ଦକ୍ଷିଣ ଆଫ୍ରିକାରେ କୌଣସି କ୍ରିକେଟର୍‌ ସଚିନଙ୍କ ଏହି ରେକର୍ଡ ଭାଙ୍ଗିନାହାଁନ୍ତି: ବିରାଟ କୋହଲିଙ୍କ ପାଖରେ ସୁଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ କ୍ରିକେଟ୍‌ରେ ଯଦି କେବେ ରେକର୍ଡ କଥା ଉଠେ ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁ ସବୁଠୁ ଆଗରେ ଥାଏ। ସେ ଭାରତୀୟ କ୍ରିକେଟ୍‌କୁ ଏକ ନୂଆ ପରିଚୟ ଦେଇଛନ୍ତି। ଏହି ମହାନ ଖେଳାଳିଙ୍କୁ କ୍ରିକେଟ୍‌ର ଭଗବାନ ମଧ୍ୟ କୁହାଯାଏ। ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ ଟିମ୍‌ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ଏହି ସମୟରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ […]

kohlisachin-1465473375-800

Ordigital Desk
  • Published: Wednesday, 03 January 2018
  • , Updated: 03 January 2018, 01:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ କ୍ରିକେଟ୍‌ରେ ଯଦି କେବେ ରେକର୍ଡ କଥା ଉଠେ ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାଁ ସବୁଠୁ ଆଗରେ ଥାଏ। ସେ ଭାରତୀୟ କ୍ରିକେଟ୍‌କୁ ଏକ ନୂଆ ପରିଚୟ ଦେଇଛନ୍ତି। ଏହି ମହାନ ଖେଳାଳିଙ୍କୁ କ୍ରିକେଟ୍‌ର ଭଗବାନ ମଧ୍ୟ କୁହାଯାଏ। ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ ଟିମ୍‌ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ଏହି ସମୟରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ।

ଦକ୍ଷିଣ ଆଫ୍ରିକା ଗସ୍ତ ଭାରତୀୟ ଟିମ ପାଇଁ ଚ୍ୟାଲେଜିଂ ରହିବ। ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଦକ୍ଷିଣ ଆଫ୍ରିକା ପିଚ୍‌ରେ ତିଷ୍ଟିପାରନ୍ତି ନାହିଁ। ବିଶେଷକରି ଦକ୍ଷିଣ ଆଫ୍ରିକା ଫାଷ୍ଟ୍‌ ବୋଲର ଘରୋଇ ପିଚ୍‌ର ଫାଇଦା ନେଇ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଡ଼ୁଆରେ ପକାଇଥାନ୍ତି। ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ସଚିନ ତେନ୍ଦୁଲକରଙ୍କ ପ୍ରଦର୍ଶନ ଏଠାରେ ଭଲ ରହିଛି। ସଚିନଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳିଙ୍କ ପ୍ରଦର୍ଶନ ଏଠାରେ ଖାସ୍ ନାହିଁ।

ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍‌ ଦକ୍ଷିଣ ଆଫ୍ରିକାରେ ଦ୍ୱୀତିୟ ଥର ପାଇଁ  ଶତକ ଅର୍ଜନ କରିନାହାଁନ୍ତି। ହେଲେ ଭାରତର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଗତ ୨୫ ବର୍ଷ ମଧ୍ୟରେ କେବଳ ୨୦୦୬ ମସିହା ଗସ୍ତ ବ୍ୟତୀତ ଅନ୍ୟ ସମସ୍ତ ସିରିଜ୍‌ରେ ଶତକ ଅର୍ଜନ କରି ରେକର୍ଡ କରିଛନ୍ତି।

ଦୀର୍ଘ ୨୫ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ଗସ୍ତରେ ସଚିନଙ୍କୁ ବାଦଦେଲେ ଅନ୍ୟ ୮ ଜଣ ଭାରତୀୟ ଖେଳାଳି ଗୋଟିଏ ଲେଖାଏଁ ଶତକ ମାରିଛନ୍ତି। ଏହି ସମୟ ମଧ୍ୟରେ ସଚିନ ଏକାକି ଟେଷ୍ଟରେ ୫ଟି ଶତକ ମାରିଛନ୍ତି। ଚଳିତ ଗସ୍ତରେ ଯଦିଓ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଓପନର୍ ଚେତେଶ୍ୱର ପୂଜାରା ସଚିନଙ୍କ ସମସ୍ତ ଶତକ ରେକର୍ଡ ଭାଙ୍ଗିପାରିବେନାହିଁ ତଥାବି ଦ୍ୱିତୀୟ ଥର ପାଇଁ ଶତକ ହାସଲ କରି ରେକର୍ଡ ବନାଇପାରିବେ।

ବିରାଟ କୋହଲି ଓ ଚେତେଶ୍ୱର ପୂଜାର ୪ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ। ସେହି ସମୟରେ ଟେଷ୍ଟରେ ଏହି ଦୁଇଜଣ ବ୍ୟାଟ୍ସମ୍ୟାନ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକୀୟ ପାଳି ଖେଳିଥିଲେ। ଏଥର ଆଶା କରାଯାଉଛି ଏହି ଦୁଇଜଣ କ୍ରିକେଟର୍‌ ଦ୍ୱିତୀୟ ଥର ପାଇଁ ଶତକ ହାସଲ କରି ରେକର୍ଡ କରିବେ।

https://youtu.be/DH9Efkt4D-0?t=14

Related story