୧୯୯୬ରୁ ଅପରାଜେୟ ରହିଛି ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଇଂଲଣ୍ଡର ମାଞ୍ଚେଷ୍ଟର ସ୍ଥିତ ଓଲ୍ଡ ଟ୍ରାଫର୍ଡ ଠାରେ ଭାରତ ଓ ୱେଷ୍ଟ ଇଣ୍ଡିଜ ମୁହାଁମୁହିଁ ହେବେ। ୧୯୮୩ ବିଶ୍ୱକପରେ ଭାରତ ୱେଷ୍ଟ ଇଣ୍ଡିଜକୁ ହରାଇବା ପରେ ପ୍ରତି ବିଶ୍ୱକପରେ ଏହି ଦୁଇ ଦେଶ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି। କିନ୍ତୁ ଅଧିକାଂଶ ମ୍ୟାଚ ଭାରତ  ସପକ୍ଷରେ ଯାଇଛି। ବିଶ୍ୱକପରେ ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ମୋଟ ୮ଥର ମୁକାବିଲା ହୋଇଛି। ସେଥିରୁ ଭାରତ ୫ଟି ମ୍ୟାତ ଜିତିଥିବା ବେଳେ […]

VIRAT BRIGADE

VIRAT BRIGADE

Subhransu Sekhar
  • Published: Wednesday, 26 June 2019
  • Updated: 26 June 2019, 01:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଇଂଲଣ୍ଡର ମାଞ୍ଚେଷ୍ଟର ସ୍ଥିତ ଓଲ୍ଡ ଟ୍ରାଫର୍ଡ ଠାରେ ଭାରତ ଓ ୱେଷ୍ଟ ଇଣ୍ଡିଜ ମୁହାଁମୁହିଁ ହେବେ। ୧୯୮୩ ବିଶ୍ୱକପରେ ଭାରତ ୱେଷ୍ଟ ଇଣ୍ଡିଜକୁ ହରାଇବା ପରେ ପ୍ରତି ବିଶ୍ୱକପରେ ଏହି ଦୁଇ ଦେଶ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି। କିନ୍ତୁ ଅଧିକାଂଶ ମ୍ୟାଚ ଭାରତ  ସପକ୍ଷରେ ଯାଇଛି। ବିଶ୍ୱକପରେ ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ମୋଟ ୮ଥର ମୁକାବିଲା ହୋଇଛି। ସେଥିରୁ ଭାରତ ୫ଟି ମ୍ୟାତ ଜିତିଥିବା ବେଳେ ୱେଷ୍ଟ ଇଣ୍ଡିଜ  ୩ଟି ମ୍ୟାଚରେ ବିଜୟୀ ହୋଇଛି। ୧୯୯୬ରୁ ଏଯାଏ ଭାରତ ଏହି କାରିବିଆନ ଟିମ୍ ପାଖରୁ କୌଣସି ବିଶ୍ଵକପ ମ୍ୟାଚ ହାରି ନଥିବା ଜଣାପଡ଼ିଛି।

ତେବେ ଆସନ୍ତାକାଲିର ମ୍ୟାଚ ଭାରତ ସପକ୍ଷରେ ନା ବିପକ୍ଷରେ ରହିବ ସେ ନେଇ ଦୁଇ ଦେଶର କ୍ରିକେଟ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢ଼ି ଯାଇଛି। ଭାରତ ଚଳିତ ବିଶ୍ୱକପରେ ଭଲ ଫର୍ମରେ ରହିଛି, ତେଣୁ ମାନସିକ ସ୍ତରରେ କମ୍ ଚାପଗ୍ରସ୍ତ ରହିଛି। ସେହିପରି ୱେଷ୍ଟ ଇଣ୍ଡିଜର ପ୍ରଦର୍ଶନ ଏତେଟା ଭଲ ନଥିଲେ ବି ଦଳର ଏଭଳି ଅନେକ ଅଲରାଉଣ୍ଡର ରହିଛନ୍ତି ଯେଉଁମାନେ ଅନେକ ଥର ମ୍ୟାଚର ମୋଡ଼ ବଦଳାଇ ଦେଇଛନ୍ତି।

ପ୍ରଥମ ମ୍ୟାଚ ଓ୍ୱେଷ୍ଟେଣ୍ଡିଜ ଜିତିଲା

ଜୁନ ୯, ୧୯୭୯: ଭାରତ ଏବଂ ଓ୍ୱେଷ୍ଟେଣ୍ଡିଜ ମଧ୍ୟରେ ବିଶ୍ୱକପରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଥିଲା। ଭାରତର ଗୁଣ୍ଡପ୍ପା ବିଶ୍ୱନାଥଙ୍କ ଦମଦାର ୭୫ ରନ ସାହାଯ୍ୟରେ ଭାରତ ୧୯୦ ରନ କରିଥିଲା। ହେଲେ ୱେଷ୍ଟ ଇଣ୍ଡିଜର ଗର୍ଡନ ଗ୍ରିନିଜଙ୍କ ଧୂଆଁଧାର ଶତକ ବଳରେ ୫୧.୩ ଓଭରରେ ୱେଷ୍ଟ ଇଣ୍ଡିଜ ମ୍ୟାଚ ଜିତିଥିଲା।

ୟଶପାଲ ଶର୍ମା ଜିତାଇଲେ

ଜୁନ ୯, ୧୯୮୩: ଦ୍ୱିତୀୟ ବିଶ୍ୱକପରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ଓ୍ୱିକେଟ ହରାଇ ୨୮୨ ରନ କରିଥିଲା। ୟଶପାଲ ଶର୍ମା ୧୨୦ ବଲରେ ୮୯ ରନ କରିଥିଲେ। ଜବାବରେ ୱେଷ୍ଟଇଣ୍ଡିଜ ୨୨୮ ରନରେ ଅଟକିଯାଇଥିଲା। ରବି ଶାସ୍ତ୍ରୀ ଓ ରୋଜର ବିନ୍ନୀ ଉଭୟ ୩ଟି ଲେଖାଏଁ ଓ୍ୱିକେଟ ନେଇଥିଲେ।

 ୱେଷ୍ଟଇଣ୍ଡିଜକୁ ଜିତାଇଲା ରିଚାର୍ଡସଙ୍କ ଶତକ

୧୫ ଜୁନ ୧୯୮୩: ଓ୍ୱେଷ୍ଟେଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୯ ଓ୍ୱିକେଟ୍ ହରାଇ ୨୮୨ ରନ କରିଥିଲା। ଦଳ ପକ୍ଷରୁ ରିଚାର୍ଡସ ୧୧୯ ରନ କରିଥିଲେ। ଜବାବରେ ଭାରତ ୨୧୬ ରନ କରି ଅଲଆଉଟ୍ ହୋଇଯାଇଥିଲା।

 ବିଶ୍ୱକପ ଜିତିଲା ଭାରତ 

୨୫ ଜୁନ ୧୯୮୩: ଏହି ତାରିଖରେ ଭାରତ ଏବଂ ଓ୍ୱେଷ୍ଟେଣ୍ଡିଜ ମଧ୍ୟରେ ବିଶ୍ୱକପ୍ ଫାଇନାଲ ମୁକାବିଲା ହୋଇଥିଲା। ଭାରତ ଭଲ ବ୍ୟାଟିଂ କରି ନପାରି ୧୮୩ରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ କିନ୍ତୁ ଅମରନାଥ ଏବଂ ମଦନଲାଲଙ୍କ ଦମଦାର ବୋଲିଂ ଆଗରେ ହାର ମାନିଥିଲା ଓ୍ୱେଷ୍ଟେଣ୍ଡିଜ। ଶେଷରେ ୧୪୦ ରନରେ ଅଲଆଉଟ୍ ହୋଇଯାଇଥିଲା ଓ୍ୱେଷ୍ଟେଣ୍ଡିଜ। ଫଳରେ ଭାରତ ନିଜର ପ୍ରଥମ ବିଶ୍ୱକପ ଜିତିଥିଲା।

୯ ବର୍ଷ ପରେ ଓ୍ୱେଷ୍ଟେଣ୍ଡିଜ ଜିତିଲା

୧୦ ମାର୍ଚ୍ଚ ୧୯୯୨: ୧୯୮୩ ବିଶ୍ୱକପର ୯ ବର୍ଷ ପରେ ଓ୍ୱେଷ୍ଟେଣ୍ଡିଜ ଏହି ତାରିଖରେ ଭାରତକୁ ହରାଇବାରେ ସକ୍ଷମ ହୋଇଥିଲା। ଆଝାରୁଦ୍ଦିନ ୬୧ ରନ କରି ଦଳକୁ ୧୯୭ ରନରେ ପହଞ୍ଚାଇଥିଲେ। ବର୍ଷା କାରଣରୁ ଓ୍ୱେଷ୍ଟେଣ୍ଡିଜକୁ ୪୬ ଓଭରରେ ୧୯୫ ରନ କରିବା ପାଇଁ ଟାର୍ଗେଟ ଦିଆଯାଇଥିଲା। ଓ୍ୱେଷ୍ଟେଣ୍ଡିଜ କିନ୍ତୁ ୪୦.୨ ଓଭରରେ ୫ ଓ୍ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା।

ସଚିନଙ୍କ ୭୦ ରନ ଭାରତକୁ ଜିତାଇଲା

୨୧ ଫେବୃଆରୀ ୧୯୯୬: ଗ୍ଲାଲିୟରରେ ଖେଳାଯାଇଥିବା ବିଶ୍ୱକପ ମୁକାବିଲାରେ ଓ୍ୱେଷ୍ଟେଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୭୩ ରନ କରିଥିଲା। ଜବାବରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଦମଦାର ୭୦ ରନ ବଳରେ ଭାରତ ୩୯.୪ ଓଭରରେ ମ୍ୟାଚ ଜିତିଥିଲା।

୧୫ ବର୍ଷ ପରେ ମୁହାଁମୁହିଁ, ପୁଣି ଭାରତ ଜିତିଲା

୨୦ ମାର୍ଚ୍ଚ ୨୦୧୧: ଦୀର୍ଘ ୧୫ ବର୍ଷ ପରେ ଏହି ଦୁଇ ଦେଶ ମୁହାମୁହିଁ ହୋଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୨୬୮ ରନ କରିଥିଲା। ଯେଉଁଥିରେ ଯୁବରାଜ ସିଂହ ଦମଦାର ୧୧୩ ରନ କରିଥିଲେ। ସେହିପରି ଓ୍ୱେଷ୍ଟେଣ୍ଡିଜ ଟିମ୍ ମାତ୍ର ୧୮୮ ରନ କରି ଅଲଆଉଟ୍ ହୋଇଥିଲା। ଜାହିର ଖାନ୍ ୨୬ ରନ ଦେଇ ୩ଟି ଓ୍ୱିକେଟ ଅକ୍ତିଆର କରିଥିଲେ।

ଗତଥରର ମ୍ୟାଚ ବି ଭାରତ ସପକ୍ଷରେ

୬ ମାର୍ଚ୍ଚ ୨୦୧୫: ଅନ୍ତିମଥର ପାଇଁ ୨୦୧୫ରେ ବିଶ୍ୱକପରେ ମୁହାଁମୁହିଁ ହୋଇଥିଲେ ଭାରତ-ଓ୍ୱେଷ୍ଟେଣ୍ଡିଜ। ପ୍ରଥମେ ବ୍ୟାଟିଂ କରି ଓ୍ୱେଷ୍ଟେଣ୍ଡିଜ ୧୮୨ ରନ କରିଥିଲା। ଭାରତ ୩୯.୧ ଓଭରରେ ୪ ଓ୍ୱିକେଟ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos