ଅଷ୍ଟ୍ରେଲିଆନ୍ ଓପନ୍‌: ନାଡାଲଙ୍କୁ ଥିମ୍ ଝଟକା

ମେଲବର୍ଣ୍ଣ: ଅଷ୍ଟ୍ରିଆର ଯୁବ ତାରକା ଡୋନିମିକ୍ ଥିମ୍ କ୍ୱାର୍ଟରଫାଇନାଲରେ ବିଶ୍ୱର ଏକ ନମ୍ବର ଖେଳାଳି ରାଫେଲ୍ ନାଡାଲଙ୍କୁ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ ରେ ବୃହତ ବିପର୍ଯ୍ୟୟ ଘଟାଇଛନ୍ତି। ବୁଧବାର ରଡ୍ ଲେଭର୍ ଏରିନାରେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ଅନ୍ତିମ-୮ ମୁକାବିଲାରେ ପଞ୍ଚମ ସିଡ୍ ଥିମ୍ ୭-୬ (୭/୩), ୭-୬ (୭/୪), ୪-୬, ୭-୬ (୮/୬) ସେଟରେ ନାଡାଲଙ୍କୁ ହରାଇ ପ୍ରଥମଥର ଲାଗି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୪ଘଣ୍ଟା ୧୦ ମିନିଟ୍ ଧରି […]

thiem

thiem

Ranjit Kumar Jena
  • Published: Wednesday, 29 January 2020
  • Updated: 29 January 2020, 07:15 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରିଆର ଯୁବ ତାରକା ଡୋନିମିକ୍ ଥିମ୍ କ୍ୱାର୍ଟରଫାଇନାଲରେ ବିଶ୍ୱର ଏକ ନମ୍ବର ଖେଳାଳି ରାଫେଲ୍ ନାଡାଲଙ୍କୁ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ ରେ ବୃହତ ବିପର୍ଯ୍ୟୟ ଘଟାଇଛନ୍ତି। ବୁଧବାର ରଡ୍ ଲେଭର୍ ଏରିନାରେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ଅନ୍ତିମ-୮ ମୁକାବିଲାରେ ପଞ୍ଚମ ସିଡ୍ ଥିମ୍ ୭-୬ (୭/୩), ୭-୬ (୭/୪), ୪-୬, ୭-୬ (୮/୬) ସେଟରେ ନାଡାଲଙ୍କୁ ହରାଇ ପ୍ରଥମଥର ଲାଗି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି।

୪ଘଣ୍ଟା ୧୦ ମିନିଟ୍ ଧରି ଚାଲିଥିବା ଏହି ମୁକାବିଲା ବେଶ୍ ରୋମାଞ୍ଚକର ହୋଇଥିଲା। ମ୍ୟାଚରେ ଥିମ୍ ୭୮ ପ୍ରତିଶତ ପ୍ରଥମ ସର୍ଭିସ୍ ପଏଣ୍ଟ (୬୫/୮୩) ଏବଂ ୬୫ ୱିନର୍ ଶଟ୍ ଲଗାଇଥିଲେ। ମ୍ୟାଚର ତିନୋଟି ସେଟ୍ ଟାଇବ୍ରେକରରେ ନିର୍ଦ୍ଧାରିତ ହୋଇଥିଲା। ପ୍ରଥମ ଦୁଇଟି ସେଟରେ ନାଡାଲଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା। ଦୁଇଟି ଯାକ ସେଟର ଫଳାଫଳ ଟାଇବ୍ରେକରକୁ ଯାଇଥିଲା ଏବଂ ଏଥିରେ ଥିମ୍ ବାଜି ମାରିଥିଲେ। ତେବେ ତୃତୀୟ ସେଟରେ ନାଡାଲ୍ କମବ୍ୟାକ୍ କରି ୬-୪ରେ ବିଜୟୀ ହୋଇଥିଲା।

ଚତୁର୍ଥ ସେଟ୍ ମଧ୍ୟ ବେଶ୍ ରୋମାଞ୍ଚକର ହୋଇଥିଲା। ଏହି ସେଟରେ ଏକ ସମୟରେ ୩-୫ରେ ପଛୁଆ ଥିବା ନାଡାଲ୍ ଲଗାତାର ତିନୋଟି ପଏଣ୍ଟ ହାସଲ କରିଥିଲେ ଏବଂ ସେଟକୁ ଟାଇବ୍ରେକର ପର୍ଯ୍ୟନ୍ତ ନେଇଥିଲେ। ଟାଇବ୍ରେକରରେ ଉଭୟ ପ୍ରତିଦ୍ୱନ୍ଦ୍ୱୀ ଗେମକୁ ୬-୬ରେ ବରାବର ସ୍ଥିତିକୁ ଆଣିଥିବା ବେଳେ ଥିମ୍ ଲଗାତାର ଦୁଇଟି ପଏଣ୍ଟ ସହ ସେଟ୍ ଏବଂ ମ୍ୟାଚକୁ ଅକ୍ତିଆର କରିଥିଲେ।

ମ୍ୟାଚ୍ ଜିତିବା ପରେ ଥିମ୍ କହିଛନ୍ତି, "ନାଡାଲଙ୍କ ଭଳି ମହାନ୍ ଖେଳାଳିଙ୍କ ବିରୋଧରେ ବିଜୟ ହାସଲ କରିବା ମୋ ପାଇଁ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ। ଏହି ମ୍ୟାଚ୍ ବହୁତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଠିକ୍ ଦୁଇବର୍ଷ ତଳେ ନ୍ୟୁୟର୍କରେ ଆମ ମଧ୍ୟରେ ଏଭଳି ଏକ ଐତିହାସିକ ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ନାଡାଲ୍ ବିଜୟୀ ହୋଇଥିଲେ। କିନ୍ତୁ ଏଠାରେ ମୁଁ ବିଜୟୀ ହୋଇଥିବାର ବହୁତ ଖୁସି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos