ରାଜଧାନୀରେ ପହଞ୍ଚିଲା ଆମେରିକା ମହିଳା ହକି ଟିମ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁଥିବା ଏଫଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟର୍ ମ୍ୟାଚ୍ ପାଇଁ ଆମେରିକା ମହିଳା ଟିମ୍ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଆମେରିକା ମହିଳା ଟିମକୁ କଡ଼ା ସୁରକ୍ଷା ସହ ହୋଟେଲକୁ ନିଆଯାଇଥିଲା। ଆମେରିକା ଟିମ୍ ଆସନ୍ତାକାଲି ଠାରୁ ଅଭ୍ୟାସ କରିବ। ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ଭାରତ ଓ ଆମେରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭାରତୀୟ ମହିଳା ଟିମ୍ ପକ୍ଷେ ମଜଭୁତ୍ ଆମେରିକାକୁ ହରାଇବା ସହଜ […]

usa

usa

Ranjit Kumar Jena
  • Published: Friday, 25 October 2019
  • Updated: 25 October 2019, 08:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁଥିବା ଏଫଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟର୍ ମ୍ୟାଚ୍ ପାଇଁ ଆମେରିକା ମହିଳା ଟିମ୍ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଆମେରିକା ମହିଳା ଟିମକୁ କଡ଼ା ସୁରକ୍ଷା ସହ ହୋଟେଲକୁ ନିଆଯାଇଥିଲା। ଆମେରିକା ଟିମ୍ ଆସନ୍ତାକାଲି ଠାରୁ ଅଭ୍ୟାସ କରିବ। ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ଭାରତ ଓ ଆମେରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭାରତୀୟ ମହିଳା ଟିମ୍ ପକ୍ଷେ ମଜଭୁତ୍ ଆମେରିକାକୁ ହରାଇବା ସହଜ ହେବନି।

ଏଠାରେ ପହଞ୍ଚିବା ପରେ ଟିମର କ୍ୟାପଟେନ୍ କ୍ୟାଥଲୀନ୍ ଶାର୍କେ କହିଥିଲେ, "ଭାରତରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ ଖେଳିବା ନେଇ ଟିମ ବହୁତ ଉତ୍ସାହିତ ଅଛି। ବିଶେଷ କରି ଏଠାରେ ହକି ଖେଳିବାର ମଜା ଅଲଗା। ଏହା ପୂର୍ବରୁ ଆମେ କେବେବି ଏଠାକୁ ଆସି ନାହୁଁ। ହକିରେ ଭାରତର ଇତିହାସ ଜବରଦସ୍ତ ରହିଛି ଏବଂ ଏଠାକାର ପ୍ରଶଂସକ ମଧ୍ୟ ଏହି ଖେଳ ପ୍ରତି ପାଗଳ। ମୋ ବିଶ୍ୱାସ ଯେ, ଷ୍ଟାଡିୟମକୁ ଅଧିକ ସଂଖ୍ୟାରେ ଦର୍ଶକ ମ୍ୟାଚ୍ ଦେଖିବାକୁ ଆସିବେ। ଗତବର୍ଷ ଡିସେମ୍ବରରେ ଏଠାରେ ପୁରୁଷ ହକି ବିଶ୍ୱକପ୍ ଆୟୋଜିତ ହୋଇଥିଲା।

ଏହି ବିଶ୍ୱକପ୍ ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଭାରତକୁ ହରାଇବା ସହଜ ହେବନି ସତ, କିନ୍ତୁ ଆମେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରୟାସ କରିବୁ। ଅଲିମ୍ପିକକୁ କ୍ୱାଲିଫାଏ କରିବା ଆମର ଏକମାତ୍ର ଲକ୍ଷ୍ୟ। ଏଥିପାଇଁ ଆମର ପ୍ରସ୍ତୁତି ମଧ୍ୟ ଭଲ ରହିଛି। ମ୍ୟାଚ୍ ପୂର୍ବରୁ ଆମ ହାତରେ କମ୍ ସମୟ ବାକି ରହିଲା। ଏହି ସମୟ ମଧ୍ୟରେ ଆମକୁ ଏଠାକାର ବ୍ଲୁ ଟର୍ଫରେ ଅଭ୍ୟସ୍ତ ହେବାକୁ ପଡିବ।"

ସେହିପରି ଟିମର ମୁଖ୍ୟ କୋଚ୍ ଜାନେକ୍ ଶୋପମ୍ୟାନ୍ କହିଥିଲେ, "ଭାରତ ବିପକ୍ଷ ମୁକାବିଲା ପାଇଁ ଆମେ ଭଲ ପ୍ରସ୍ତୁତ କରିଛୁ। ବିଗତ ଦିନରେ ଭାରତୀୟ ମହିଳା ଟିମର ପ୍ରଦର୍ଶନରେ ବହୁତ ଉନ୍ନତି ଆସିଛି। ସେହିପରି ଆମର ପ୍ରଦର୍ଶନରେ ଅନେ ସୁଧାର ହୋଇଛି। ଆମେ ଭାରତର ପ୍ରତିଟି ମ୍ୟାଚକୁ ଭଲଭାବେ ଦେଖିଛୁ। ଭାରତ ବିପକ୍ଷରେ ମ୍ୟାଚ୍ ନିଶ୍ଚିତ ଭାବେ ସଂଘର୍ଷପୂର୍ଣ୍ଣ ହେବା ନେଇ ମୋର ଆଶା।" ସୂଚନାଯୋଗ୍ୟ, ଗତବର୍ଷ ଲଣ୍ଡନରେ ଆୟୋଜିତ ମହିଳା ବିଶ୍ୱକପରେ ଭାରତ ଓ ଆମେରିକା ମ୍ୟାଚ୍ ୧-୧ରେ ଡ୍ର' ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story