ବିରାଟ ଆଉଟ୍, ରୋହିତଙ୍କ ଉପରେ ଦାୟିତ୍ୱ

ବର୍ମିଂହାମ: ଇଂଲଣ୍ଡଠାରୁ ୩୩୮ ରନର ବିଶାଳ ଟାର୍ଗେଟ୍ ପାଇବା ପରେ ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଧୈର୍ଯ୍ୟର ସହ ବ୍ୟାଟିଂ କରି ସ୍ଥିତି ସୁଧାରିଛନ୍ତି। ବିରାଟ୍ ନିଜର ଫର୍ମ ବଜାୟ ରଖି କ୍ରମାଗତ ପଞ୍ଚମ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୫୯ ବଲରେ କ୍ୟାରିୟରର ୫୪ତମ ଅର୍ଦ୍ଧଶତକ ମାରିଛନ୍ତି । ସେହିପରି ରୋହିତ୍ ୫୨ ବଲରେ ନିଜର […]

virat

Hemant Lenka
  • Published: Sunday, 30 June 2019
  • , Updated: 30 June 2019, 09:22 PM IST

ବର୍ମିଂହାମ: ଇଂଲଣ୍ଡଠାରୁ ୩୩୮ ରନର ବିଶାଳ ଟାର୍ଗେଟ୍ ପାଇବା ପରେ ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମା ଧୈର୍ଯ୍ୟର ସହ ବ୍ୟାଟିଂ କରି ସ୍ଥିତି ସୁଧାରିଛନ୍ତି।

ବିରାଟ୍ ନିଜର ଫର୍ମ ବଜାୟ ରଖି କ୍ରମାଗତ ପଞ୍ଚମ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୫୯ ବଲରେ କ୍ୟାରିୟରର ୫୪ତମ ଅର୍ଦ୍ଧଶତକ ମାରିଛନ୍ତି । ସେହିପରି ରୋହିତ୍ ୫୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ବିରାଟ୍ ୬୬ ରନ୍ କରିଥିବା ବେଳେ ଲିଆମ ପ୍ଲଙ୍କେଟଙ୍କ ବଲରେ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ରୋହିତଙ୍କ ସହ ମିଶି ୧୩୮ ରନର ଭାଗୀଦାରୀ କରିଥିଲେ।

ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୨ ୱିକେଟ୍ ବିନିମୟରେ ୧୫୨ ରନ୍ କରିଛି । ରୋହିତ୍ ୮୦ ଓ ରିଷଭ ପନ୍ତ ୩ ରନରେ ବ୍ୟାଟିଂ କରୁଛନ୍ତି। ଏହା ପୂର୍ବରୁ ଲୋକେଶ ରାହୁଲ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ । ତାଙ୍କୁ କ୍ରିସ୍ ଓକ୍ସ ଆଉଟ୍ କରିଥିଲେ ।

Related story