ବିଶ୍ୱ ହକି ଲିଗ୍ ପାଇଁ କାଉଣ୍ଟର୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ: ଇଷ୍ଟ ଷ୍ଟାଣ୍ଡ ଠାରୁ ୱେଷ୍ଟ ଷ୍ଟାଣ୍ଡର ମୂଲ୍ୟ ୫ଗୁଣ ଅଧିକ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱ ହକି ଲିଗ୍ ଫାଇନାଲ୍&zwnj; ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି। କଳିଙ୍ଗ ଷ୍ଟାଡିୟମର ୩ ନମ୍ବର ଗେଟରେ ଟିକେଟ ବିକ୍ରି ଚାଲିଛି। ପୂର୍ବରୁ ଅନଲାଇନରେ ଟିକେଟ୍ ବିକ୍ରି ହେଇଥିଲା। ତେବେ ଆଜିଠୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଇଷ୍ଟ ଷ୍ଟାଣ୍ଡ ଓ ୱେଷ୍ଟ ଷ୍ଟାଣ୍ଡରେ ଟିକେଟ୍&zwnj; ବିକ୍ରି ଚାଲିଛି। ଇଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ୍&zwnj;ର ମୂଲ୍ୟ ୫୦ ଟଙ୍କା ଥିବା ବେଳେ ୱେଷ୍ଟ ଷ୍ଟାଣ୍ଡ ପାଇଁ ରହିଛି ଟିକେଟ୍&zwnj;ର ମୂଲ୍ୟ ୨୫୦ ଟଙ୍କା। ଆସନ୍ତା ଡିସେମ୍ବର ୧ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବିଶ୍ୱ ହକି ଲିଗ୍। ଏହି ପ୍ରତିଯୋଗିତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍&zwnj;ଘାଟନୀ ଦିନରେ ଦୁଇଟି ମ୍ୟାଚ୍&zwnj; ଖେଳାଯିବ। ପ୍ରଥମ ମ୍ୟାଚ୍&zwnj; ଜର୍ମାନୀ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚ୍&zwnj; ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ। ଏଥିପାଇଁ କଳିଙ୍ଗ ଷ୍ଟାଡିୟମର ହକି କମ୍ପ୍ଲେକ୍ସ ନୂତନ ରଙ୍ଗରେ ସଜେଇ ହୋଇଛି।</p>

Ordigital Desk
  • Published: Wednesday, 15 November 2017
  • Updated: 15 November 2017, 12:19 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱ ହକି ଲିଗ୍ ଫାଇନାଲ୍&zwnj; ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି। କଳିଙ୍ଗ ଷ୍ଟାଡିୟମର ୩ ନମ୍ବର ଗେଟରେ ଟିକେଟ ବିକ୍ରି ଚାଲିଛି। ପୂର୍ବରୁ ଅନଲାଇନରେ ଟିକେଟ୍ ବିକ୍ରି ହେଇଥିଲା। ତେବେ ଆଜିଠୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଇଷ୍ଟ ଷ୍ଟାଣ୍ଡ ଓ ୱେଷ୍ଟ ଷ୍ଟାଣ୍ଡରେ ଟିକେଟ୍&zwnj; ବିକ୍ରି ଚାଲିଛି। ଇଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ୍&zwnj;ର ମୂଲ୍ୟ ୫୦ ଟଙ୍କା ଥିବା ବେଳେ ୱେଷ୍ଟ ଷ୍ଟାଣ୍ଡ ପାଇଁ ରହିଛି ଟିକେଟ୍&zwnj;ର ମୂଲ୍ୟ ୨୫୦ ଟଙ୍କା। ଆସନ୍ତା ଡିସେମ୍ବର ୧ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ବିଶ୍ୱ ହକି ଲିଗ୍। ଏହି ପ୍ରତିଯୋଗିତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍&zwnj;ଘାଟନୀ ଦିନରେ ଦୁଇଟି ମ୍ୟାଚ୍&zwnj; ଖେଳାଯିବ। ପ୍ରଥମ ମ୍ୟାଚ୍&zwnj; ଜର୍ମାନୀ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚ୍&zwnj; ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ। ଏଥିପାଇଁ କଳିଙ୍ଗ ଷ୍ଟାଡିୟମର ହକି କମ୍ପ୍ଲେକ୍ସ ନୂତନ ରଙ୍ଗରେ ସଜେଇ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos