ବିରାଟଙ୍କ ପାଇଁ ସଚିନ, ଯୁବରାଜ ଓ ଡ଼ିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିବା ସହଜ ନୁହେଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ୍‌ ଦୁନିଆର ଶ୍ରେଷ୍ଠ ପ୍ଲେୟାର ଏଥିରେ ସନ୍ଦେହ ନାହିଁ। ଆଇସିସି ଦିନିକିଆ ମାନ୍ୟତାର ୧ ନମ୍ବର ସ୍ଥାନରେ ଥିବା ବେଳେ ଟେଷ୍ଟରେ ବିରାଟ ୨ ନମ୍ବର ସ୍ଥାନରେ ରହିଛନ୍ତି। ୩୫ ଟି ଦିନିକିଆ ଶତକ ହାସଲ କରିସାରିଥିବା ବିରାଟ ଆଗାମୀ ଦିନରେ ସଚିନଙ୍କ ରେକର୍ଡ ସହଜରେ ଭାଙ୍ଗିପାରିବେ ବୋଲି ଚର୍ଚ୍ଚା ହେଉଛି। ସଚିନଙ୍କ ନାଁରେ ୧୦୦ଟି ଅନ୍ତର୍ଜାତୀୟ ଶତକ ରହିଛି। ଅନ୍ୟପଟେ କିଛି ବିଶ୍ୱ ରେକର୍ଡ ଏମିତ ଅଛି […]

maxresdefault

Rakesh Mallick
  • Published: Tuesday, 27 February 2018
  • , Updated: 27 February 2018, 11:11 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ୍‌ ଦୁନିଆର ଶ୍ରେଷ୍ଠ ପ୍ଲେୟାର ଏଥିରେ ସନ୍ଦେହ ନାହିଁ। ଆଇସିସି ଦିନିକିଆ ମାନ୍ୟତାର ୧ ନମ୍ବର ସ୍ଥାନରେ ଥିବା ବେଳେ ଟେଷ୍ଟରେ ବିରାଟ ୨ ନମ୍ବର ସ୍ଥାନରେ ରହିଛନ୍ତି। ୩୫ ଟି ଦିନିକିଆ ଶତକ ହାସଲ କରିସାରିଥିବା ବିରାଟ ଆଗାମୀ ଦିନରେ ସଚିନଙ୍କ ରେକର୍ଡ ସହଜରେ ଭାଙ୍ଗିପାରିବେ ବୋଲି ଚର୍ଚ୍ଚା ହେଉଛି। ସଚିନଙ୍କ ନାଁରେ ୧୦୦ଟି ଅନ୍ତର୍ଜାତୀୟ ଶତକ ରହିଛି। ଅନ୍ୟପଟେ କିଛି ବିଶ୍ୱ ରେକର୍ଡ ଏମିତ ଅଛି ଯାହାକୁ ଭାଙ୍ଗିପାରିବା ବିରାଟଙ୍କ ପାଇଁ କଷ୍ଟକର ହେବ।

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଶତକ ସଚିନଙ୍କ ନାଁରେ ରହିଛି। ଏହାସହ ସଚିନ ୧୬୪ଟି ଅନ୍ତର୍ଜାତୀୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ଯେଉଁଥିରେ ସଚନ ୯୬ଟି ଅର୍ଦ୍ଧଶତକ ଦିନିକିଆରେ ହାସଲ କରିଥିବା ବେଳେ ଟେଷ୍ଟରେ ୬୮ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ମାମଲାରେ ବିରାଟ ବହୁ ପଛରେ ଅଛନ୍ତି। ବିରାଟ ଏପର୍ଯ୍ୟନ୍ତ ୮୦ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ବିରାଟ ୪୬ଟି ଦିନିକିଆରେ ୧୬ ଟେଷ୍ଟରେ  ଓ ୧୯ଟି ଅର୍ଦ୍ଧଶତକ ଟି-ଟ୍ୱେଣ୍ଟିରେ ହାସଲ କରିଛନ୍ତି।

ଅନ୍ୟପଟେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜଙ୍କ ରେକର୍ଡ ଭାଙ୍ଗିବା ମଧ୍ୟ ବିରାଟଙ୍କ ପାଇଁ ସହଜ ହେବନାହିଁ। ଯୁବରାଜ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ୬ଟି ବଲରୁ ୬ଟି ଛକା ମାରି ବିଶ୍ୱରେକର୍ଡ କରିଥିଲେ। ଏହି ରେକର୍ଡକୁ ଭାଙ୍ଗିବା ବିରାଟଙ୍କ ପାଇଁ ସହଜ ହେବ ନାହିଁ। କେବଳେ ଏତିକି ନୁହେଁ, ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିବା ବିରାଟଙ୍କ ପାଇଁ କଷ୍ଟକର ହେବ। କାରଣ ଡିଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମାତ୍ର ୩୧ ବଲରେ ଶତକ ହାସଲ କରିଥିଲେ। ଯାହା ଏପର୍ଯ୍ୟନ୍ତ ଅତୁଟ ହୋଇରହିଛି। ସେ ୨୦୧୫ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏଭଳି କାରନାମା କରିଥିଲେ। ଏହି ମାମାଲରେ ବିରାଟ ବହୁ ପଛରେ ଅଛନ୍ତି। ବିରାଟଙ୍କ ଦୃତ ଶତକ ୫୨ ବଲରେ ହାସଲ କରିଥିଲେ।

Related story