ଅଣ୍ଡର୍‌-୧୯ ବିଶ୍ୱକପ୍‌: ବାଂଲାଦେଶର ୩ ଓ ଭାରତର ୨ ଖେଳାଳି ଦଣ୍ଡିତ

ନୂଆଦିଲ୍ଲୀ: ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍ ଫାଇନାଲ୍ ପରେ ହୋଇଥିବା ଅପ୍ରୀତିକର ଘଟଣା ପାଇଁ ଆଇସିସି ଭାରତର ଦୁଇଜଣ ଏବଂ ବାଂଲାଦେଶର ତିନିଜଣ ଖେଳାଳିଙ୍କୁ ଦଣ୍ଡିତ କରିଛି। ଭାରତର ପେସ୍ ବୋଲର ଆକାଶ ସିଂହ ଓ ସ୍ପିନର୍ ରବି ବିଶ୍ନୋଇଙ୍କ ବ୍ୟତୀତ ବାଂଲାଦେଶର ମହମ୍ମଦ ତୋହିଦ୍ ରିୟାଦ୍‌, ଶାମିମ୍ ହୁସେନ୍ ଓ ରକିବୁଲ୍ ହାସନ୍ ଆଇସିସିର ଆଚାର ସଂହିତାର ଉଲ୍ଲଙ୍ଘନ କରିଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭାରତ ବିପକ୍ଷ ଫାଇନାଲରେ ବିଜୟ ହାସଲ କରିବା ପରେ ଦୁଇ […]

bangla

bangla

Ranjit Kumar Jena
  • Published: Tuesday, 11 February 2020
  • Updated: 11 February 2020, 08:43 PM IST

Sports

Latest News

ନୂଆଦିଲ୍ଲୀ: ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍ ଫାଇନାଲ୍ ପରେ ହୋଇଥିବା ଅପ୍ରୀତିକର ଘଟଣା ପାଇଁ ଆଇସିସି ଭାରତର ଦୁଇଜଣ ଏବଂ ବାଂଲାଦେଶର ତିନିଜଣ ଖେଳାଳିଙ୍କୁ ଦଣ୍ଡିତ କରିଛି। ଭାରତର ପେସ୍ ବୋଲର ଆକାଶ ସିଂହ ଓ ସ୍ପିନର୍ ରବି ବିଶ୍ନୋଇଙ୍କ ବ୍ୟତୀତ ବାଂଲାଦେଶର ମହମ୍ମଦ ତୋହିଦ୍ ରିୟାଦ୍‌, ଶାମିମ୍ ହୁସେନ୍ ଓ ରକିବୁଲ୍ ହାସନ୍ ଆଇସିସିର ଆଚାର ସଂହିତାର ଉଲ୍ଲଙ୍ଘନ କରିଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଭାରତ ବିପକ୍ଷ ଫାଇନାଲରେ ବିଜୟ ହାସଲ କରିବା ପରେ ଦୁଇ ଟିମର କିଛି ଖେଳାଳିଙ୍କ ମଧ୍ୟରେ ହାତାହାତି ହୋଇଥିଲା।

ଏ ନେଇ ଆଇସିସି ପକ୍ଷରୁ କୁହାଯାଇଛି ଯେ ପାଞ୍ଚଜଣ ଖେଳାଳି ଆଇସିସିର ଆଚାର ସଂହିତାର ଲେଭଲ୍‌-୩ର ଉଲ୍ଲଙ୍ଘନ କରିଛନ୍ତି। ସେମାନଙ୍କ ଉପରେ ଧାରା ୨.୨୧ ଏବଂ ଭିନ୍ନ କାରଣ ପାଇଁ ବିଶ୍ନୋଇଙ୍କ ଉପରେ ଅତିରିକ୍ତ ୨.୫ର ଧାରାର ଉଲଙ୍ଘନ କରିଥିବାର ଅଭିଯୋଗ ଲାଗିଛି। ଆଇସିସି ଆଚାର ସଂହିତାର ଧାରା ୨.୨୧ ଖେଳର ଗରିମାକୁ କ୍ଷତି ପହଞ୍ଚାଇବା ସମ୍ବନ୍ଧିତ ଅଟେ, ଯେଉଁଥିରେ ଦୁର୍ବ୍ୟବହାର, ସାର୍ବଜନୀନ ସ୍ଥାନରେ ଅଶାଳୀନ ବ୍ୟବହାର ଏବଂ ଅନୁଚିତ୍ ମନ୍ତବ୍ୟ ସାମିଲ୍ ଅଛି। ନିଲମ୍ବନ ପଏଣ୍ଟ ପରବର୍ତ୍ତୀ ଅନ୍ତର୍ଜାତୀୟ ମ୍ୟାଚ୍ ଉପରେ ଲାଗୁ ହେବନି। ଗୋଟିଏ ନିଲମ୍ବନ ପଏଣ୍ଟର ଅର୍ଥ ହେଉଛି, ଜଣେ ଖେଳାଳି ଗୋଟିଏ ଦିନିକିଆ କିମ୍ବା ଟି-୨୦, ଅଣ୍ଡର୍‌-୧୯ କିମ୍ବା 'ଏ' ଟିମ୍ ଅନ୍ତର୍ଜାତୀୟ ମ୍ୟାଚରୁ ବାହାରେ ରହିବେ।

ଏହି ସବୁ ଖେଳାଳି ଏବେ ସିନିୟର ସ୍ତରରେ ଖେଳିବେ ଏବଂ ଏହାର ପ୍ରଭାବ ସେମାନଙ୍କ ଉପରେ ପଡ଼ିବ ନାହିଁ। ଆଇସିସି ପକ୍ଷରୁ ଆହୁରି କୁହାଯାଇଛି ଯେ ସମସ୍ତ ପାଞ୍ଚଜଣ ଖେଳାଳି ନିଜ ନିଜର ଦୋଷକୁ ସ୍ୱୀକାର କରିଛନ୍ତି। ବାଂଲାଦେଶର କିଛି ଖେଳାଳି ବିଜୟ ପରେ ନିଜ ନିଜର ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ। ତେବେ ପରେ ଟିମର କ୍ୟାପଟେନ୍ ଆକବର ଅଲୀ ଏଥିପାଇଁ କ୍ଷମା ମାଗିଥିଲେ, କିନ୍ତୁ ଭାରତୀୟ କ୍ୟାପଟେନ୍ ପ୍ରିୟମ ଗର୍ଗ ଏଭଳି ଘଟଣାକୁ ନିନ୍ଦା କରିଥିଲେ।

ମ୍ୟାଚ୍ ପରେ ବାଂଲାଦେଶ ଖେଳାଳିଙ୍କ ଆଭିମୁଖ୍ୟ ଅତ୍ୟନ୍ତ ଆକ୍ରମଣାତ୍ମକ ଥିଲା। ଆଇସିସି ପକ୍ଷରୁ କୁହାଯାଇଛି ଯେ ଭାରତର ଆକାଶ ଦଣ୍ଡକୁ ସ୍ୱୀକାର କରିଛନ୍ତି ଏବଂ ତାଙ୍କ ଉପରେ ୮ ନିଲମ୍ବନ ପଏଣ୍ଟ ଲଗାଯାଇଛି, ଯାହା ୬ ଡିମେରିଟ୍ ପଏଣ୍ଟ ସହ ସମକକ୍ଷ। ଏହା ଦୁଇବର୍ଷ ପର୍ଯ୍ୟନ୍ତ ତାଙ୍କ ରେକର୍ଡ ଖାତାରେ ରହିବ। ବିଶ୍ନୋଇଙ୍କ ଉପରେ ୫ ନିଲମ୍ବନ ପଏଣ୍ଟ ଅର୍ଥାତ୍ ୫ ଡିମେରିଟ୍ ପଏଣ୍ଟ ଲଗାଯାଇଛି।

ଆଇସିସି କହିଛି ଯେ ବିଶ୍ନୋଇ ଧାରା ୨.୫ ଲେଭଲ୍‌-୧ର ଉଲ୍ଲଙ୍ଘନ କରିଥିବାର ଅଭିଯୋଗକୁ ସ୍ୱୀକାର କରିଛନ୍ତି, ଯାହା ମ୍ୟାଚ୍ ବେଳେ ଅନ୍ୟଏକ ଘଟଣା ଥିଲା। ୨୩ତମ ଓଭରରେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ଅଭିଷେକ ଦାସଙ୍କ ଆଉଟ୍ ହେବା ପରେ ଅତ୍ୟଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିଲେ। ଏଥିପାଇଁ ତାଙ୍କୁ ଦୁଇ ଡିମେରିଟ୍ ପଏଣ୍ଟ ଅର୍ଥାତ୍ ତାଙ୍କ ମୋଟ ୭ ଡିମେରିଟ୍ ପଏଣ୍ଟ ତାଙ୍କ ରେକର୍ଡ ବୁକରେ ଦୁଇବର୍ଷ ପର୍ଯ୍ୟନ୍ତ ରହିବ।

ବାଂଲାଦେଶର ତୋହିଦଙ୍କ ଉପରେ ୧୦ ନିଲମ୍ବନ ପଏଣ୍ଟ ଅର୍ଥାତ୍ ୬ ଡିମେରିଟ୍ ପଏଣ୍ଟ ଲଗାଯାଇଛି। ସେହିପରି ଶାମିମଙ୍କ ଉପରେ ୮ ନିଲମ୍ବନ ପଏଣ୍ଟ (୬ ଡିମେରିଟ୍ ପଏଣ୍ଟ) ଏବଂ ହାସନଙ୍କ ଉପରେ ୪ ନିଲମ୍ବନ ପଏଣ୍ଟ (୫ ଡିମେରିଟ୍ ପଏଣ୍ଟ) ଲଗାଯାଇଛି। ଏସବୁ ଅଭିଯୋଗ ଫିଲ୍ଡ ଅମ୍ପାୟାର ସାମ୍ ଏନ୍ ଓ ଆଡ୍ରିଆନ୍ ହୋଲ୍ଡଷ୍ଟୋକ୍‌, ତୃତୀୟ ଅମ୍ପାୟାର ରବୀନ୍ଦ୍ର ବିମାଲାସିରି ଏବଂ ଚତୁର୍ଥ ଅମ୍ପାୟାର ପ୍ୟାଟ୍ରିକ୍ ବୋଙ୍ଗନି ଜେଲେ ଲଗାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story