ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପାଇଁ ଟିମ୍ ଘୋଷଣା

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଯାଇଛି। ଏହି ୧୬ ଜଣିଆ ଦଳରେ ପୃଥ୍ୱୀ ଶ’ଙ୍କ ନାଁ ସାମିଲ ଥିବା ବେଳେ ରୋହିତ୍ ଶର୍ମା ବାଦ୍ ପଡ଼ିଛନ୍ତି। ବିରାଟ କୋହିଲଙ୍କ ନେତୃତ୍ୱାଧୀନ ଏହି ଟିମ୍‌ରେ ମୟଙ୍କ ଅଗ୍ରୱାଲ୍‌, ଚେତେଶ୍ୱର ପୂଜାରା, ଶୁବମ୍‌, ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ହନୁମା ବିହାରୀ, ରିଦ୍ଧିମନ ଶାହ (ଓ୍ୱିକେଟ କିପର୍‌), ରିଷଭ ପନ୍ତ (ଓ୍ୱିକେଟ କିପର୍‌), ଆର. ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ଉମେଶ ଯାଦବ, […]

team india

Subhransu Sekhar
  • Published: Tuesday, 04 February 2020
  • , Updated: 04 February 2020, 11:47 AM IST

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଯାଇଛି। ଏହି ୧୬ ଜଣିଆ ଦଳରେ ପୃଥ୍ୱୀ ଶ’ଙ୍କ ନାଁ ସାମିଲ ଥିବା ବେଳେ ରୋହିତ୍ ଶର୍ମା ବାଦ୍ ପଡ଼ିଛନ୍ତି। ବିରାଟ କୋହିଲଙ୍କ ନେତୃତ୍ୱାଧୀନ ଏହି ଟିମ୍‌ରେ ମୟଙ୍କ ଅଗ୍ରୱାଲ୍‌, ଚେତେଶ୍ୱର ପୂଜାରା, ଶୁବମ୍‌, ଆଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ହନୁମା ବିହାରୀ, ରିଦ୍ଧିମନ ଶାହ (ଓ୍ୱିକେଟ କିପର୍‌), ରିଷଭ ପନ୍ତ (ଓ୍ୱିକେଟ କିପର୍‌), ଆର. ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ଉମେଶ ଯାଦବ, ମହମ୍ମଦ ଶାମି, ନବଦୀପ ସାଇନି ଓ ଇଶାନ୍ତ ଶର୍ମା ଅଛନ୍ତି।

ଫେବ୍ରୁଆରୀ ୨୧ ତାରିଖରୁ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୨୯ ତାରିଖରୁ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ତେବେ ତା’ ପୂର୍ବରୁ ଆସନ୍ତାକାଲି ଠାରୁ ଦୁଇ ଦଳ ମଧ୍ୟରେ ତିନୋଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ସିରିଜ୍‌ର ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଯଥାକ୍ରମେ ୮ ଓ ୧୧ ତାରିଖରେ ଖେଳାଯିବ। ଦିନିକିଆ ସିରିଜ୍‌ରେ ମଧ୍ୟ ରୋହିତ୍ ଶର୍ମାଙ୍କୁ ନିଆଯାଇ ନାହିଁ। ତାଙ୍କ ବଦଳରେ ମୟଙ୍କ ଅଗ୍ରୱାଲ୍‌ଙ୍କୁ ସ୍ଥାନ ମିଳିଥିବା ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି।

 

https://twitter.com/BCCI/status/1224518987016331265

ସୂଚନାଯୋଗ୍ୟ, ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ଭାରତୀୟ ଟିମ୍ ୫ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଖେଳି ସାରିଛି। ଏହି ସିରିଜ୍‌କୁ ଟିମ୍ ଇଣ୍ଡିଆ ୫-୦ ହାତେଇ ଥିଲା।

 

Related story