ୍ତୁ ଆଜିର ମ୍ୟାଚ୍‌ରେ ଗୋଟିଏ ଦଳକୁ ହାରିବା ପାଇଁ ପଡ଼ିବ। ଏହି ମ୍ୟାଚ୍‌ ନ୍ୟୁଜିଲ୍ୟାଣ୍ଡ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଭାରତ ଆଗରେ ମଧ୍ୟ ଇତିହାସ ରଚିବା ପାଇଁ ସୁଯୋଗ ରହିଛି। ବିଶ୍ୱକପ୍‌ରେ ଇଂଲଣ୍ଡ ମାଟିରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପରସ୍ପରକୁ […]

INDIA VS NEW ZELAND

Subhransu Sekhar
  • Published: Thursday, 13 June 2019
  • , Updated: 13 June 2019, 02:34 PM IST
ନଟିଂହ୍ୟାମ: ଇଂଲଣ୍ଡର ନଟିଂହ୍ୟାମରେ ଆଜି ଖେଳାଯିବାକୁ ଥିବା ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ବିଭିନ୍ନ ଦୃଷ୍ଟିକୋଣରୁ ଭାରତ ପାଇଁ ଗୁରୁତ୍ୱ ବହନ କରୁଛି। ଉଭୟ ଦଳ ଚଳିତ ବିଶ୍ୱକପରେ ଏଯାଏ ଅପରାଜେୟ ରହିଛନ୍ତି। କିନ୍ତୁ ଆଜିର ମ୍ୟାଚ୍‌ରେ ଗୋଟିଏ ଦଳକୁ ହାରିବା ପାଇଁ ପଡ଼ିବ। ଏହି ମ୍ୟାଚ୍‌ ନ୍ୟୁଜିଲ୍ୟାଣ୍ଡ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଭାରତ ଆଗରେ ମଧ୍ୟ ଇତିହାସ ରଚିବା ପାଇଁ ସୁଯୋଗ ରହିଛି।
ବିଶ୍ୱକପ୍‌ରେ ଇଂଲଣ୍ଡ ମାଟିରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପରସ୍ପରକୁ ତିନି ଥର ଭେଟିଛନ୍ତି। ହେଲେ ଭାରତ ତିନି ଥର ଯାକ ପରାସ୍ତ ହୋଇଛି। ତେଣୁ ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ଜିତିଲେ ଏକ ନୂଆ ଇତିହାସ ରଚିବ ଓ ଏଥିସହ ଚଳିତ ବିଶ୍ୱକପରେ ହ୍ୟାଟ୍ରିକ ବିଜୟ ଲାଭ କରିବ।
ବିଶ୍ୱକପ୍‌ରେ ଏଯାବତ୍‌ ଭାରତ ଓ ନ୍ୟଜିଲ୍ୟାଣ୍ଡ ୭ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ତିନିଟି ମ୍ୟାଚ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଚାରିଟି ମ୍ୟାଚରେ ବିଜୟୀ ହୋଇଛି। ୨୦୦୩ରେ ସେଞ୍ଚୁରିଅନରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡକୁ ଭାରତ ୭ ଓ୍ୱିକେଟରେ ପରାସ୍ତ କରିଥିଲା।
ଅନ୍ୟପକ୍ଷରେ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଏଯାବତ ୧୦୭ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ଭାରତର ପଲ୍ଲା ଭାରି ରହିଛି। ଭାରତ ମୋଟି ୫୫ଟି ମ୍ୟାଚ୍ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୪୫ଟି ମ୍ୟାଚ୍ ଜିତିଛି। ୫ଟିର ଫଳାଫଳ ମିଳି ନଥିବା ବେଳେ ଗୋଟିଏ ମ୍ୟାଚ୍ ଟାଇ ରହିଥିଲା।

Related story