ବଦଳିଲା ଆଇପିଏଲ୍ ପ୍ଲେଅଫ୍ ଓ ଫାଇନାଲ୍ ମ୍ୟାଚ୍ ସମୟ

ମୁମ୍ବାଇ: ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପ୍ଲେଅଫ୍ ଓ ଫାଇନାଲ୍ ସମୟ ଘୋଷଣା କରାଯାଇଛି। ଏହି ଚାରୋଟି ଯାକ ମୁକାବିଲା ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭.୩୦ ମିନିଟରେ ଆରମ୍ଭ ହେବ। ମେ’ ୭ ତାରିଖରେ କ୍ୱାଲିଫାୟର୍-୧ ଚେନ୍ନାଇରେ ଖେଳାଯିବ। ଏହା ପରେ ୮ରେ ଏଲିମିନେଟର୍ ଏବଂ ୧୦ରେ କ୍ୱାଲିଫାୟର୍-୨ ଅନୁଷ୍ଠିତ ହେବ। ଫାଇନାଲ୍ ମ୍ୟାଚ୍ ମେ’ ୧୨ ତାରିଖରେ ହାଇଦ୍ରାବାଦରେ ଆୟୋଜିତ ହେବ। ସେହିପରି ମହିଳା ଟି-୨୦ ଚ୍ୟାଲେଞ୍ଜ ମୁକାବିଲା ମେ’ ୬ରୁ ୧୧ ତାରିଖ […]

ipl times

Hemant Lenka
  • Published: Monday, 29 April 2019
  • , Updated: 29 April 2019, 05:03 PM IST

ମୁମ୍ବାଇ: ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପ୍ଲେଅଫ୍ ଓ ଫାଇନାଲ୍ ସମୟ ଘୋଷଣା କରାଯାଇଛି। ଏହି ଚାରୋଟି ଯାକ ମୁକାବିଲା ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭.୩୦ ମିନିଟରେ ଆରମ୍ଭ ହେବ। ମେ' ୭ ତାରିଖରେ କ୍ୱାଲିଫାୟର୍-୧ ଚେନ୍ନାଇରେ ଖେଳାଯିବ।

ଏହା ପରେ ୮ରେ ଏଲିମିନେଟର୍ ଏବଂ ୧୦ରେ କ୍ୱାଲିଫାୟର୍-୨ ଅନୁଷ୍ଠିତ ହେବ। ଫାଇନାଲ୍ ମ୍ୟାଚ୍ ମେ' ୧୨ ତାରିଖରେ ହାଇଦ୍ରାବାଦରେ ଆୟୋଜିତ ହେବ। ସେହିପରି ମହିଳା ଟି-୨୦ ଚ୍ୟାଲେଞ୍ଜ ମୁକାବିଲା ମେ' ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଜୟପୁରରେ ଅନୁଷ୍ଠିତ ହେବ।

୬, ୯ ଓ ୧୧ ତାରିଖରେ ହେବାକୁଥିବା ମ୍ୟାଚ୍ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ। ୮ ତାରିଖରେ ହେବାକୁଥିବା ଦ୍ୱିତୀୟ ମ୍ୟାଚ୍ ଅପରାହ୍ଣ ୩.୩୦ରେ ଖେଳାଯିବ। ସୂଚନାଯୋଗ୍ୟ, ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଓ ମିତାଲୀ ରାଜ ଯଥାକ୍ରମେ ମହିଳା ଟି-୨୦ ଚ୍ୟାଲେଞ୍ଜରେ ଯଥାକ୍ରମେ ସୁପରନୋଭାଜ୍, ଟ୍ରାଏଲବ୍ଲେଜର୍ସ ଓ ଭେଲୋସିଟି ଟିମର ନେତୃତ୍ୱ ନେବେ।

ଏହି ତିନୋଟି ଟିମ୍ ମଧ୍ୟରେ ୪ ମ୍ୟାଚ୍ ଖେଳାଯିବ, ଯେଉଁଥିରେ ଭାରତୀୟ ଖେଳାଳିଙ୍କ ବ୍ୟବୀତ ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଖେଳାଳି ଭାଗ ନେବେ। ପ୍ରତି ଟିମରେ ୧୩ଜଣ ଲେଖାଏ ଖେଳାଳି ରହିଛନ୍ତି, ଯେଉଁଥିରେ ୪ଜଣ ଲେଖାଏ ବିଦେଶୀ ଖେଳାଳି ସାମିଲ୍ ଅଛନ୍ତି।

Related story