ନୂଆ ଜର୍ସିକୁ କେତେ ମାର୍କ ଦେଲେ ବିରାଟ୍‌

ଲଣ୍ଡନ୍‌: ଇଂଲଣ୍ଡ ବିପକ୍ଷରେ ଅରେଞ୍ଜ ଓ ଘନ ନୀଳ ରଙ୍ଗର ଜର୍ସି ପିନ୍ଧି ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ। ଏହି ଜର୍ସିର ପଛରେ ‘ୱାନ୍‌ ଡେ ଫର ଚିଲଡ୍ରେନ୍‌’ ବୋଲି ଲେଖାଯାଇଛି। ଆଜି ବିରାଟ୍‌ ସାମ୍ବାଦିକ ସମ୍ମିଳନୀରେ ନୂଆ ଜର୍ସିକୁ ଗଣମାଧ୍ୟମ ଆଗରେ ପ୍ରଦର୍ଶିତ କରିଛନ୍ତି। ଏଥିସହ ସେ ଏହି ଜର୍ସିକୁ ଖୁବ୍‌ ପ୍ରଶଂସା କରିଛନ୍ତି ଏବଂ ଏହାକୁ ୧୦ରୁ ୮ ମାର୍କ ଦେଇଛନ୍ତି ବିରାଟ୍। ‘ମେନ୍‌ ଇନ୍‌ ବ୍ଲୁ’ ଆସନ୍ତାକାଲି ‘ମେନ୍‌ ଇନ୍‌ ଅରେଞ୍ଜ-ବ୍ଲ୍ୟୁ ‘ରୂପରେ […]

sa

Hemant Lenka
  • Published: Saturday, 29 June 2019
  • , Updated: 29 June 2019, 05:18 PM IST

ଲଣ୍ଡନ୍‌: ଇଂଲଣ୍ଡ ବିପକ୍ଷରେ ଅରେଞ୍ଜ ଓ ଘନ ନୀଳ ରଙ୍ଗର ଜର୍ସି ପିନ୍ଧି ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ। ଏହି ଜର୍ସିର ପଛରେ ‘ୱାନ୍‌ ଡେ ଫର ଚିଲଡ୍ରେନ୍‌’ ବୋଲି ଲେଖାଯାଇଛି। ଆଜି ବିରାଟ୍‌ ସାମ୍ବାଦିକ ସମ୍ମିଳନୀରେ ନୂଆ ଜର୍ସିକୁ ଗଣମାଧ୍ୟମ ଆଗରେ ପ୍ରଦର୍ଶିତ କରିଛନ୍ତି। ଏଥିସହ ସେ ଏହି ଜର୍ସିକୁ ଖୁବ୍‌ ପ୍ରଶଂସା କରିଛନ୍ତି ଏବଂ ଏହାକୁ ୧୦ରୁ ୮ ମାର୍କ ଦେଇଛନ୍ତି ବିରାଟ୍।

‘ମେନ୍‌ ଇନ୍‌ ବ୍ଲୁ’ ଆସନ୍ତାକାଲି 'ମେନ୍‌ ଇନ୍‌ ଅରେଞ୍ଜ-ବ୍ଲ୍ୟୁ 'ରୂପରେ ଉଭା ହେବେ। ଏ ସମ୍ପର୍କରେ ବିରାଟ୍‌ କହିଛନ୍ତି, “ମୁଁ ଏହି ନୂଆ ଜର୍ସିକୁ ବେଶ ପସନ୍ଦ କରିଛି। ଏହି ଆଉଟ୍‌ଫିଟ୍‌ ଆମକୁ ବେଶ ମାନୁଛି। ମୁଁ ଏହାକୁ ୧୦ରୁ ୮ ମାର୍କ ଦେବି। ମୁଁ ଆପଣମାନଙ୍କୁ କେବଳ ନୂଆ ଜର୍ସିକୁ ପସନ୍ଦ ଆସିବ ବୋଲି ଏପରି କହୁନାହିଁ। ଏହାର ରଙ୍ଗ ବେଶ ଭଲ ହୋଇଛି।”

ଭାରତ ବ୍ୟତୀତ ବାଂଲାଦେଶ ମଧ୍ୟ ଜୁଲାଇ ୫ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ନାଲି ରଙ୍ଗର ଜର୍ସି ପରିଧାନ କରିବ ବୋଲି ଜଣାପଡ଼ିଛି।

Related story