ହକି ଟିମ୍‌ କୋଚ ପଦରୁ ବିଦା ହେଲେ ହରେନ୍ଦ୍ର ସିଂହ

ନୂଆଦିଲ୍ଲୀ: ବିଶ୍ୱକପ୍‌ ହକି ବେଳେ ଓଡ଼ିଶାରେ ରହି କୋଚିଂ ଦେଉଥିବା ଟିମ୍‌ ଇଣ୍ଡିଆର ହକି କୋଚ୍‌ ହରେନ୍ଦ୍ର ସିଂହଙ୍କୁ ଆଜି ତାଙ୍କ ପଦରୁ ହଟାଇ ଦିଆଯାଇଛି। ଏନେଇ ଆଜି ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ହରେନ୍ଦ୍ରଙ୍କୁ ଟିମ୍‌ ଇଣ୍ଡିଆ ସିନିୟର ହକି ଟିମ୍‌ କୋଚ ପଦରୁ ହଟାଇ ଦିଆଯାଇଛି। ତାଙ୍କ ଜୁନିୟର ଟିମ୍‌ର କୋଚ କରାଯାଇଛି। ପୂର୍ବରୁ ସେ ଏହି ଦାୟିତ୍ୱରେ ଥିଲେ। ୨୦୧୮ ମସିହା ମେ’ ମାସରେ […]

b-00

Tapas Behera
  • Published: Wednesday, 09 January 2019
  • , Updated: 09 January 2019, 09:30 PM IST

ନୂଆଦିଲ୍ଲୀ: ବିଶ୍ୱକପ୍‌ ହକି ବେଳେ ଓଡ଼ିଶାରେ ରହି କୋଚିଂ ଦେଉଥିବା ଟିମ୍‌ ଇଣ୍ଡିଆର ହକି କୋଚ୍‌ ହରେନ୍ଦ୍ର ସିଂହଙ୍କୁ ଆଜି ତାଙ୍କ ପଦରୁ ହଟାଇ ଦିଆଯାଇଛି। ଏନେଇ ଆଜି ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି।

ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ହରେନ୍ଦ୍ରଙ୍କୁ ଟିମ୍‌ ଇଣ୍ଡିଆ ସିନିୟର ହକି ଟିମ୍‌ କୋଚ ପଦରୁ ହଟାଇ ଦିଆଯାଇଛି। ତାଙ୍କ ଜୁନିୟର ଟିମ୍‌ର କୋଚ କରାଯାଇଛି। ପୂର୍ବରୁ ସେ ଏହି ଦାୟିତ୍ୱରେ ଥିଲେ। ୨୦୧୮ ମସିହା ମେ’ ମାସରେ ହରେନ୍ଦ୍ରଙ୍କୁ ଟିମ୍‌ ଇଣ୍ଡିଆ ସିନିୟର ହକି ଟିମ୍‌ର କୋଚ କରାଯାଇଥିଲା। ସେତେବେଳେ ଟିମ୍‌ ଇଣ୍ଡିଆର ସିନିୟର ଟିମ୍‌ କୋଚ ଭାବେ କାର୍ଯ୍ୟ କରୁଥିବା ଜୋଏର୍ଦ ମାରିନେଙ୍କୁ ସିନିୟର ମହିଳା ଟିମ୍‌ର କୋଚ କରାଯାଇଥିଲା।

ବର୍ତ୍ତମାନ ହକି ଇଣ୍ଡିଆ ନୂଆ କୋଚ୍‌ ପଦ ପାଇଁ ଆବେଦନ ପତ୍ର ଗ୍ରହଣ କରିବ। ନୂଆ କୋଚ ନିଯୁକ୍ତି ହେବା ପର୍ଯ୍ୟନ୍ତ ହକି ଇଣ୍ଡିଆର ହାଇପରଫର୍ମାନ୍ସ ନିର୍ଦ୍ଦେଶକ ଡେଭିଡ୍‌ ଜନ୍‌ ଓ ବର୍ତ୍ତମାନର ଆନାଲିଟିକାଲ କୋଚ୍‌ କ୍ରିସ୍‌ କିରେଇଲୋ କୋଚିଂ ଦାୟିତ୍ୱ ସମ୍ଭାଳିବେ।

ଗତ ସୋମବାର ଦିନ ହକି ଇଣ୍ଡିଆର ହାଇପରଫର୍ମାନ୍ସ ଓ ଡେଭଲପମେଣ୍ଟ କମିଟିର ବୈଠକ ବସିଥିଲା। ଏଥିରେ ଅଧ୍ୟକ୍ଷ ଡ.ଆର୍‌ପି ସିଂହ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ। ସର୍ବସମ୍ମତିକ୍ରମେ ଦୋର୍ଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ହରେନ୍ଦ୍ରଙ୍କୁ ସିନିୟର ଟିମ୍‌ରୁ କୋଚ୍‌ ପଦରୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା।

Related story