ଅଣ୍ଡର-୧୯ ବିଶ୍ୱକପ୍‌: ସେମିରେ ଭାରତ-ପାକ୍ ମୁହାଁମୁହିଁ

ବେନୋନି: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଅଣ୍ଡର୍‌-୧୯ ବିଶ୍ୱକପ୍ ସୁପର୍ ଲିଗ୍ ସେମିଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଜବରଦସ୍ତ ଫର୍ମରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ସେମିଫାଇନାଲରେ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଭାରତ ତା’ର କ୍ୱାର୍ଟରଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇ ପୂର୍ବରୁ ହିଁ ସେମିରେ ସ୍ଥାନ ପକ୍କା କରିସାରିଛି। ଶୁକ୍ରବାର ପାକିସ୍ତାନ କ୍ୱାର୍ଟର୍ ମୁକାବିଲାରେ ପଡ଼ୋଶୀ ଦେଶ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇ ଅନ୍ତିମ-୪ରେ ପ୍ରବେଶ କରିଛି। ତେବେ ଫେବୃଆରୀ ୪ ତାରିଖରେ ପୋଚେଷ୍ଟ୍ରୁମରେ ଭାରତ ଓ ପାକିସ୍ତାନ […]

ind-vs-pak

ind-vs-pak

Ranjit Kumar Jena
  • Published: Friday, 31 January 2020
  • Updated: 31 January 2020, 08:56 PM IST

ବେନୋନି: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଅଣ୍ଡର୍‌-୧୯ ବିଶ୍ୱକପ୍ ସୁପର୍ ଲିଗ୍ ସେମିଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଜବରଦସ୍ତ ଫର୍ମରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ସେମିଫାଇନାଲରେ ତା'ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଭାରତ ତା'ର କ୍ୱାର୍ଟରଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇ ପୂର୍ବରୁ ହିଁ ସେମିରେ ସ୍ଥାନ ପକ୍କା କରିସାରିଛି।

ଶୁକ୍ରବାର ପାକିସ୍ତାନ କ୍ୱାର୍ଟର୍ ମୁକାବିଲାରେ ପଡ଼ୋଶୀ ଦେଶ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇ ଅନ୍ତିମ-୪ରେ ପ୍ରବେଶ କରିଛି। ତେବେ ଫେବୃଆରୀ ୪ ତାରିଖରେ ପୋଚେଷ୍ଟ୍ରୁମରେ ଭାରତ ଓ ପାକିସ୍ତାନ ସେମିରେ ମୁହାଁମୁହିଁ ହେବେ। ଏହି ମୁକାବିଲା ପାଇଁ ଏବେଠାରୁ ପ୍ରଶଂସକଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଲାଣି।

ଶୁକ୍ରବାର ଅନ୍ତିମ କ୍ୱାର୍ଟରଫାଇନାଲରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ ୪୯.୧ ଓଭରରେ ୧୮୯ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ଫରହାନ୍ ଜାକିଲ୍ ୪୦ ଓ ଅବଦୁଲ୍ ରେହମାନ୍ ୩୦ ରନ୍ କରିଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ଆମୀର ଖାନ୍ ୪ଟି ଓ ଫହାଦ୍ ମୁନୀର୍ ୨ଟି ୱିକେଟ୍ ନେଇଥିଲେ।

ଜବାବରେ ପାକିସ୍ତାନ ୪୧.୧ ଓଭରରେ ୪ ୱିକେଟ୍ ହରାଇ ୧୯୦ ରନ୍ କରି ବିଜୟୀ ହୋଇଛି। ପାକିସ୍ତାନ ପକ୍ଷରୁ ମହମ୍ମଦ ହୁରାଇରା ସର୍ବାଧିକ ଅପରାଜିତ ୬୪ ରନ୍ କରି ରନଆଉଟ୍ ହୋଇଥିଲେ। କାସିମ୍ ଆକ୍ରାମ୍ ୨୫ ଓ ମହମ୍ମଦ ହାରିସ୍ ୨୯ ରନ୍ କରି ଅପରାଜିତ ଥିଲେ।

ସୂଚନାଯୋଗ୍ୟ, ଅଣ୍ଡର୍‌-୧୯ ବିଶ୍ୱକପରେ ଭାରତ ସର୍ବାଧିକ ୪ଥର ଚାମ୍ପିୟନ୍ ହୋଇଛି। ଚଳିତ ସଂସ୍କରଣରେ ମଧ୍ୟ ଭାରତ ତା'ର ସବୁଯାକ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲ୍ ପଥ ପରିସ୍କାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story