ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍‌ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ ଜିତି ବିଜୟ ଧାରା ଅବ୍ୟାହତ ରଖିଛି। ତେବେ ଏ ଖୁସି ଖବର ଭିତରେ ଭାରତ ପାଇଁ ଚିନ୍ତାର କାରଣ ହୋଇଛି ଖେଳାଳିଙ୍କ ଆହତ ସମସ୍ୟା। ଦଳର ତିନି ଜଣ ସଦସ୍ୟ ଆହତ ହୋଇଛନ୍ତି। ପ୍ରଥମେ ଶିଖର ଧୱନ୍‌ ଆହତ ହୋଇଥିଲେ। ତା’ପରେ ଭୁବନେଶ୍ୱର କୁମାର ଆହତ ହୋଇଥିଲେ। ଆଉ ଏହା ପରେ ବିଜୟ ଶଙ୍କର ମଧ୍ୟ ଆହତ ହୋଇଥିଲେ। କିନ୍ତୁ ଏବେ ଟିମ୍‌ […]

shankar23

Jitendra Garnayak
  • Published: Friday, 21 June 2019
  • , Updated: 21 June 2019, 12:17 PM IST

ନୂଆଦିଲ୍ଲୀ: ଚଳିତ କ୍ରିକେଟ୍‌ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ ଜିତି ବିଜୟ ଧାରା ଅବ୍ୟାହତ ରଖିଛି। ତେବେ ଏ ଖୁସି ଖବର ଭିତରେ ଭାରତ ପାଇଁ ଚିନ୍ତାର କାରଣ ହୋଇଛି ଖେଳାଳିଙ୍କ ଆହତ ସମସ୍ୟା। ଦଳର ତିନି ଜଣ ସଦସ୍ୟ ଆହତ ହୋଇଛନ୍ତି। ପ୍ରଥମେ ଶିଖର ଧୱନ୍‌ ଆହତ ହୋଇଥିଲେ। ତା’ପରେ ଭୁବନେଶ୍ୱର କୁମାର ଆହତ ହୋଇଥିଲେ। ଆଉ ଏହା ପରେ ବିଜୟ ଶଙ୍କର ମଧ୍ୟ ଆହତ ହୋଇଥିଲେ। କିନ୍ତୁ ଏବେ ଟିମ୍‌ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସି ପହଞ୍ଚିଛି। ଜଣାପଡ଼ିଛି ଯେ ବିଜୟ ଶଙ୍କର ସୁସ୍ଥ ଅଛନ୍ତି।

ଭାରତୀୟ ଦଳର ଦ୍ରୁତ ବୋଲର୍‌ ଜସ୍‌ପ୍ରୀତ୍‌ ବୁମ୍ରା କହିଛନ୍ତି, ବିଜୟ ଶଙ୍କର ପାଇଁ ଆଦୌ ଚିନ୍ତା କରିବାର ନାହିଁ। ଅଭ୍ୟାସ ବେଳେ ତାଙ୍କ ପାଦରେ ବଲ୍ ବାଜିଥିଲା। ତେବେ ଏବେ ସେ ବିଲ୍‌କୁଲ୍ ଠିକ୍ ଅଛନ୍ତି।

ସୂଚନାଯୋଗ୍ୟ, ଶିଖର ଧୱନ ଆହତ ହେବା ପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବିଜୟଙ୍କୁ ଟିମ୍‌ରେ ସାମିଲ କରାଯାଇଥିଲା। ତାଙ୍କୁ ୪ ନମ୍ବରରେ ବ୍ୟାଟିଂ କରିବାକୁ ରଖାଯାଇଥିଲା। ଅବଶ୍ୟ ଦଳର ଆବଶ୍ୟକତା ମୁତାବକ ସେଦିନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୪ ନମ୍ବରରେ ପଠାଯାଇଥିଲା। କିନ୍ତୁ ବୋଲିଂରେ ବିଜୟ କମାଲ କରିଥିଲେ। ସେ ତାଙ୍କର ପ୍ରଥମ ବିଶ୍ୱକପ୍‌ ବଲ୍‌ରେ ୱିକେଟ୍ ହାସଲ କରିଥିଲେ।

ଧୱନ୍‌ଙ୍କୁ ନେଇ ବୁମ୍ରା କହିଛନ୍ତି,“ଏହା ଦୁଭାଗ୍ୟପୂର୍ଣ୍ଣ ଯେ, ଶିଖର ଧୱନ୍‌ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ଖେଳିଥିଲେ। ତେବେ ଆମ ଟିମ୍‌ ଭଲ ଖେଳି ଆଗକୁ ବଢ଼ୁଛି।”

ମ୍ୟାଚ୍‌ ପ୍ରସ୍ତୁତି ନେଇ ସେ କହିଛନ୍ତି,“ମୁଁ ବୋଲିଂ ପାଇଁ ସବଠୁ ଅଧିକା ଅଭ୍ୟାସ କରୁଛି। କୌଣସି ବି ଟିମ୍‌କୁ ମୁଁ ହାଲ୍‌କା ଭାବେ ନେଉନାହିଁ। ସମସ୍ତ ଟିମ୍‌କୁ ଆମେ ସମାନ ଭାବେ ନେଇ ଖେଳୁଛୁ।”

ହାତର ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିବା କାରଣରୁ ଶିଖର ଧୱନ ବିଶ୍ୱକପ୍‌ରୁ ବାହାର ହୋଇଯାଇଛନ୍ତି। ସେହିପରି ଗୋଟିଏ ଜଙ୍ଘର ମାଂସପେଶୀରେ ଆଘାତ କାରଣରୁ ପେସ୍ ବୋଲର ଭୁବନେଶ୍ୱର କୁମାର ଆଗାମୀ ଦୁଇ-ତିନୋଟି ମ୍ୟାଚ୍ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି। ଆସନ୍ତାକାଲି ଦଳ ଆଫ୍‌ଗାନିସ୍ତାନ ବିପକ୍ଷରେ ଖେଳିବ।

Related story