ଆମେରିକା ନାଁରେ ଲଜ୍ଜାଜନକ ରେକର୍ଡ, ପୂରା ଟିମ ୩୫ରେ ଅଲଆଉଟ

କୀର୍ତ୍ତିପୁର(ନେପାଳ): ଦିନିକିଆ କ୍ରିକେଟରେ ଏକ ଲଜ୍ଜାଜନ ରେକର୍ଡ କରିଛି ଆମେରିକା। ଦିନିକିଆ କ୍ରିକେଟରେ ଆମେରିକା ଯୁଗ୍ମ ଭାବେ ସବୁଠାରୁ କମ୍‌ ସ୍କୋରରେ ଅଲଆଉଟ ହୋଇଯାଇଛି। ଆଇସିସି ପୁରୁଷ କ୍ରିକେଟ ୱାର୍ଲ୍ଡ କପ ଲିଗ୍‌-୨ର ଏକ ମ୍ୟାଚ୍‌ରେ ଆମେରିକା ପ୍ରତିପକ୍ଷ ନେପାଳ ବିପକ୍ଷରେ ମାତ୍ର ୩୫ ରନ୍‌ କରି ଅଲଆଉଟ ହୋଇଯାଇଛି। ନେପାଳର ଘାତକ ବୋଲିଂ ଆଗରେ ଆମେରିକାର ଜଣଙ୍କ ଜଣେ ବ୍ୟାଟସମ୍ୟାନ ଆତ୍ମସମର୍ପଣ କରିଛନ୍ତି। ଆମେରିକା ୧୦ ଜଣ ଖେଳାଳି ମିଳିତ ଭାବେ କେବଳ ୧୨ ଓଭର […]

w

Hemant Lenka
  • Published: Wednesday, 12 February 2020
  • , Updated: 12 February 2020, 06:19 PM IST

କୀର୍ତ୍ତିପୁର(ନେପାଳ): ଦିନିକିଆ କ୍ରିକେଟରେ ଏକ ଲଜ୍ଜାଜନ ରେକର୍ଡ କରିଛି ଆମେରିକା। ଦିନିକିଆ କ୍ରିକେଟରେ ଆମେରିକା ଯୁଗ୍ମ ଭାବେ ସବୁଠାରୁ କମ୍‌ ସ୍କୋରରେ ଅଲଆଉଟ ହୋଇଯାଇଛି। ଆଇସିସି ପୁରୁଷ କ୍ରିକେଟ ୱାର୍ଲ୍ଡ କପ ଲିଗ୍‌-୨ର ଏକ ମ୍ୟାଚ୍‌ରେ ଆମେରିକା ପ୍ରତିପକ୍ଷ ନେପାଳ ବିପକ୍ଷରେ ମାତ୍ର ୩୫ ରନ୍‌ କରି ଅଲଆଉଟ ହୋଇଯାଇଛି। ନେପାଳର ଘାତକ ବୋଲିଂ ଆଗରେ ଆମେରିକାର ଜଣଙ୍କ ଜଣେ ବ୍ୟାଟସମ୍ୟାନ ଆତ୍ମସମର୍ପଣ କରିଛନ୍ତି।

ଆମେରିକା ୧୦ ଜଣ ଖେଳାଳି ମିଳିତ ଭାବେ କେବଳ ୧୨ ଓଭର ଖେଳିବାକୁ ସକ୍ଷମ ହୋଇଥିଲେ। ଆମେରିକା ଟିମ୍‌ର ଓପନର ଜାଭିଅର ମାର୍ଶଲ ସର୍ବାଧିକ ୧୬ ରନ୍‌ କରିଥିବା ବେଳେ ଅନ୍ୟ ୯ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି।

ସେହିପରି ଏହି ୯ ଜଣଙ୍କ ମଧ୍ୟରୁ ୪ ଜଣ ଖାତା ଖୋଲି ପାରି ନଥିଲେ। ନେପାଳ ପକ୍ଷରୁ ସ୍ପିନର ସନ୍ଦୀପ ଲାମିଚାନେ ୬ ଓଭରରେ ୧୬ ରନ ଦେଇ ୬ଟି ୱିକେଟ ନେଇଛନ୍ତି। ଅନ୍ୟତମ ବୋଲର ଶୁଶାନ ଭାରୀ ୩ ଓଭରରେ ୫ ରନ ଦେଇ ୪ଟି ୱିକେଟ ଦଖଲ କରିଥିଲେ।

ଏହାପୂର୍ବରୁ ଜିମ୍ବାୱେ ୨୦୦୪ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ୩୫ ରନ୍‌ କରି ଅଲଆଉଟ ହୋଇଥିଲା। ଏବେ ଆମେରିକା ଯୁଗ୍ମ ଭାବେ ଏହି ଲଜ୍ଜାଜନ ରେକର୍ଡର ଅଧିକାରୀ ହୋଇଛି।

Related story