ଆଇସିସି ବିଶ୍ୱକପ୍: ବୋଲ୍ଟଙ୍କ ରେକର୍ଡ

ଚେଷ୍ଟର୍-ଲି-ଷ୍ଟ୍ରିଟ୍: କ୍ୟାରିୟରରେ ଦ୍ୱିତୀୟଥର ପାଇଁ ବିଶ୍ୱକପ୍ ଖେଳୁଥିବା ନ୍ୟୁଜିଲ୍ୟାଣ୍ଡ୍ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ଲଗାତାର ଦମଦାର ପ୍ରଦର୍ଶନ କରିଆସୁଛନ୍ତି। ବୁଧବାର ଆୟୋଜକ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ପୁଣିଥରେ ଭଲ ବୋଲିଂ କରି ୧୦ ଓଭରରେ ୫୬ ରନ୍ ଦେଇ ୨ ୱିକେଟ୍ ହାସଲ କରିଛନ୍ତି। ସେ ଇଂଲଣ୍ଡର ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଓ ଜୋସ ବଟଲରଙ୍କୁ ଆଉଟ୍ କରି ଆୟୋଜକ ଟିମକୁ ବଡ଼ ସ୍କୋର କରିବାରୁ ରୋକିଥିଲେ। ଏଥିସହ ବୋଲ୍ଟ ଏକ […]

boult

Hemant Lenka
  • Published: Wednesday, 03 July 2019
  • , Updated: 03 July 2019, 09:33 PM IST

ଚେଷ୍ଟର୍-ଲି-ଷ୍ଟ୍ରିଟ୍: କ୍ୟାରିୟରରେ ଦ୍ୱିତୀୟଥର ପାଇଁ ବିଶ୍ୱକପ୍ ଖେଳୁଥିବା ନ୍ୟୁଜିଲ୍ୟାଣ୍ଡ୍ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ଲଗାତାର ଦମଦାର ପ୍ରଦର୍ଶନ କରିଆସୁଛନ୍ତି। ବୁଧବାର ଆୟୋଜକ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ପୁଣିଥରେ ଭଲ ବୋଲିଂ କରି ୧୦ ଓଭରରେ ୫୬ ରନ୍ ଦେଇ ୨ ୱିକେଟ୍ ହାସଲ କରିଛନ୍ତି। ସେ ଇଂଲଣ୍ଡର ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଓ ଜୋସ ବଟଲରଙ୍କୁ ଆଉଟ୍ କରି ଆୟୋଜକ ଟିମକୁ ବଡ଼ ସ୍କୋର କରିବାରୁ ରୋକିଥିଲେ।

ଏଥିସହ ବୋଲ୍ଟ ଏକ ନୂଆ କୀର୍ତ୍ତିମାନର ଅଧିକାରୀ ମଧ୍ୟ ହୋଇଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ବିଶ୍ୱକପ୍ ଇତିହାସରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ଜ୍ୟାକବ୍ ଓରାମ୍ ଓ ଡାନିଏଲ୍ ଭେଟ୍ଟୋରୀଙ୍କ ନାମରେ ଥିଲା। ଏହି ଦୁଇ ବୋଲର ୩୬ଟି ଲେଖାଏ ୱିକେଟ୍ ନେଇଥିଲେ। ବୋଲ୍ଟଙ୍କ ନାମରେ ୧୭ ମ୍ୟାଚରେ ୩୭ ୱିକେଟ୍ ହୋଇଯାଇଛି।

ବୋଲ୍ଟଙ୍କ ବୋଲିଂ ହାର ୨୦.୦୨ ଏବଂ ଇକୋନୋମୀ ୪.୫୧ ରହିଛି । ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୫/୨୭। ବୋଲ୍ଟଙ୍କ ତୁଳନାରେ ଓରାମ୍ ୨୩ ମ୍ୟାଚରେ ଏବଂ ଭେଟ୍ଟୋରୀ ୩୨ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ। ଚଳିତ ବିଶ୍ୱକପରେ ବୋଲ୍ଟ ୮ ମ୍ୟାଚରେ ୧୫ ୱିକେଟ୍ ନେଇସାରିଛନ୍ତି। ୨୦୧୫ ବିଶ୍ୱକପରେ ବୋଲ୍ଟ ୨୨ଟି ୱିକେଟ୍ ନେଇଥିଲେ ଏବଂ ନ୍ୟୁଜିଲ୍ୟାଣ୍ଡକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ବହନ କରିଥିଲେ।

Related story