ବିରାଟଙ୍କ ଅନୁରୋଧ ପରେ ଧୋନି ଅବସର ନିଷ୍ପତ୍ତି ବଦଳାଇଥିଲେ!

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍ ଶେଷ ହେବା ପରେ ୱିକେଟକିପର ମହେନ୍ଦ୍ର ସିଂହ ଧୋନି ତୁରନ୍ତୁ ଅବସର ନେବାକୁ ଚାହୁଁଥିଲେ, କିନ୍ତୁ କ୍ୟାପଟେନ୍ କୋହଲିଙ୍କ ଅନୁରୋଧ ପରେ ସେ ନିଜ ନିଷ୍ପତ୍ତି ବଦଳାଇଛନ୍ତି। ଏକ ରିପୋର୍ଟ ମୁତାବକ, ବିରାଟ କୋହଲିଙ୍କ ଜଣେ ଘନିଷ୍ଠ ସୂଚନା ଦେଇଛନ୍ତି ଯେ ଧୋନି ସନ୍ନ୍ୟାସ ନେବାକୁ ଚାହୁଁଥିଲେ। କିନ୍ତୁ ବିରାଟ୍ ତାଙ୍କୁ ଏହା କରିବାକୁ ରୋକିଥିଲେ। ରିପୋର୍ଟ ଆଧାରରେ, ଧୋନି ମଧ୍ୟ ସାଥୀ ଖେଳାଳିଙ୍କୁ ନିଜର ଅବସର ସୂଚନା ଦେଇସାରିଥିଲେ। ଚେନ୍ନାଇ ସୁପରକିଙ୍ଗସରେ ତାଙ୍କ […]

dhoni-and-kohli

Ranjit Kumar Jena
  • Published: Tuesday, 23 July 2019
  • , Updated: 23 July 2019, 10:00 PM IST

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍ ଶେଷ ହେବା ପରେ ୱିକେଟକିପର ମହେନ୍ଦ୍ର ସିଂହ ଧୋନି ତୁରନ୍ତୁ ଅବସର ନେବାକୁ ଚାହୁଁଥିଲେ, କିନ୍ତୁ କ୍ୟାପଟେନ୍ କୋହଲିଙ୍କ ଅନୁରୋଧ ପରେ ସେ ନିଜ ନିଷ୍ପତ୍ତି ବଦଳାଇଛନ୍ତି। ଏକ ରିପୋର୍ଟ ମୁତାବକ, ବିରାଟ କୋହଲିଙ୍କ ଜଣେ ଘନିଷ୍ଠ ସୂଚନା ଦେଇଛନ୍ତି ଯେ ଧୋନି ସନ୍ନ୍ୟାସ ନେବାକୁ ଚାହୁଁଥିଲେ। କିନ୍ତୁ ବିରାଟ୍ ତାଙ୍କୁ ଏହା କରିବାକୁ ରୋକିଥିଲେ। ରିପୋର୍ଟ ଆଧାରରେ, ଧୋନି ମଧ୍ୟ ସାଥୀ ଖେଳାଳିଙ୍କୁ ନିଜର ଅବସର ସୂଚନା ଦେଇସାରିଥିଲେ। ଚେନ୍ନାଇ ସୁପରକିଙ୍ଗସରେ ତାଙ୍କ ସହ ଖେଳୁଥିବା ଖେଳାଳି ଜାଣିଥିଲେ ଯେ, ବିଶ୍ୱକପ୍ ପରେ ଧୋନି କ୍ରିକେଟକୁ ଅଲବିଦା କହିବେ।

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଘୋଷଣା ପୂର୍ବରୁ ଚିଫ୍ ସିଲେକ୍ଟର୍ ଏମଏସକେ ପ୍ରସାଦ ଧୋନିଙ୍କ ସହ ତାଙ୍କ ଭବିଷ୍ୟତ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ବୈଠକରେ ପ୍ରସାଦ ପରୋକ୍ଷରେ ଇଙ୍ଗିତ କରି ଧୋନିଙ୍କୁ କହିଥିଲେ ଯେ ଭବିଷ୍ୟତରେ ରିଷଭ ପନ୍ତ ହିଁ ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦର ୱିକେଟକିପର। ତେବେ ଧୋନିଙ୍କ ଉପରେ ଏ ନେଇ କୌଣସି ପ୍ରକାରର ଚାପ ପକାଯାଇ ନାହିଁ।

ରିପେର୍ଟ ଅନୁଯାୟୀ, ବିରାଟ୍ ହିଁ ଧୋନିଙ୍କୁ ଅବସର ନେବାକୁ ମନା କରିଛନ୍ତି। ବିରାଟଙ୍କ ମତରେ, ଧୋନି ଏବେ ଫିଟ୍ ଅଛନ୍ତି ଏବଂ ସେ ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ଖେଳିପାରନ୍ତି। ଧୋନିଙ୍କ ଉତ୍ତରାଧିକାରୀ କୁହାଯାଉଥିବା ପନ୍ତଙ୍କୁ ଏବେ ବହୁତ କିଛି ଶିଖିବାକୁ ଅଛି। ତେଣୁ କୋହଲି ଚାହାନ୍ତି, ଧୋନି ନିଜର ଅଭିଜ୍ଞତା ଦ୍ୱାରା ପନ୍ତଙ୍କ ଜଣେ ଶୀର୍ଷସ୍ତରୀୟ ୱିକେଟକିପର କରାନ୍ତୁ।

ସୂଚନାଯୋଗ୍ୟ, ସୋମବାର ରିପୋର୍ଟ ମିଳିଥିଲା ଯେ, ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ଧୋନିଙ୍କୁ ଟିମର ମେଣ୍ଟର ଭାବେ ରଖାଯାଇପାରେ। ଯଦି ପନ୍ତ ଆହତ ହୁଅନ୍ତି, ତାହେଲେ ତାଙ୍କ ବିକଳ୍ପ କିଏ ହେବେ, ତାହା ମୁଖ୍ୟ ଚିନ୍ତାର ବିଷୟ। ପନ୍ତଙ୍କୁ ଛାଡ଼ିଦେଲେ ବର୍ତ୍ତମାନ ଧୋନିଙ୍କ ଉତ୍ତରାଧିକାରୀ ହେବା ପାଇଁ ସେଭଳି ଯୋଗ୍ୟ ଖେଳାଳି ନାହାନ୍ତି।

Related story