ଦୁଲୀପ ଟ୍ରଫିରେ ଖେଳ ଭାବନାର ଅଭାବ: ସଚିନ

କୋଲକାତା: ଘରୋଇ କ୍ରିକେଟର ଅନ୍ୟତମ ବଡ଼ ଟୁର୍ଣ୍ଣାମେଣ୍ଟ ହେଉଛି ଦୁଲୀପ ଟ୍ରଫି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଟିମ୍ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ନିରାଶ ପ୍ରକାଶ କରିଛନ୍ତି। ସଚିନଙ୍କ କହିବା ଅନୁଯାୟୀ, ଦୁଲୀପ୍ ଟ୍ରଫିରେ ଖେଳାଳିମାନେ ଟିମ୍ ଅପେକ୍ଷା ନିଜ ପ୍ରଦର୍ଶନକୁ ଅଧିକ ଗୁରୁତ୍ୱ ଦିଅନ୍ତି। ଏ ନେଇ ସଚିନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଖାସ ନିବେଦନ କରିଛନ୍ତି। ସଚିନ କହିଛନ୍ତି, ମୁଁ ଚାହୁଁଛି ଯେ ଗାଙ୍ଗୁଲି ଦୁଲୀପ୍ ଟ୍ରଫି ଉପରେ ବିଶେଷ […]

sachin

Ranjit Kumar Jena
  • Published: Tuesday, 26 November 2019
  • , Updated: 26 November 2019, 05:46 PM IST

କୋଲକାତା: ଘରୋଇ କ୍ରିକେଟର ଅନ୍ୟତମ ବଡ଼ ଟୁର୍ଣ୍ଣାମେଣ୍ଟ ହେଉଛି ଦୁଲୀପ ଟ୍ରଫି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଟିମ୍ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ନିରାଶ ପ୍ରକାଶ କରିଛନ୍ତି। ସଚିନଙ୍କ କହିବା ଅନୁଯାୟୀ, ଦୁଲୀପ୍ ଟ୍ରଫିରେ ଖେଳାଳିମାନେ ଟିମ୍ ଅପେକ୍ଷା ନିଜ ପ୍ରଦର୍ଶନକୁ ଅଧିକ ଗୁରୁତ୍ୱ ଦିଅନ୍ତି। ଏ ନେଇ ସଚିନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଖାସ ନିବେଦନ କରିଛନ୍ତି।

ସଚିନ କହିଛନ୍ତି, ମୁଁ ଚାହୁଁଛି ଯେ ଗାଙ୍ଗୁଲି ଦୁଲୀପ୍ ଟ୍ରଫି ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଏହା ଏଭଳି ଏକ ଟୁର୍ଣ୍ଣାମେଣ୍ଟ, ଯେଉଁଥିରେ ଖେଳାଳି ନିଜ ପ୍ରଦର୍ଶନ ଏବଂ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ଉପରେ ଅଧିକ ଫୋକସ୍ କରନ୍ତି ଏବଂ ସେମାନେ ସେହି ହିସାବରେ ପ୍ରଦର୍ଶନ। ମୋ କହିବା ଅନୁସାରେ ଯଦି ଆଇପିଏଲର ନିଲାମ ଅଛି କିମ୍ବା ଟି-୨୦ କିମ୍ବା କୌଣସି ଦିନିକିଆ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାର ଅଛି, ତାହେଲେ ଖେଳାଳିମାନେ ସେହିପରି ପ୍ରଦର୍ଶନ କରନ୍ତି। ସେମାନେ କେବଳ ନିଜ ଟିମ୍ ପାଇଁ ଖେଳନ୍ତି । ବର୍ତ୍ତମାନ ଏହା ଉପରେ ଧ୍ୟାନ ଦେବାର ସମୟ ଆସିଯାଇଛି।

ପୂର୍ବରୁ ଦୁଲୀପ ଟ୍ରଫି ୫ଟି ଜୋନାଲ୍ ଟିମକୁ ନେଇ ଆୟୋଜିତ ହେଉଥିଲା, କିନ୍ତୁ ଏବେ ଏହା ଇଣ୍ଡିଆ ବ୍ଲୁ, ଇଣ୍ଡିଆ ଗ୍ରୀନ୍ ଏବଂ ଇଣ୍ଡିଆ ରେଡକୁ ନେଇ ରାଉଣ୍ଡ-ରବିନ୍ ଫର୍ମାଟରେ ଆୟୋଜିତ ହେଉଛି। ସଚିନ କହିଛନ୍ତି, ମୁଁ ଏଥିରେ ପରିବର୍ତ୍ତନ ଚାହୁଁଛି, କାରଣ କ୍ରିକେଟ୍ ସର୍ବଦା ଟିମର ଖେଳ ରହିଆସିଛି। କ୍ରିକେଟ୍ ଏକ ଟିମ୍ ଭାବନା ଏବଂ ଏହା ଟିମ୍ ଭାବେ ଏକାଠି ଖେଳିବାକୁ ପ୍ରେରିତ କରିଥାଏ। ଏଥିରେ ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ଫୋକସ୍ ନରହିବା ଦରକାର।

ସଚିନ ଆହୁରି କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟ (ଦୁଲୀପ୍ ଟ୍ରଫି)କୁ ରଣଜୀ ଟ୍ରଫିର ଫାଇନାଲ୍ ପରେ ଖେଳାଯିବା ଦରକାର। ଏହାଛଡ଼ା ରଣଜୀ ଟ୍ରଫିର ସେମିଫାଇନାଲରେ ପହଞ୍ଚିଥିବା ଚାରୋଟି ଟିମ୍ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉ। ଶୀର୍ଷ ୪ ରଣଜୀ ଟିମ୍ ସହ ଆଉ ଦୁଇ ଟିମ୍ ଏଥିରେ ରହିବା ଦରକାର, କାରଣ ଏଭଳି କିଛି ଟିମ୍ ଅଛନ୍ତି, ଯେଉଁଥିରେ ଅନେକ ପ୍ରତିଭାଶାଳୀ ଖେଳାଳି ଅଛନ୍ତି, କିନ୍ତୁ ତାଙ୍କ ଟିମ୍ କ୍ୱାଲିଫାଏ କରିପାରେ ନାହିଁ। ଅଣ୍ଡର୍‌-୧୯ ଓ ଅଣ୍ଡର୍‌-୨୩ ଟିମରୁ ମଧ୍ୟ ଖେଳାଳିମାନଙ୍କୁ ଅଣାଯାଇପାରେ। ଯଦି ଅଣ୍ଡର-୧୯ ଟିମରେ କୌଣସି ପ୍ରତିଭାଶାଳୀ ଖେଳାଳି ଅଛନ୍ତି, ତାହେଲେ ସେମାନଙ୍କ ଉପରେ ବିଶେଷ ଫୋକସ୍ ଦିଆଯିବା ଦରକାର। ଏହା ହେଲେ ହିଁ ଆମେ ଶ୍ରେଷ୍ଠ ପାଇପାରିବା ବୋଲି ସଚିନ କହିଛନ୍ତି।

Related story