ତୃତୀୟ ଟେଷ୍ଟ: ପ୍ରଥମ ଦିନରେ ଇଂଲଣ୍ଡ ୮ ୱିକେଟ୍‌ରେ ୨୬୮ ରନ୍‌

ମୋହାଲି: ଆଜିଠାରୁ ମୋହାଲିଠାରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮ ୱିକେଟ୍‌ ହରାଇ ୨୬୮ ରନ୍‌ କରିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଥିଲା। ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ହୋଇନପାରି ଇଂଲଣ୍ଡର ଗୋଟିଏ ପରେ ଗୋଟିଏ ୱିକେଟ୍‌ ଯାଇଥିଲା। ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮ ୱିକେଟ୍‌ ହରାଇ ୨୬୮ ରନ୍‌ କରିଥିଲା। ଆଦିଲ ରସିଦ୍‌ ୪ […]

india-england

Rakesh Mallick
  • Published: Saturday, 26 November 2016
  • , Updated: 26 November 2016, 06:01 PM IST

ମୋହାଲି: ଆଜିଠାରୁ ମୋହାଲିଠାରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮ ୱିକେଟ୍‌ ହରାଇ ୨୬୮ ରନ୍‌ କରିଛି।

ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଥିଲା। ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ହୋଇନପାରି ଇଂଲଣ୍ଡର ଗୋଟିଏ ପରେ ଗୋଟିଏ ୱିକେଟ୍‌ ଯାଇଥିଲା। ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮ ୱିକେଟ୍‌ ହରାଇ ୨୬୮ ରନ୍‌ କରିଥିଲା। ଆଦିଲ ରସିଦ୍‌ ୪ ରନ୍‌ ଓ ଗାରେଥ୍‌ ବାଟ୍ଟି କୌଣସି ରନ ନକରି ନଟ୍‌ ଆଉଟ୍‌ ରହିଥିଲେ। ଭାରତ ପକ୍ଷରୁ ଉମେଶ ଯାଦବ, ଜୟନ୍ତ ଯାଦବ, ରବିନ୍ଦ୍ର ଜାଡେଜା ୨ ଲେଖାଏଁ, ମହମ୍ମଦ ସାମୀ ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ତୃତୀୟ ଟେଷ୍ଟରେ ଭାରତୀୟ ଟିମ୍‌ରେ ପାର୍ଥିବ ପଟେଲ ସାମିଲ ହୋଇଛନ୍ତି। ଆଠ ବର୍ଷ ପରେ ସେ ପୁଣି ଟେଷ୍ଟ ଦଳକୁ ଫେରିଛନ୍ତ। ସେହିପରି କରୁଣ ନାୟାର ତାଙ୍କର ଡେବ୍ୟୁ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ଆଜି ତାଙ୍କୁ ଭାରତର ପୂର୍ବତନ ଟେଷ୍ଟ ଅଧିନାୟକ ସୁନୀଲ ଗାଭାସ୍କର ଭାରତୀୟ କ୍ୟାପ୍ ପ୍ରଦାନ କରିଥିଲେ।

Related story