ଆଇପିଏଲ୍‌ ନିଲାମ: ୮.୪ କୋଟିରେ ବିକ୍ରି ହେଲେ ଅନ୍‌କ୍ୟାପଡ୍‌ ବରୁନ ଚକ୍ରବର୍ତ୍ତୀ

ଜୟପୁର: ଆଇପିଏଲ୍‌ର ୧୨ତମ ସଂସ୍କରଣ ପାଇଁ ଚାଲିଥିବା ନିଲାମ ପ୍ରକ୍ରିୟାରେ ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି। ଯେଉଁଠି ଷ୍ଟାର ଖେଳାଳି ଯୁବରାଜ ସିଂହ, ଚେତେଶ୍ୱର ପୂଜାରାଙ୍କୁ କୌଣସି ଫ୍ରାଞ୍ଚାଇଜି ନେବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି ସେଠାରେ ଘରୋଇ କ୍ରିକେଟ୍‌ ଖେଳାଳିଙ୍କ ପାଇଁ କ୍ରେଜ ଦେଖିବାକୁ ମିଳିଛି। ଆଜି ଯାଏ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ନଥିବା ଅନ୍‌ କ୍ୟାପଡ୍‌ ବରୁନ ଚକ୍ରବର୍ତ୍ତୀ ରେକର୍ଡ ୮.୪ କୋଟିରେ ବିକ୍ରି ହୋଇଛନ୍ତି। ଏହି ବିସ୍ମୟ ସ୍ପିନରଙ୍କୁ […]

va

Hemant Lenka
  • Published: Tuesday, 18 December 2018
  • , Updated: 18 December 2018, 07:24 PM IST

ଜୟପୁର: ଆଇପିଏଲ୍‌ର ୧୨ତମ ସଂସ୍କରଣ ପାଇଁ ଚାଲିଥିବା ନିଲାମ ପ୍ରକ୍ରିୟାରେ ଏକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି। ଯେଉଁଠି ଷ୍ଟାର ଖେଳାଳି ଯୁବରାଜ ସିଂହ, ଚେତେଶ୍ୱର ପୂଜାରାଙ୍କୁ କୌଣସି ଫ୍ରାଞ୍ଚାଇଜି ନେବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି ସେଠାରେ ଘରୋଇ କ୍ରିକେଟ୍‌ ଖେଳାଳିଙ୍କ ପାଇଁ କ୍ରେଜ ଦେଖିବାକୁ ମିଳିଛି।

ଆଜି ଯାଏ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ନଥିବା ଅନ୍‌ କ୍ୟାପଡ୍‌ ବରୁନ ଚକ୍ରବର୍ତ୍ତୀ ରେକର୍ଡ ୮.୪ କୋଟିରେ ବିକ୍ରି ହୋଇଛନ୍ତି। ଏହି ବିସ୍ମୟ ସ୍ପିନରଙ୍କୁ କିଙ୍ଗ ଏକାଦଶ ପଞ୍ଜାବ କିଣିଛି।

[caption id="attachment_314271" align="aligncenter" width="980"] ଶିବମ ଦୁବେ[/caption]

ବରୁନଙ୍କ ମୂଳଦର ଥିଲା ମାତ୍ର ୨୦ ଲକ୍ଷ। ଏହି ଖେଳାଳିଙ୍କୁ ନେବାକୁ ସବୁ ଫ୍ରାଞ୍ଚଇଜିମାନେ ଆଗ୍ରହ ଦେଖାଇଥିଲେ। ହେଲେ ପଞ୍ଜାବ ସମସ୍ତଙ୍କୁ ପଛରେ ପକାଇ ବରୁନଙ୍କୁ ନିଜ ଟିମ ପାଇଁ ନେଇଛି। ବରୁନ ତାମିଲନାଡ଼ୁରୁ ପ୍ରତିନିଧିତ୍ୱ କରୁଥିଲେ। ପୂର୍ବ ଆଇପିଏଲ୍‌ ଗୁଡ଼ିକରେ ସେ ଚେନ୍ନାଇ ସୁପରକିଙ୍ଗସ୍‌ ଏବଂ କେକେଆର୍‌ ଖେଳାଳିଙ୍କୁ ନେଟସ୍‌ରେ ବୋଲିଂ କରୁଥିଲେ।

ସେ ୭ ପ୍ରକାରର ବଲ୍‌ ବୋଲିଂ କରିପାରନ୍ତି। ତାଙ୍କୁ ୨୦୧୮ ତାମିଲନାଡୁ ପ୍ରିମିୟର ଲିଗ୍‌ରେ ଖେଳିବାକୁ ସୁଯୋଗ ମିଳିଥିଲା। ସେହିପରି ସେ ବିଜୟ ହଜାରେ ଟ୍ରଫିରେ ୨୨ଟି ୱିକେଟ୍‌ ନେଇଥିଲେ। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ତାଙ୍କୁ ନିଜ ସ୍କ୍ୱାଡରେ ସାମିଲ କରିଛି।

ସେହିପରି ଅନ୍ୟତମ ଅନ୍‌କ୍ୟାପଡ୍‌ ଖେଳାଳି ଶିବମ ଦୁବେଙ୍କୁ ଆର୍‌ସିବି ୫ କୋଟି ଟଙ୍କାରେ କିଣିଛି। ସେ ମିଡିୟମ ପେସ ବୋଲିଂ ସହ ବ୍ୟାଟିଂ ମଧ୍ୟ କରନ୍ତି। ମୁମ୍ବାଇର ଏହି ଅଲରାଉଣ୍ଡରଙ୍କ ମୂଳଦର ୨୦ ଲକ୍ଷ ଥିଲା। ତେବେ ତାଙ୍କ ଡିମାଣ୍ଡ ନିଲାମ ବେଳେ ବଢ଼ି ଯାଇଥିଲା।

ଅନ୍ୟମାନଙ୍କ ନିଲାମ କଥା ବିଚାରକୁ ନେଲେ ନ୍ୟୁଜିଲ୍ୟାଣ୍ଡ ବୋଲର ଲକି ଫରଗୁସନ୍‌ଙ୍କୁ କେକେଆର୍‌ ୧.୬ କୋଟିରେ କିଣିଥିବା ବେଳେ ବରୀନ୍ଦର ସ୍ରାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୩.୪ କୋଟିରେ କିଣିଛି। ଦକ୍ଷିଣ ଆଫ୍ରିକାର ୱିକେଟ୍‌ କିପର ହେନରିଚ୍‌ କାଲସେନଙ୍କୁ ଆରସିବି ୫୦ ଲକ୍ଷରେ ନିଜ ପାଖକୁ ନେଇଛି।

ବିଦେଶୀ ଖେଳାଳିଙ୍କ ମଧ୍ୟରେ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି ଇଂଲିଶ ଅଲରାଉଣ୍ଡର ସାମ କରାନ। ତାଙ୍କୁ ୭.୨ କୋଟିରେ କିଙ୍ଗ ଏକାଦଶ ପଞ୍ଜାବ କିଣିଛି। ଶନ୍‌ ମାର୍ଶ, ସୌରଭ ତିୱାରୀ, ହସିମ ଆମଲା, ଡେଲ ଷ୍ଟେନ, କୋରି ଆଣ୍ଡରସନ୍‌, ଆଞ୍ଜେଲୋ ମାଥ୍ୟୁସ, ଉସମାନ ଖ୍ୱାଜା, ଓ ମୋର୍ନି ମର୍କେଲଙ୍କୁ କେହି କିଣି ନାହାନ୍ତି।

କଲିନ୍‌ ଇନଗ୍ରାମଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୬.୪ କୋଟିରେ କିଣିଛି। ଏହି ଦକ୍ଷିଣ ଆଫ୍ରିକା ବ୍ୟାଟସ୍‌ମ୍ୟାନଙ୍କୁ ନେବାକୁ ଦିଲ୍ଲୀ ଓ ହାଇଦ୍ରାବାଦ ମଧ୍ୟରେ ତୀବ୍ର ପ୍ରତିଯୋଗିତା ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ନାଥୁ ସିଂହ ୨୦ ଲକ୍ଷ ଟଙ୍କାରେ ଦିଲ୍ଲୀ ପାଖକୁ ଯାଇଥିବା ବେଳେ ଅରୁନ କାର୍ତ୍ତିକ ଭାସ୍କରଙ୍କୁ କେହି କିଣି ନାହାନ୍ତି। ଗତ ଆଇପିଏଲ୍‌ରେ ଆରସିବି ପକ୍ଷରୁ ଖେଳୁଥିବା ସର୍ଫରାଜ ଖାନ୍‌ଙ୍କୁ ୨୫ ଲକ୍ଷ ଟଙ୍କାରେ ପଞ୍ଜାବ ନିଜ ପାଖକୁ ନେଇଛି। ଅନ୍ୟତମ ଷ୍ଟାର ଖେଳାଳି ମନନ ଭୋରାଙ୍କୁ ଏ ବର୍ଷ କୌଣସି ଫ୍ରାଞ୍ଚାଇଜି କିଣି ନାହାନ୍ତି।

Related story