ଆହତରୁ ଫେରି ୯୧ ରନର ଇନିଂସ ଖେଳିଲେ ବିଜୟ ଶଙ୍କର

ଜୟପୁର: ବିଶ୍ୱକପରେ ଆହତ ହୋଇଥିବା ଅଲରାଉଣ୍ଡ ବିଜୟ ଶଙ୍କର ବିଜୟ ହଜାରେ ଟ୍ରଫିରେ ଜବରଦସ୍ତ କମବ୍ୟାକ୍‌ କରିଛନ୍ତି। ବିଜୟ ଶଙ୍କରଙ୍କ ୮୮ ବଲରେ ୯୧ ରନ୍‌ର ଅପରାଜିତ ଇନିଂସ୍‌ ବଳରେ ତାମିଲନାଡୁ ପ୍ରତିପକ୍ଷ ବିହାରକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ବିହାର ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ ହରାଇ ୨୧୭ ରନ୍‌ କରିଥିଲା। ଏହାର ଜବାବରେ ତାମିଲନାଡୁ ୪୬.୫ ଓଭର୍‌ରେ ୩ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। ବିଶ୍ୱକପରେ ଆହତ ଯୋଗୁ ବିଜୟ […]

vx

Hemant Lenka
  • Published: Saturday, 28 September 2019
  • , Updated: 28 September 2019, 09:15 PM IST

ଜୟପୁର: ବିଶ୍ୱକପରେ ଆହତ ହୋଇଥିବା ଅଲରାଉଣ୍ଡ ବିଜୟ ଶଙ୍କର ବିଜୟ ହଜାରେ ଟ୍ରଫିରେ ଜବରଦସ୍ତ କମବ୍ୟାକ୍‌ କରିଛନ୍ତି। ବିଜୟ ଶଙ୍କରଙ୍କ ୮୮ ବଲରେ ୯୧ ରନ୍‌ର ଅପରାଜିତ ଇନିଂସ୍‌ ବଳରେ ତାମିଲନାଡୁ ପ୍ରତିପକ୍ଷ ବିହାରକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ବିହାର ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ ହରାଇ ୨୧୭ ରନ୍‌ କରିଥିଲା। ଏହାର ଜବାବରେ ତାମିଲନାଡୁ ୪୬.୫ ଓଭର୍‌ରେ ୩ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି।

ବିଶ୍ୱକପରେ ଆହତ ଯୋଗୁ ବିଜୟ ଶଙ୍କର ଅଧାରୁ ସ୍ୱଦେଶ ଫେରିଥିଲେ। ଏହାପରେ ସେ ଭାରତ ‘ଏ’ ଓ ଦକ୍ଷିଣ ଆଫ୍ରିକା ‘ଏ’ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ଏବଂ ଦିନିକିଆ ସିରିଜ୍‌ ଖେଳି ନଥିଲେ। ତେବେ ଆଜିର ମ୍ୟାଚରେ ବିଜୟ ଶଙ୍କର ୬ ଓଭର ବୋଲିଂ କରି ୧୭ ରନ୍ ବ୍ୟୟ କରିବା ସହ ଗୋଟିଏ ୱିକେଟ ଦଖଲ କରିଛନ୍ତି। ବ୍ୟାଟିଂ ବେଳେ ସେ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୯୧ ରନର ଅପରାଜିତ ଇନିଂସ ଖେଳିଥିଲେ।

Related story